ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ଭାରତର ଟେଲିକମ୍ ସେକ୍ଟର, ସରକାରୀ କ୍ଷେତ୍ର, ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସେକ୍ଟର ଉପରେ ସାଇବର ଆକ୍ରମଣ ଲାଗି ଡ୍ରାଗନ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ଚାଇନାର ବ୍ଲୁପ୍ରିଣ୍ଟ୍ ତାଲିକାରେ ଏନ୍ଟିପିସି ମଧ୍ୟ ରହିଛି। ଏକ ସାଇବର ଇଣ୍ଟେଲଜେନ୍ସ ଏଜେନ୍ସି ପକ୍ଷରୁ କରାଯାଇଥିବା ତଦନ୍ତରୁ ଏ ସମ୍ପର୍କରେ ଜଣାପଡ଼ିଛି। ଆମେରିକାୟ ପକ୍ଷରୁ ପ୍ରକାଶ ପାଇଥିବା ଏସମ୍ପର୍କିତ ରିପୋର୍ଟରେ ମଧ୍ୟ ସାଇବର ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇଛି। ଭାରତରେ ସାଇବର ଆକ୍ରମଣ ଅଭିଯାନ ଚାଇନାର ସୈନ୍ୟ ବାହିନୀର ଏକ ସ୍ବତନ୍ତ୍ର ଶାଖା ଦ୍ୱାରା କରାଯାଉଛି। ୨୦୨୧ ମାର୍ଚ୍ଚରେ ଏ ସମ୍ପର୍କରେ ଜଣାପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ପୂର୍ବ ଲଦାଖର ଗଲଓ୍ବାନ ଘାଟି ହିଂସା ପରେ ଚାଇନା ପକ୍ଷରୁ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି। ୨୦୧୫ରେ ଚାଇନା ସୈନ୍ୟ ବାହିନୀର ପୁନର୍ଗଠନ ପରେ ସାଇବର ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସୋମବାରଠାରୁ ବାର୍-ପାର୍କ ଖୋଲା…
ନୂଆଦିଲ୍ଲୀ,୨୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏବେ ଧୀରେଧୀରେ ଅନ୍ଲକ୍ ଅନ୍ତର୍ଗତ କଟକଣା ହଟାଯାଉଛି। ସୋମବାରଠାରୁ ଦିଲ୍ଲୀରେ ବାର୍ ଏବଂ...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ
ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ...
ମେ’ ମାସରେ ରାଜଧାନୀରେ ୯୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ: ପ୍ରତିଦିନ ୩୦୦ ଅନ୍ତିମ ସଂସ୍କାର…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...
ପତ୍ନୀଙ୍କୁ କାମୁଡ଼ିଥିବା କୁକୁରକୁ ଗୁଳି କରି ହତ୍ୟା କଲେ ସ୍ବାମୀ
ଇନ୍ଦୋର,୩।୬: ପତ୍ନୀଙ୍କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲା ପଡ଼ୋଶୀଙ୍କ ପୋଷା କୁକୁର। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଗୁଳିକରି ଉକ୍ତ କୁକୁରକୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କୁ...
ଥରିଲା ରାଜଧାନୀ …
ନୂଆଦିଲ୍ଲୀ,୨୦।୬: ରାଜଧାନୀ ଦିଲ୍ଲୀରେ ରବିବାର ମଧ୍ୟାହ୍ନ ୧୨ଟା ୨ରେ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୨.୧ ଥିଲା ବୋଲି ଜାତୀୟ ଭୂ ଗବେଷଣା...
ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ
ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି।...
ପୁଅ ନ ହେବାରୁ ମା’ ଝିଅଙ୍କୁ ଦେଢ଼ ବର୍ଷ ବନ୍ଦୀ କରି ରଖିଥିଲେ ସ୍ବାମୀ
ମୁମ୍ବାଇ, ୩।୬: ୪୧ ବର୍ଷୀୟା ସ୍ତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହ ୩ ଝିଅଙ୍କ ସହ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ...
୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...


