ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍ ଡେଲି’। ୧୯୯୫ ଜୁନ୍ ୨୦ରେ ଜିମି ଲାଇଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆପଲ୍ ଡେଲି’ ପ୍ରଥମେ ଚାଞ୍ଚଲ୍ୟକର ଖବର ପ୍ରକାଶ କରୁଥିଲା। ସେକ୍ସ, ଡ୍ରଗ୍ସ ଓ ସ୍କାଣ୍ଡାଲ ଆଦିକୁ ନେଇ ଏହାର ଶିରୋନାମା ପାଠକୀୟ ଦୃଷ୍ଟି ଆକର୍ଷଣ କରୁଥିଲା। ପରେ ଏହି ପେପର୍ ନିଜକୁ ପରିବର୍ତ୍ତିତ କରି ଶକ୍ତିଶାଳୀ ଚାଇନାର ବିରୋଧୀ ପାଲଟିଯାଇଥିଲା। ୨୦୨୧ ଜୁନ୍ ୨୬ରୁ ଏହାର ମୁଦ୍ରିତ ସଂସ୍କରଣ ଆଉ ପ୍ରକାଶ ପାଇବ ନାହିଁ ବୋଲି ‘ଆପଲ ଡେଲି’ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ହଂକଂ କର୍ତ୍ତୃପକ୍ଷ ବିବାଦୀୟ ସୁରକ୍ଷା ଆଇନ ବଳରେ ‘ଆପଲ ଡେଲି’ର ସମ୍ପତ୍ତି ବାଜ୍ୟାପ୍ତ କରିବା ପରେ ଏହି ମିଡିଆ ଆଉଟ୍ଲେଟ୍ ଖବରକାଗଜର କେବଳ ଚୂଡ଼ାନ୍ତ ସଂସ୍କରଣ ପ୍ରକାଶ କରାଯିବ। ଉକ୍ତ ନିଷ୍ପତ୍ତି ଫଳରେ ହଂକଂର ସ୍ବାଧୀନତା ପାଇଁ ଚାଲିଥିବା ଆନ୍ଦୋଳନକୁ ଶକ୍ତ ଝଟ୍କା ଲାଗିଛି। ବିରୋଧ, ବିକ୍ଷୋଭ ଓ ଆନ୍ଦୋଳନର ସ୍ବରକୁ ଚାଇନା ଚପାଇଦେବାକୁ ଉଦ୍ୟମ ଚଳାଇଥିବାରୁ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ମିଡିଆ ହବ୍ ରୂପେ ଏକପ୍ରକାର ଅଭିବ୍ୟକ୍ତିର ସ୍ବାଧୀନତା ହରାଇଛି। ଏଥିସହ ଖବରକାଗଜରେ କାର୍ଯ୍ୟରତ ପ୍ରାୟ ୧,୦୦୦ ଏଡିଟୋରିଆଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ହରାଇଛନ୍ତି।
ଡେଲି’ ମୁଖ୍ୟାଳୟ ବାହାରେ ଖବରଦାତାମାନେ ବୁଧବାର ସନ୍ଧ୍ୟାରେ କହିଛନ୍ତି, ସେମାନେ ଗୋଟିଏ ରାତିରେ ପ୍ରାୟ ୧୦ ଲକ୍ଷ କପି ଖବରକାଗଜ ଛାପିବେ। ଚାଇନାର ଏକଚ୍ଛତ୍ରବାଦୀ ନେତାଙ୍କ ଆକ୍ରୋଶର ଶିକାର ହୋଇ ଏହାର ଅପମୃତ୍ୟୁ ଘଟିଛି। ‘ଆପଲ ଡେଲି’ ମାଲିକ ତଥା ଚାଇନା କମ୍ୟୁନିଷ୍ଟ ପାର୍ଟିର ସମାଲୋଚକ ଜିମି ଲାଇ ଗଣତନ୍ତ୍ର ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଛନ୍ତି। ଗତବର୍ଷ ହଂକଂବାସୀଙ୍କ ଉପରେ ଉକ୍ତ ଆଇନ ଲଦି ଦିଆଯିବା ପରେ ଏହା ବଳରେ ଜେଲ୍ ଯିବାରେ ଜିମି ହେଉଛନ୍ତି ପ୍ରଥମ। ଚାଇନାର ଜାତୀୟ ନିରାପତ୍ତାକୁ ନୂ୍ୟନ କରୁଥିବା ବିଦେଶୀ ଶକ୍ତିଙ୍କ ସହ ହାତ ମିଳାଇବା ଅଭିଯୋଗରେ ଜିମି ଲାଇ, ମୁଖ୍ୟ ସମ୍ପାଦକ ର଼୍ୟାନ୍ ଲ’ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କିମ୍-ହଙ୍ଗ୍ଙ୍କୁ ଜେଲରେ ରଖାଯାଇଛି। ସେହିପରି ବରିଷ୍ଠ ସ୍ତମ୍ଭକାର ୟେଉଙ୍ଗ୍ ଚିଙ୍ଗ୍କିଙ୍କୁ ବୁଧବାର ଗିରଫ କରାଯାଇଛି। ଚାଇନା ବିରୋଧୀ ନିବନ୍ଧ ଓ ସ୍ତମ୍ଭ ପ୍ରକାଶ ଏବଂ ବେଜିଂ ବିପକ୍ଷରେ ଅନ୍ତର୍ଜାତୀୟ କଟକଣାକୁ ସମର୍ଥନ କରିବା କାରଣରୁ ଖବରକାଗଜକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବିବେଚନା କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଗତ ଗୁରୁବାର ପ୍ରାୟ ୫୦୦ ପୋଲିସ ଅଫିସର ‘ଆପଲ ଡେଲି’ର ପ୍ରକାଶନ ନ୍ୟୁଜ୍ରୁମ୍ରେ ଚଢ଼ାଉ କରିଥିଲେ। ପ୍ରକାଶ ଯେ, ସିକ୍ୟୁରିଟି ଲ’ ଅନୁସାରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୌଣସି କୋର୍ଟ ଅର୍ଡର କିମ୍ବା ଆପରାଧିକ ଦଣ୍ଡବିଧାନ ଆବଶ୍ୟକ ନାହିଁ।
Posted inଅନ୍ତର୍ଜାତୀୟ View All
ଶାରଳା ଆମେରିକାରେ ବିଚାରପତି
ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କନେକ୍ଟିକଟ୍ ରାଜ୍ୟରେ ବିଚାରପତି ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ୍ ଜିଲାର ଆମେରିକା...
ସ୍ପେସ୍ ଷ୍ଟେଶନରେ ସୋଲାର ପ୍ୟାନେଲ
ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ(ଆଇଏସ୍ଏସ୍) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...
ନାଇଟ୍ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ
ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...
ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...
ଚାଇନା ଆପ୍ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍
ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...
ଭାରତୀୟ ସୀମା ନିକଟବର୍ତ୍ତୀ ତିବ୍ବତରେ ଚାଇନା ଆରମ୍ଭ କଲା ପ୍ରଥମ ବୁଲେଟ ଟ୍ରେନ୍
ବେଜିଂ,୨୫।୬: ଚାଇନାର ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଥିବା ହିମାଳୟର ତିବ୍ବତ ଅଞ୍ଚଳରେ ଚାଇନା ପ୍ରଥମ ଇଲେକ୍ଟ୍ରୋନିକ୍ ବୁଲେଟ ଟ୍ରେନ୍ ଆରମ୍ଭ କରିଛି। ଶୁକ୍ରବାର ଏହି ଟ୍ରେନ୍...
ଆଡ୍ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା
ବେଜିଂ,୧୦ା୬: ଚାଇନାର ଏକ ବିଶ୍ୱବିଦ୍ୟାଳୟ ଏବେ କଡ଼ା ବିବାଦର ସମ୍ମୁଖୀନ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ଆଡ୍ମିଶନ ପାଇଁ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲା। କିନ୍ତୁ...


