ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସମ୍ଭବ ହୋଇପାରୁ ନ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଏବେ ଅଣ୍ଟା ଭିଡ଼ିଛି ା କରୋନା, ବ୍ଲାକ ଫଙ୍ଗସ୍ ଭଳି ମହାମାରୀ ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ‘ହୁ’ ପକ୍ଷରୁ ଏକ ଟେଣ୍ଟ କମ୍ୟୁନିଟି ହସ୍ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି ା
ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପଶ୍ଚିମବଙ୍ଗ ସନ୍ନିକଟ ଯେକୌଣସି ସ୍ଥାନରେ ଏକ ଟେଣ୍ଟ କମ୍ୟୁନିଟି ହସ୍ପିଟାଲ ନିର୍ମାଣ ଲାଗି ଜମି ସର୍ଭେ ଆରମ୍ଭ ହୋଇଛି। ଲକ୍ଷ୍ମଣନାଥରୋଡ଼ ନିକଟ ପୁରୁଣା ୟୁନିଫାଏଡ଼ ଚେକ୍ଗେଟ୍ ନିକଟରେ ୫୨ ଏକର ସରକାରୀ ଉପଯୁକ୍ତ ଜମି ରହିଛି। ଏହି ସ୍ଥାନ ପଶ୍ଚିମବଙ୍ଗରୁ ମାତ୍ର ୨କି.ମି. ଦୂର ଏବଂ ଭୋଗରାଇ, ବସ୍ତା, ବାଲିଆପାଳରୁ କେନ୍ଦ୍ରସ୍ଥଳ ହୋଇଥିବାରୁ ତାହା ପ୍ରକୃଷ୍ଟ ବୋଲି ମତପ୍ରକାଶ ପାଇଛି ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍ ଜଗଦ୍ଦେବଙ୍କ ନେତୃତ୍ୱରେ ‘ହୁ’ର ରାଜ୍ୟ ଅଧିକାରିଣୀ ଅର୍ଚ୍ଚନା ଗାୟଣ, ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା. ପ୍ରଭାସ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ବିପିଏମ୍ ଅନୀଲ ମହାନ୍ତି, ବିଡ଼ିଓ ଦିପ୍ତୀରଞ୍ଜନ ସେଠୀ, ମ୍ୟୁନିସିପାଲିଟି ଅଧିକାରୀ ଅଜୟ ମହାପାତ୍ର ପ୍ରମୁଖ ଉକ୍ତ ସ୍ଥାନ ସର୍ଭେ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ୯୬ ବେଡ୍ ବିଶିଷ୍ଟ ଏହି ହସ୍ପିଟାଲ ନିର୍ମାଣ ହେଲେ ମହାମାରୀ ସମୟରେ ଉତ୍ତର ଓଡ଼ିଶାର ୪ଟି ବ୍ଲକ ଉପକୃତ ହୋଇପାରିବେ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ଖାଦ୍ୟ ଅନ୍ବେଷଣରେ ଗାଁରେ ଦନ୍ତା
ଖଇରା, ୨୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଏକ ଦନ୍ତା ପଶି ଆସିଥିବା ବେଳେ ବନବିଭାଗ ଉଦ୍ୟମରେ ତାକୁ ପ୍ରଥମେ...
ଧାନ ବିକ୍ରି ଚିନ୍ତାରେ ଚାଷୀ
ବାଲେଶ୍ୱର ଅଫିସ, ୭।୬-ଚଳିତବର୍ଷ ଅମଳ ହୋଇଥିବା ରବି ଧାନ କିଣିବା ସହିତ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବାଲେଶ୍ୱର ଜିଲା କଂଗ୍ରେସ...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ରଥ ନିର୍ମାଣ କରୁଥିବା ୧୦ ମହାରଣା ଗିରଫ
ବାଲେଶ୍ୱର ଅଫିସ, ୨୧।୬: ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିର ରଥ ଖଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିଲା। ଏହି ନିୟମକୁ ଉଲ୍ଲଙ୍ଘନ...
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...
ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ
ଖଇରା,୧୦।୬(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ...
ଦୁଇ ନାବାଳିକାଙ୍କୁ ୬୨ ବର୍ଷୀୟ ବୃଦ୍ଧଙ୍କ ଅସଦାଚରଣ ଅଭିଯୋଗ
ବାଲେଶ୍ୱର ଅଫିସ,୬ା୬: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବଜାରରେ ଥିବା ଏକ ଦୋକାନକୁ ଥଣ୍ଡା ପାନୀୟ ଆଣିବାକୁ ଯାଇଥିବା ବେଳେ ୬୨ ବର୍ଷୀୟ ଦୋକାନୀ ଦୁଇ...


