ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା ଚିତାଲେ ଓ ସ୍ବସ୍ତିକା ଘୋଷ ପ୍ରଭାବୀ ପ୍ରଦର୍ଶନ ସହ ରନର୍ସ ଅପ୍ ହୋଇଛନ୍ତି। ୧୯ ବର୍ଷରୁ କମ୍ ବାଳିକା ବିଭାଗରେ ଏହି ଯୋଡ଼ି ରୁଷିଆର ନାତାଲିଆ ମାଲିନିନା ଓ ଏଲିଜାବେଥ୍ ଆବ୍ରାମିଆନଙ୍କଠାରୁ ୩-୧୧, ୬-୧୧, ୭-୧୧ରେ ପରାଜିତ ହୋଇଛନ୍ତି। ଭାରତୀୟ ଯୋଡ଼ି ପୂର୍ବରୁ ସେମିଫାଇନାଲରେ ଚେକ୍ ରିପବ୍ଲିକର ଲିଣ୍ଡା ଜାଡେରୋଭା ଓ କ୍ରୋଏସିଆର ହାନା ଆରାପୋଭିକ୍ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଦିୟା ଓ ସ୍ବସ୍ତିକା ୧୯ ବର୍ଷରୁ କମ୍ ସିଙ୍ଗଲ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ସେମିଫାଇନାଲରେ ସମାନ ୨-୩ରେ ପରାଜିତ ହୋଇ ସେମାନଙ୍କ ଅଭିଯାନ ଶେଷ କରିଥିଲେ। ଦିୟା ରୁଷିଆର ଭ୍ଲାଦା ଭୋରୋନିନାଙ୍କୁ କଡ଼ା ଟକ୍କର ଦେଇଥିଲେ ଏବଂ ୮-୧୧, ୧୧-୭, ୧୧-୬, ୮-୧୧, ୭-୧୧ରେ ପରାଜିତ ହୋଇଥିଲେ। ବର୍ତ୍ତମାନର ଜାତୀୟ ଜୁନିୟର ଚାମ୍ପିୟନ ସ୍ବସ୍ତିକା ତୁର୍କୀର ଇସି ହାରାକ୍ଙ୍କଠାରୁ ୧୧-୮, ୪-୧୧, ୧୧-୯, ୩-୧୧, ୬-୧୧ରେ ହାରିଯାଇଥିଲେ। କୋଭିଡ୍ର ଆବିର୍ଭାବ ପରେ ଭାରତୀୟ ଟେବୁଲ ଟେନିସ ଖେଳାଳିଙ୍କ ଅକ୍ସନ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ୟୁଥ୍ ଇଭେଣ୍ଟରେ ଦେଖିବାକୁ ମିଳିଥିଲା।
କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ
ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...
ଜାଡେଜାଙ୍କ ପାଇଁ ଖୁସି ଖବର
ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...
କୋପା ଆମେରିକା ଫୁଟ୍ବଲ: ବ୍ରାଜିଲ ଦଳରେ ନେମାର, ସିଲ୍ଭା ସାମିଲ
ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...
ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ...
ଟୋକିଓ ଅଲିମ୍ପିକ୍ସ: ଛୁଟି ନେଲେ କ୍ଳାନ୍ତ ଟୋକିଓ ଗଭର୍ନର
ଟୋକିଓ,୨୪।୬: ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଠିକ୍ ମାସେ ରହିଥିବା ବେଳେ ଟୋକିଓ ଗଭର୍ନର ୟୁରିକୋ କୋଇକେ ଛୁଟି ନେଇଛନ୍ତି। ଅତ୍ୟଧିକ ମାତ୍ରାରେ କ୍ଲାନ୍ତ ହୋଇଥିବାରୁ...
ଅମୋଲ ମଜୁମ୍ଦାର ମୁମ୍ବାଇ କୋଚ୍ ନିଯୁକ୍ତ
ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍ ଭାବେ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...


