ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ ହିଁ ରହିଯାଉଥିବା ଭଳି କୌଶଳ ଲୋକଲୋଚନକୁ ନ ଆସିପାରି ବ୍ୟକ୍ତିଙ୍କ ପାଖରେ ସୀମିତ ରହିଥାଏ। ସେହିଭଳି ଉତ୍ତରପ୍ରଦେଶର ପିଲିବିଟ୍ ଜିଲାର ଅମାରିଆ ତହସିଲର ବାରା ଡନଓ୍ବା ଗାଁର ଜଣେ ବ୍ୟକ୍ତି ଏବେ ନିଜର କଳାକୁ ନେଇ ଚର୍ଚ୍ଚାରେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବ୍ୟକ୍ତିଜଣଙ୍କ ନାମ ଆଲିଶାନ ଖାନ୍। ତାଙ୍କ ବୟସ ୭୮ ବର୍ଷ। ସେ ଏପରି ଶବ୍ଦ କରନ୍ତି ଯାହାକୁ ଶୁଣିବା ମାତ୍ରେ କାଉମାନେ ଏକତ୍ରିତ ହୁଅନ୍ତି। ୨୦ ବର୍ଷ ଧରି ସେ ଏପରି କରିଆସୁଛନ୍ତି। ଗାଁର ପିଲାମାନଙ୍କୁ ଖୁସି କରିବା ପାଇଁ ସେ ପ୍ରାୟତଃ ପକ୍ଷୀମାନଙ୍କୁ ଡାକନ୍ତି।
ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ସେପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଚାରିଆଡେ ଗୋଟିଏ କାଉ ନ ଥିବା ବେଳେ ଆଲିଶାନଙ୍କ ଡାକ ଶୁଣି ସେମାନେ ଚାଲି ଆସୁଛନ୍ତି। ଏହା ଦେଖି ସେଠାରେ ଥିବା ପିଲାମାନେ ଖୁସି ହୋଇଯାଉଥିବା ଦେଖାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.