ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ ୨୫ବର୍ଷୀୟ ଅଭିନେତ୍ରୀ ସୁରଭି ସୁରେନ୍ଦ୍ର ଶ୍ରୀବାସ୍ତବ ଓ ୧୯ ବର୍ଷୀୟ ମୋସିନା ମୁଖତାର ଶେଖଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା କାଳରେ ଲକ୍ଡାଉନ ଯୋଗୁ ସିରିୟଲ୍ ଶୁଟିଂ ବନ୍ଦ ରହିଥିଲା। ଫଳରେ ଦୁଇ ଅଭିନେତ୍ରୀଙ୍କ ନିକଟରେ ଟଙ୍କାର ଅଭାବ ଦେଖାଦେଇଥିଲା। ତାଙ୍କର ଜଣେ ସାଙ୍ଗ ଆରେ କଲୋନୀର ରୟାଲ ପାମ୍ ଅଞ୍ଚଳ ସ୍ଥିତ ଏକ ବିଲ୍ଡିଂରେ ପେଇଙ୍ଗ୍ ଗେଷ୍ଟ ଚଳାଉଥିଲେ। ମେ’ ୧୮ରେ ଏହି ଦୁଇ ଅଭିନେତ୍ରୀ ପେଇଙ୍ଗ୍ ଗେଷ୍ଟ ଭାବେ ସେଠାରେ ରହିବାକୁ ଯାଇଥିଲେ। ସେମାନେ ଯେଉଁ ଘରେ ରହୁଥିଲେ ପୁର୍ବରୁ ଆଉ ଜଣେ ଯୁବତୀ ମଧ୍ୟ ସେଠାରେ ରହୁଥିଲେ। ଉକ୍ତ ଯୁବତୀଙ୍କ ଲକ୍ରରେ ଥିବା ୩ଲକ୍ଷ ୨୮ହଜାର ଟଙ୍କା ନେଇ ସୋମନେ ଫେରାର ହୋଇଯାଇଥିଲେ। ଯୁବତୀ ଜଣଙ୍କ ସନ୍ଦେହରେ ଅଭିନେତ୍ରୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ତଦନ୍ତ ସମୟରେ ସିସିଟିଭିକୁ ଯାଞ୍ଚରୁ ସୁରଭି ଓ ମୋସିନା ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ସେମାନଙ୍କ ନିକଟରୁ ୫୦ହଜାର ଚୋରି ଟଙ୍କା ଜବତ କରିବା ସହ ଗରିଫ କରିଥିଲା। ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜୁନ ୨୩ ପର୍ଯ୍ୟନ୍ତ କୋର୍ଟ ସେମାନଙ୍କୁ ପୋଲିସ ହେପାଜତକୁ ପଠାଇଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.