ସଜନାଗଡ଼, ୧୩।୬ (ଡି.ଏନ.ଏ.)-ତାଙ୍କ ଦେହରୁ ବାହାରୁଛି ଚୁମ୍ବକୀୟ ଶକ୍ତି। ଶରୀରରେ ଷ୍ଟିଲ ଚାମଚ, କଏନ ଯାହା ଲଗାଇଲେ ସେସବୁ ଲାଖି ରହୁଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଲୋକମାନେ ତାଙ୍କୁ ଏବେ ତାଙ୍କୁ ଚୁମ୍ବକମ୍ୟାନ୍ ବୋଲି ଡାକିବାକୁ ଆରମ୍ଭ କଲେଣି। ସେ ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଅଧୀନ ମଲ୍ୟାଣି ଗାଁର ରାଜେନ୍ଦ୍ର ମହାପାତ୍ର।
ଉକ୍ତ ଗ୍ରାମରେ କେତେଜଣ କରୋନା ଟିକା ନେବା ପରେ ସେମାନଙ୍କ ଦେହରେ ଚୁମ୍ବକୀୟ ଶକ୍ତି ଜାତ ହେଉଥିବା କୁହାକୁହି ହେଉଥିଲେ। ଏ ବିଷୟ ଶୁଣିବା ପରେ ରାଜେନ୍ଦ୍ରଙ୍କ ମନରେ କୌତୁହଳ ସୃଷ୍ଟି ହେଲା। ସେ ଏପ୍ରିଲ ୨୬ରେ ଟିକା ନେଇଥିବାରୁ ଏକଥାର ସତ୍ୟତା ଜାଣିବା ପାଇଁ ନିଜ ଦେହରେ ଚାମଚ, କଏନ୍ ଆଦି ଲଗାଇ ରଖିଥିଲେ। ସେସବୁ ଲାଖି ରହିଥିଲା। ପ୍ରଥମେ ଏକଥା ନିଜେ ମଧ୍ୟ ବିଶ୍ୱାସ କରିପାରି ନ ଥିଲେ। ଭାବୁଥିଲେ ଝାଳ ପାଇଁ ବୋଧହୁଏ ଏଭଳି ହୋଇଥାଇପାରେ। ପରେ ପୁଣି ଥରେ ଦେହସାରା ପୋଛାପୋଛି କରି ଷ୍ଟିଲ୍ ଓ ଅନ୍ୟ ଧାତବ ଜିନିଷ ଲଗାଇଲେ ମଧ୍ୟ ତାହା ଶରୀରରେ ଲାଖି ରହିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜେନ୍ଦ୍ରଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପେଟ ଟିକା ନେବା ପରେ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ଘଟିଥାଇପାରେ ବୋଲି ଭାବି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ଦୁଇ ନାବାଳିକାଙ୍କୁ ୬୨ ବର୍ଷୀୟ ବୃଦ୍ଧଙ୍କ ଅସଦାଚରଣ ଅଭିଯୋଗ
ବାଲେଶ୍ୱର ଅଫିସ,୬ା୬: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବଜାରରେ ଥିବା ଏକ ଦୋକାନକୁ ଥଣ୍ଡା ପାନୀୟ ଆଣିବାକୁ ଯାଇଥିବା ବେଳେ ୬୨ ବର୍ଷୀୟ ଦୋକାନୀ ଦୁଇ...
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...
ବାଡ଼ିରେ ବୁଲୁଥିଲା ୫ ଫୁଟିଆ ନାଗ, ଆଉ ତା’ ପରେ
ବାଲେଶ୍ୱର ଅଫିସ,୨।୬: ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗାଁର ଜୟଦେବ ବେହେରାଙ୍କ ବାଡିରୁ...
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍
ବାଲେଶ୍ୱର ଅଫିସ,୭ା୬: ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ସୋମବାର କେନ୍ଦ୍ରୀୟ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି...
ଗ୍ରାହକ ସାଜି ନେଇଗଲେ ସୁନା ହାର
ସୋର,୨୫।୬: ବାଲେଶ୍ୱର ଜିଲା ସୋର ଥାନା ବଡ଼ଖୁରି ଛକରେ ଥିବା ଏକ ଜୁଏଲାରୀ ଦୋକାନରୁ ସୁନା ଅଳଙ୍କାର ଲୁଟ ହୋଇଛି । ଗ୍ରାହକ ବେଶରେ ଆସି...
ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ
ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ...


