ଭୁବନେଶ୍ୱର,୧।୬(କ୍ରୀଡ଼ା ପ୍ରତିନିଧି): ଏସ୍ଆର୍ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୯ତମ ଅନ୍ଲାଇନ୍ ଚେସ୍ରେ ଓମ୍ ଆଦିତ୍ୟ ଖାଡଙ୍ଗା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍ ସ୍କୁଲ୍ର ଓମ୍ ଆଦିତ୍ୟ ୫.୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ରବୀନ୍ଦ୍ର କୁମାର ଓଝା ଓ ପି. ସାଇରୂପା ୪.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରତୀକ ଚୌରାସିଆ, ଆରିନ ଅନ୍ବେଷ ସ୍ବାଇଁ, ଜ୍ୟୋସ୍ନଭ ତାଲୁକଦାର, ଗୌରବ ମହାନ୍ତି, ସିଦ୍ଧାର୍ଥ ମିଶ୍ର, ସାଇ ସମ୍ପ୍ରଦା ମହାନ୍ତି, ଆଦିତ୍ୟ ବିକ୍ରମ ମିଶ୍ର, ଦେବପ୍ରିତ ମିଶ୍ର, ସୂର୍ଯ୍ୟାଂଶୁ ମହାକୁଡ଼, ଅଭିଷେକ ଦାଶ, ସାଇ ଶ୍ରୀହନ, ଅଦିତି ମହାରଣା ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ଏସ୍ଆର୍ ଚେସ୍ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ କୋଚ୍ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଅଲିମ୍ପିକ୍ରେ ସ୍ବର୍ଣ୍ଣ ଜିତିଲେ ମିଳିବ ୩ କୋଟି
ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ସ୍ବର୍ଣ୍ଣ...
ଗୋଟିଏ ଦିନରେ ୩୦୯ ରନ୍ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ
ବ୍ରିସ୍ବେନ୍,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି...
ନକ୍ଆଉଟ ପର୍ଯ୍ୟାୟରେ ଚିଲି
କୁଇବା, ୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଗ୍ରୁପ୍ ଏ’ରେ ଖେଳାଯାଇଥିବା ମ୍ୟାଚ୍ରେ ଚିଲି ଓ ଲୁଇସ ସୁଆରେଜଙ୍କ ଉରୁଗୁଏ ଦଳ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ...
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...
ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...
ପୋଲାଣ୍ଡ ଓପନ୍: ଦହିୟାଙ୍କୁ ରୌପ୍ୟ
ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍ରେ ଭାରତୀୟ ରେସ୍ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୬।୬: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ...


