ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ଭାରତ ମେ’ ମାସରେ ପୃଥିବୀରେ ରେକର୍ଡ କରିଛି। ଗୋଟିଏ ମାସରେ ଦେଶରେ ୧ ଳକ୍ଷ ୨୦ ହଜାରରୁ ଅଧିକ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ଦିଲ୍ଲୀରେ ମେ’ ମାସରେ ୯୩୦୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପ୍ରତିଦିନ ରାଜଧାନୀର ବିଭିନ୍ନ ଶ୍ମଶାନ ଏବଂ କବରସ୍ତାନରେ ୩୦୦ କରୋନା ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶର ବିଭିନ୍ନ ଶ୍ମଶାନ ଏବଂ କବରସ୍ତାନରେ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେଭଳି ସ୍ଥିତି ଜାରି ରହିଛି। ଦେଶର କରୋନା ମହାମାରୀ ସ୍ଥିତି ସମ୍ପର୍କରେ ଶ୍ମଶାନ ଏବଂ କବରସ୍ତାନରୁ ସୂଚନା ମିଳୁଛି। କେତେକ ସ୍ଥଳେ ସରକାରୀ ରିପୋର୍ଟ ସହିତ ଶ୍ମଶାନ ଏବଂ କବରସ୍ତାନ ରିପୋର୍ଟ ମେଳ ମଧ୍ୟ ଖାଉ ନ ଥିବା ଅଭିଯୋଗ ହୋଇଛି। ଏପ୍ରିଲ୍ ମାସରେ ଦେଶରେ କରୋନାରେ ଆକ୍ରାନ୍ତ ହୋଇ ୪୮ ହଜାର ୭୬୮ ଜଣଙ୍କ ମୃତ୍ୟୁ ଘଟିଥିଲା।
ମେ’ ମାସରେ ରାଜଧାନୀରେ ୯୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ: ପ୍ରତିଦିନ ୩୦୦ ଅନ୍ତିମ ସଂସ୍କାର…
Posted inକରୋନା ଭାଇରସ୍, ଜାତୀୟ View All
ଆଜି ରାଜ୍ୟରୁ ୪୩୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୪୩୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...
ସରକାର ଲୁଚାଉଛନ୍ତି କୋଭିଡ୍ ମୃତ୍ୟୁ ସଂଖ୍ୟା
କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...
ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍...
ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍
ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍ ଉପହାର ସ୍ବରୂପ ପ୍ରଦାନ...
ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍କୁ ପାଳନ କରାଯାଇ ଯୋଗ ଦିବସ...
ବିଦ୍ୟୁତ୍ ବିଲ୍ ଦେଖି ପ୍ରସିଦ୍ଧ କବିଙ୍କୁ ଲାଗିଲା ଝଟ୍କା
ପ୍ରସିଦ୍ଧ କବି ମଞ୍ଜର ଭୋପାଳୀଙ୍କୁ ବିଜୁଳି ବିଭାଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଜୁନ ମାସରେ ମଞ୍ଜର୍ଙ୍କ ବିଦ୍ୟୁତ୍ ବିଲ୍ ୩୬ ଲକ୍ଷ ଟଙ୍କାରୁ...


