E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

‘ଆପଲ ଡେଲି’ର ଅପମୃତ୍ୟୁ
10:16 amJune 24, 2021

ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍‌ ଡେଲି’। ୧୯୯୫ ଜୁନ୍‌ ୨୦ରେ ଜିମି ଲାଇଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆପଲ୍‌ ଡେଲି’ ପ୍ରଥମେ ଚାଞ୍ଚଲ୍ୟକର ଖବର ପ୍ରକାଶ କରୁଥିଲା। ସେକ୍ସ, ଡ୍ରଗ୍ସ ଓ ସ୍କାଣ୍ଡାଲ ଆଦିକୁ ନେଇ ଏହାର ଶିରୋନାମା ପାଠକୀୟ ଦୃଷ୍ଟି ଆକର୍ଷଣ କରୁଥିଲା। ପରେ ଏହି ପେପର୍‌ ନିଜକୁ ପରିବର୍ତ୍ତିତ କରି ଶକ୍ତିଶାଳୀ ଚାଇନାର ବିରୋଧୀ ପାଲଟିଯାଇଥିଲା। ୨୦୨୧ ଜୁନ୍‌ ୨୬ରୁ ଏହାର ମୁଦ୍ରିତ ସଂସ୍କରଣ ଆଉ ପ୍ରକାଶ ପାଇବ ନାହିଁ ବୋଲି ‘ଆପଲ ଡେଲି’ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ହଂକଂ କର୍ତ୍ତୃପକ୍ଷ ବିବାଦୀୟ ସୁରକ୍ଷା ଆଇନ ବଳରେ ‘ଆପଲ ଡେଲି’ର ସମ୍ପତ୍ତି ବାଜ୍ୟାପ୍ତ କରିବା ପରେ ଏହି ମିଡିଆ ଆଉଟ୍‌ଲେଟ୍‌ ଖବରକାଗଜର କେବଳ ଚୂଡ଼ାନ୍ତ ସଂସ୍କରଣ ପ୍ରକାଶ କରାଯିବ। ଉକ୍ତ ନିଷ୍ପତ୍ତି ଫଳରେ ହଂକଂର ସ୍ବାଧୀନତା ପାଇଁ ଚାଲିଥିବା ଆନ୍ଦୋଳନକୁ ଶକ୍ତ ଝଟ୍‌କା ଲାଗିଛି। ବିରୋଧ, ବିକ୍ଷୋଭ ଓ ଆନ୍ଦୋଳନର ସ୍ବରକୁ ଚାଇନା ଚପାଇଦେବାକୁ ଉଦ୍ୟମ ଚଳାଇଥିବାରୁ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ମିଡିଆ ହବ୍‌ ରୂପେ ଏକପ୍ରକାର ଅଭିବ୍ୟକ୍ତିର ସ୍ବାଧୀନତା ହରାଇଛି। ଏଥିସହ ଖବରକାଗଜରେ କାର୍ଯ୍ୟରତ ପ୍ରାୟ ୧,୦୦୦ ଏଡିଟୋରିଆଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ହରାଇଛନ୍ତି।
ଡେଲି’ ମୁଖ୍ୟାଳୟ ବାହାରେ ଖବରଦାତାମାନେ ବୁଧବାର ସନ୍ଧ୍ୟାରେ କହିଛନ୍ତି, ସେମାନେ ଗୋଟିଏ ରାତିରେ ପ୍ରାୟ ୧୦ ଲକ୍ଷ କପି ଖବରକାଗଜ ଛାପିବେ। ଚାଇନାର ଏକଚ୍ଛତ୍ରବାଦୀ ନେତାଙ୍କ ଆକ୍ରୋଶର ଶିକାର ହୋଇ ଏହାର ଅପମୃତ୍ୟୁ ଘଟିଛି। ‘ଆପଲ ଡେଲି’ ମାଲିକ ତଥା ଚାଇନା କମ୍ୟୁନିଷ୍ଟ ପାର୍ଟିର ସମାଲୋଚକ ଜିମି ଲାଇ ଗଣତନ୍ତ୍ର ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଛନ୍ତି। ଗତବର୍ଷ ହଂକଂବାସୀଙ୍କ ଉପରେ ଉକ୍ତ ଆଇନ ଲଦି ଦିଆଯିବା ପରେ ଏହା ବଳରେ ଜେଲ୍‌ ଯିବାରେ ଜିମି ହେଉଛନ୍ତି ପ୍ରଥମ। ଚାଇନାର ଜାତୀୟ ନିରାପତ୍ତାକୁ ନୂ୍ୟନ କରୁଥିବା ବିଦେଶୀ ଶକ୍ତିଙ୍କ ସହ ହାତ ମିଳାଇବା ଅଭିଯୋଗରେ ଜିମି ଲାଇ, ମୁଖ୍ୟ ସମ୍ପାଦକ ର଼୍ୟାନ୍‌ ଲ’ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କିମ୍‌-ହଙ୍ଗ୍‌ଙ୍କୁ ଜେଲରେ ରଖାଯାଇଛି। ସେହିପରି ବରିଷ୍ଠ ସ୍ତମ୍ଭକାର ୟେଉଙ୍ଗ୍‌ ଚିଙ୍ଗ୍‌କିଙ୍କୁ ବୁଧବାର ଗିରଫ କରାଯାଇଛି। ଚାଇନା ବିରୋଧୀ ନିବନ୍ଧ ଓ ସ୍ତମ୍ଭ ପ୍ରକାଶ ଏବଂ ବେଜିଂ ବିପକ୍ଷରେ ଅନ୍ତର୍ଜାତୀୟ କଟକଣାକୁ ସମର୍ଥନ କରିବା କାରଣରୁ ଖବରକାଗଜକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବିବେଚନା କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଗତ ଗୁରୁବାର ପ୍ରାୟ ୫୦୦ ପୋଲିସ ଅଫିସର ‘ଆପଲ ଡେଲି’ର ପ୍ରକାଶନ ନ୍ୟୁଜ୍‌ରୁମ୍‌ରେ ଚଢ଼ାଉ କରିଥିଲେ। ପ୍ରକାଶ ଯେ, ସିକ୍ୟୁରିଟି ଲ’ ଅନୁସାରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୌଣସି କୋର୍ଟ ଅର୍ଡର କିମ୍ବା ଆପରାଧିକ ଦଣ୍ଡବିଧାନ ଆବଶ୍ୟକ ନାହିଁ।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ଲ୍ୟାବ୍‌ରେ ତିଆରି ହେଲା ମା’ କ୍ଷୀର …

ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...

୫ମ ମହାସାଗର ହେଲା ସଦର୍ନ ଓସେନ୍‌

ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍‌କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍‌ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...

୧୦୦ କୋଟି ଡୋଜ୍‌ ଟିକା ଦେବ ଜି ୭

କାର୍ବିସ୍‌ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକା...

ଆଇଜାକ୍‌ ହର୍‌ଜୋଗ୍‌ ଇସ୍ରାଏଲ ରାଷ୍ଟ୍ରପତି

ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍‌ ହର୍‌ଜୋଗ୍‌ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍‌’ରେ ୧୨୦ ଜଣ ସଦସ୍ୟ...

ଆଡ୍‌ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା

ବେଜିଂ,୧୦ା୬: ଚାଇନାର ଏକ ବିଶ୍ୱବିଦ୍ୟାଳୟ ଏବେ କଡ଼ା ବିବାଦର ସମ୍ମୁଖୀନ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ଆଡ୍‌ମିଶନ ପାଇଁ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲା। କିନ୍ତୁ...

ଦୁର୍ଭିକ୍ଷ ଆଁରେ ଇଥିଓପିଆ

ଆଡିସ୍‌ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ...

ନାଇଟ୍‌ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ

ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍‌ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍‌ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...

ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…

ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍‌ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଟିକା ଦିଅ, ଇଲିଶି ନିଅ
Next Post Next post:
‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts