E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ, ରାଜ୍ୟ

ଦାନା ଚିନ୍ତାରେ ଦୁଗ୍ଧଚାଷୀ
11:28 amJune 17, 2021

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ ହେଉ ନ ଥିଲା ଅସୁବିଧା। ହେଲେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ୮ ମାସ ହେଲା ବନ୍ଦ ହୋଇଯାଇଛି ଶୀତଳୀକରଣ କେନ୍ଦ୍ର। ଲକ୍‌ଡାଉନ ଲାଗି ବାଧାପ୍ରାପ୍ତ ହୋଇଛି ବଜାର ବ୍ୟବସ୍ଥା। ଫଳରେ ଦୈନିକ ୨ ହଜାର ଲିଟର କ୍ଷୀର ବିକ୍ରି ହୋଇପାରୁ ନାହିଁ। ଏପରି ଅଭାବୀ ବିକ୍ରି ବେଳେ ଋଣ ଓ ଦାନା ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ସହସ୍ରାଧିକ ଦୁଗ୍ଧ ଚାଷୀ।
ପ୍ରାଣୀଧନ ବିଭାଗର ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗୋ ସମ୍ପଦଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ। ଏକ ହଜାରରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ୨୫ ଶହ ଗାଈ ପାଳନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ବ୍ୟାଙ୍କ ଋଣ ଜରିଆରେ ଗାଈ ଆଣି ଦୁଗ୍ଧ ବିକ୍ରିକୁ ଉପାର୍ଜନର ମାଧ୍ୟମ କରିଛନ୍ତି। ଅଧିକ ଦୁଗ୍ଧ ଉତ୍ପାଦନକୁ ଦୃଷ୍ଟିରେ ରଖି ଛେଣ୍ଡିପଦା ବ୍ଲକ ସଦର ମହକୁମା ଠାରେ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଥିଲା। ବାମନାଳୀ, ବାଗଡିଆ, ଖମାରବାଣେଶ୍ୱରୀ, ସାପୋଇନାଳୀ, ଟାଙ୍ଗିରୀ, ପୁରୁଣାଗଡ, ଗୋଳାଗାଡିଆ, ତୁକୁଡା, ହରିଡାଗୁଡ, ବଣିଆନଟି, ଶୁଭମ ଆଦି ୧୬ଟି ସମବାୟ ସମିତି ଜରିଆରେ ଚାଷୀମାନେ ଶୀତଳୀକରଣ କେନ୍ଦ୍ରରେ ଦୁଗ୍ଧ ବିକ୍ରି କରୁଥିଲେ। ଓମଫେଡ ପକ୍ଷରୁ ପ୍ରତି ୧୦ ଦିନରେ ଥରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ସମବାୟ ସମିତି ମାଧ୍ୟମରେ ପ୍ରଦାନ କରାଯାଉଥିଲା। ହେଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିବା ଏବଂ ଔଷଧ ନ ଦେଇ ଚାଷୀଙ୍କ ଖାତାରୁ ଓମଫେଡ୍‌ ଏ ବାବଦ ଟଙ୍କା କାଟିବା ନେଇ ଅସନ୍ତୋଷ ଦେଖାଦେଇଥିଲା। ଚାଷୀମାନେ ଏ ନେଇ ଶୀତଳୀକରଣ କେନ୍ଦ୍ର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ତ୍ରୁଟିଗତ କାରଣରୁ ଔଷଧ ବାବଦ ଟଙ୍କା କଟିଯାଇଥିବା ଓ ବକେୟା ଟଙ୍କା ଜଣେ କର୍ମଚାରୀ ହଡପ୍‌ କରିଥିବାରୁ ତାହା ଶୀଘ୍ର ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ନ ହେବାରୁ ଚାଷୀମାନେ ବାଧ୍ୟ ହୋଇ ଶୀତଳୀକରଣ କେନ୍ଦ୍ରକୁ କ୍ଷୀର ଦେବା କମାଇଦେଲେ। ପର୍ଯ୍ୟାପ୍ତ ଦୁଗ୍ଧ ନ ମିଳିବାରୁ ଗତ ଡିସେମ୍ବର ଠାରୁ ଉକ୍ତ ଶୀତଳୀକରଣ କେନ୍ଦ୍ର ବନ୍ଦ ହୋଇଗଲା। ଏହାପରେ ଚାଷୀମାନେ ନିଜ ଉଦ୍ୟମରେ ସ୍ଥାନୀୟ ବଜାରଗୁଡ଼ିକରେ ଯାହା ଯେମିତି କ୍ଷୀର ବିକ୍ରି କରି ଖର୍ଚ୍ଚ ଅର୍ଥ ଭରଣା କରି ନେଉଥିଲେ। ହେଲେ କରୋନା ସଂକ୍ରମଣ ହ୍ରାସ ପାଇଁ ସରକାର ଲକ୍‌ଡାଉନ୍‌ ଲଗାଇବା ପରେ ଦୁଗ୍ଧ ଚାଷୀମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଉତ୍ପାଦିତ ହେଉଥିବା ସମସ୍ତ କ୍ଷୀର ବିକ୍ରି ହୋଇପାରୁ ନ ଥିବାରୁ ବ୍ୟାଙ୍କରୁ ଋଣ କରିଥିବା ଚାଷୀ କିସ୍ତି ଭରଣା କରିପାରୁ ନାହାନ୍ତି। ଗୋରୁଙ୍କୁ ଦୈନିକ ଦାନା କିଣି ଦେବାକୁ ଅର୍ଥ ପାଉନାହାନ୍ତି। ପ୍ୟାକେଟ୍‌ ଦୁଗ୍ଧ ବ୍ୟବସାୟରେ ପ୍ରବେଶ କରିଥିବା ବିଭିନ୍ନ କମ୍ପାନୀ ବଜାରକୁ ନିଜ ଅକ୍ତିଆରକୁ ନେବାକୁ ନାନା କୌଶଳ କରୁଥିବା ବେଳେ ଦୁଗ୍ଧ ଚାଷୀମାନେ ଏହାଦ୍ୱାରା ଘୋର କ୍ଷତିଗ୍ରସ୍ତ ହେଉଛନ୍ତି। ଅନେକ ସମୟରେ ଖୁବ୍‌ କମ ମୂଲ୍ୟରେ ସେମାନଙ୍କୁ ଯଚେଇ କ୍ଷୀର ବିକ୍ରି କରିବାକୁ ପଡ଼ୁଥିବା ବହୁ ଚାଷୀ ପ୍ରକାଶ କରିଛନ୍ତି। ଶୀତଳୀକରଣ କେନ୍ଦ୍ର ତୁରନ୍ତ ଖୋଲାଯିବା ସହ ଚାଷୀଙ୍କ ବକେୟା ଅର୍ଥ ପ୍ରଦାନ, ଏହାର ସୁପରିଚାଳନା ଓ ଦୁଗ୍ଧ ବିକ୍ରି ନିମନ୍ତେ ବଜାର ବ୍ୟବସ୍ଥା କରିବାକୁ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଶୀତଳୀକରଣ କେନ୍ଦ୍ର ଅଧିକାରୀ ଯତୀନ କୁମାର ମିଶ୍ର କହିଛନ୍ତି, ଚାଷୀମାନେ ଆବଶ୍ୟକ ପରିମାଣର ଦୁଗ୍ଧ ନ ଦେବାରୁ ଏହି କେନ୍ଦ୍ର ବନ୍ଦ ହୋଇଯାଇଛି। ଏକ ନୂତନ ଦୁଗ୍ଧ ଶୀତଳୀକରଣ ଗୃହ ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଚାଷୀମାନଙ୍କ ଠାରୁ ଦୁଗ୍ଧ କିଣା ପୂର୍ବପରି ଚାଲୁ ରହିବ।

ଠିକ୍‌ ସମୟରେ ପ୍ରାପ୍ୟ ଦିଆଯାଉ
ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କର୍ତ୍ତୃପକ୍ଷ ଚାଷୀଙ୍କୁ ଠିକ୍‌ ସମୟରେ ସେମାନଙ୍କ ପ୍ରାପ୍ୟ ଦେଲେନାହିଁ। ଏ ନେଇ ଅଭିଯୋଗ କରିବା ପାଇଁ ଚାହିଁଲେ ମଧ୍ୟ ଅଧିକାରୀଙ୍କ ଭେଟ ମିଳୁନାହିଁ। ୧୩ ଜୁନ ୨୦୧୯ରୁ ଚାଷୀଙ୍କ ବକେୟା ପ୍ରାପ୍ୟ ପଡ଼ିରହିଛି। ଫଳରେ ସେମାନେ କରଜ ଶୁଝିପାରୁ ନାହାନ୍ତି।
-ମଧୁସୂଦନ ନାୟକ, ସଭାପତି, ଦୁଗ୍ଧ ସମବାୟ ସମିତି, ଛେଣ୍ଡିପଦା

ଅଧିକ ପ୍ରୋତ୍ସାହନ ଦିଆଯାଉଛି
ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଗ୍ଧ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଲୋକଙ୍କ ଆଗ୍ରହକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦିଆଯାଉଛି। ଲୋକମାନେ ମଧ୍ୟ ଅଧିକ ସଂଖ୍ୟକ ଗୋ ପାଳନ କରି ଆୟ ଦ୍ୱିଗୁଣିତ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ନିମନ୍ତେ ବର୍ତ୍ତମାନ ବଜାର ସୁବିଧା ନାହିଁ।
-ବିକାଶ ରଞ୍ଜନ ବେହେରା, ପ୍ରାଣୀଧନ ଅଧିକାରୀ, ଛେଣ୍ଡିପଦା

ଉଚିତ ମୂଲ୍ୟ ମିଳୁନି
ଲକ୍‌ଡାଉନ୍‌ ଯୋଗୁ ବଜାର ଅଧିକ ସମୟ ଖୋଲୁନି। ସବୁ ସାମଗ୍ରୀର କିଣାବିକା ହ୍ରାସ ପାଇଛି। ଲୋକେ ବଜାର ଆସିପାରୁ ନ ଥିବାରୁ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ହୋଇପାରୁନି। ପ୍ୟାକେଟ ଦୁଗ୍ଧ ଦାମ ଲିଟର ପିଛା ୪୪ ଟଙ୍କା ଥିବାବେଳେ ଚାଷୀମାନେ ବୁଲି ବୁଲି ୨୫ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
-ନିତ୍ୟାନନ୍ଦ ପ୍ରଧାନ, ଦୁଗ୍ଧ ଚାଷୀ, ଛେଣ୍ଡିପଦା

ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ
ଦେଶୀ ଗାଈର ଦୁଗ୍ଧ ସହ ଏଥିରୁ ପ୍ରସ୍ତୁତ ଛେନା, ଦହି, ପନିର ଓ ଛେନାପୋଡର ସ୍ବାଦ ନିଆରା। ହେଲେ ବଜାର ବନ୍ଦ ରହିଥିବାରୁ ଏସବୁ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରିରେ ଅସୁବିଧା ହେଉଛି। ତେଣୁ ଏହା ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ।
-ଲିପୁନ କୁମାର ସାହୁ ,ଖାଉଟି, ଛେଣ୍ଡିପଦା


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ, ରାଜ୍ୟ View All

କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ

ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...

ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...

୨୭ ଯାଏ ବର୍ଷା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...

ବିନା ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ସର୍କରା ସ୍ଥିତି

ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ...

ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ

କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...

ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୩୯ ଜୀବନ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୩୯ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୯୧୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି

ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍‌ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍‌ମେଣ୍ଟର୍‌: କୋଭିଡ୍‌-୧୯ ଆଣ୍ଡ୍‌...

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା

ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ପ୍ରାଧାନ୍ୟ
Next Post Next post:
୫ ଦେଶକୁ ଛୁଇଁନି କରୋନା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts