କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରକାଶ ଯେ ଉକ୍ତ ସ୍ଥାନରେ ଗତ କିଛି ଦିନ ହେବ ରେଳ ଲାଇନର ଦୋହରିକରଣ କାମ ଚାଲିଥିବାରୁ ନୂତନ ଓଭର୍ ବ୍ରିଜ କାମ ଚାଲୁ ରହିଥିଲା। ଯାହାକୁ ନେଇ ବ୍ରିଜ ନିର୍ମାଣ ନିମନ୍ତେ ଠିକା କମ୍ପାନୀ ପକ୍ଷରୁ ନିକଟରେ ଏକ ଡାଇଭର୍ସନ୍ ରାସ୍ତା ନିର୍ମାଣ କରାଯାଇଥିଲା। ଉକ୍ତ ଡାଇଭର୍ସନ୍ ରାସ୍ତାଟି ଅତି ନିମ୍ନମାନର କରାଯାଇଥିବା ସହ ସେଠାରେ କଙ୍କଡାନାଳର ପାଣି ଯିବା ପାଇଁ କମ୍ ଆୟତ୍ତନର ହୋମ୍ ପାଇପ୍ ଲଗାଯାଇଥିଲା। ହେଲେ ଲଘୁଚାପଜନିତ ବର୍ଷା ଯୋଗୁଁ ଅଧିକ ମାତ୍ରାରେ ପାଣି ପ୍ରବାହିତ ଯୋଗୁ ହୋମ୍ ପାଇପ୍ ମଧ୍ୟରେ ନଯାଇ ପାରି ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇଗଲା ଶନିବାର ଏହି ରାସ୍ତାରେ ଗାଡ଼ି ଦୁଇ ପାର୍ଶ୍ରେ ଛିଡ଼ା ହୋଇରହିଥିବା ସହ ବାଟୋଇ ଲୋକଙ୍କ ଭିଡ଼ ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଜାରି ରଖିଛି।
ରାତି ପାହିଲେ ବାହାରିବେ ବରଯାତ୍ରୀ
ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ।...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ରାଜ୍ୟରେ ଆଜି ୩,୫୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୫୩୫ କରୋନା ଆକ୍ରାନ୍ତ...
୧୦ରେ ବର୍ଷର ପ୍ରଥମ, ଶେଷ ବଳୟ ସୂର୍ଯ୍ୟୋପରାଗ
ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍ଲାଣ୍ଡ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
ପୋଲିସ କଲା ରାଜପଥ ମରାମତ
କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛି। ଏହି...
କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ
ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ...


