E-Paper
  • logo
  • Wednesday 17th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ

ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ
10:01 amJune 5, 2021

ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍‌ କଟକଣା ଭିତରେ ହାତବାନ୍ଧି ବସିଥିବା ଶିଳ୍ପୀ ଓ ବୁଣାକାରମାନେ ଜୀବନଜୀବିକାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଗୌରବମୟ କଳାର ଅଧିକାରୀ ହୋଇଥିଲେ ବି ନିଜକୁ ଅସହାୟ ମନେ କରୁଛନ୍ତି। ଏ ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ କଥା ଚିନ୍ତା କରୁ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ସୂଚନାନୁସାରେ, ରାଜ୍ୟରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ ବୁଣାକାର ରହିଛନ୍ତି। ଇତିମଧ୍ୟରେ ରାଜ୍ୟର ବହୁ ଶିଳ୍ପୀ ଓ ବୁଣାକାର କରୋନାରେ ଆଖି ବୁଜିଛନ୍ତି। ଏହାସତ୍ତ୍ୱେ ସରକାର ଏମାନଙ୍କୁ ଅଣଦେଖା କରୁଥିବା ବାରମ୍ବାର ଅଭିଯୋଗ ହେଉଛି। କେବଳ ମେ’ ମାସରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସମେତ ଆକାଶ ମହାରଣା, ପ୍ରସ୍ତର ଶିଳ୍ପୀ ଅଭୟ କୁମାର ମହାନ୍ତି, ପଟଚିତ୍ର କଳାକାର ପ୍ରଣବ ନାରାୟଣ ଦାସ, କେନ୍ଦରା (ବାନାମ୍‌) ତିଆରି କରୁଥିବା ଆଦିବାସୀ ଶିଳ୍ପୀ ଉଦୟ ମୁର୍ମୁ ପ୍ରମୁଖଙ୍କ ମୃତ୍ୟୁ ଘଟିଛି। କିଏ କରୋନାରେ ତ କିଏ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଆଖି ବୁଜିଛନ୍ତି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହସ୍ତଶିଳ୍ପୀଙ୍କ ପାଇଁ ଆମ୍‌ ଆଦ୍‌ମୀ ବୀମା ଯୋଜନା ଓ ବୁଣାକାରଙ୍କ ପାଇଁ ମହାତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ଏହାକୁ ଏବେ ବନ୍ଦ କରି ଦିଆଯାଇଛି। ସେହିପରି ପୂର୍ବରୁ ଥିବା ସ୍ବାସ୍ଥ୍ୟ ବୀମାକୁ ମଧ୍ୟ ୫/୬ବର୍ଷ ହେବ ବନ୍ଦ କରି ଦିଆଯାଇଛି। କରୋନା କାଳରେ ଗୋଟିଏ ପଟେ ଏମାନେ ଜୀବିକା ହରାଇ ବସୁଥିବାବେଳେ ଅନ୍ୟପକ୍ଷେ ଜୀବନ ମଧ୍ୟ ହରାଉଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ଏମାନଙ୍କ ପାଇଁ ସ୍ବାସ୍ଥ୍ୟ ଓ ଜୀବନ ବୀମା ଯୋଜନାର ନିହାତି ଆବଶ୍ୟକ ରହିଛି। ଗତ ୨ବର୍ଷ ଧରି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ପାଇଁ ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇପଡିଛି। ପ୍ରସିଦ୍ଧ ରଘୁରାଜପୁରକୁ ପର୍ଯ୍ୟଟକ ଆସୁ ନ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଶିଳ୍ପୀଙ୍କ ଭାତହାଣ୍ଡି ଉଜୁଡି ଯାଇଛି। ସେହିପରି କୋଣାର୍କ, ନିମାପଡା, ପୁରୀ, ପିପିଲି ହାଟ, ଭୁବନେଶ୍ୱରର ଏକାମ୍ର ହାଟ ସମେତ ସମସ୍ତ ପ୍ରଦର୍ଶନୀ ବନ୍ଦ ରହିଛି। ଫଳରେ ଶିଳ୍ପୀ ଓ ବୁଣାକାରମାନେ ନିଜର ସାମଗ୍ରୀ କେଉଁଠାରେ ବିକ୍ରି କରିବେ ଓ କିପରି ପରିବାର ଚଳାଇବା ସେ ନେଇ ଚିନ୍ତାରେ ଅଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ମେଟ୍ରୋ, ରାଜ୍ୟ View All

ଆଶଙ୍କା ଭିତରେ ଭଲ ଫଳକୁ ଅପେକ୍ଷା

ଭୁବନେଶ୍ୱର,୧୭।୬: ଦେଶରେ କୋଭିଡ୍‌ ସଂକ୍ରମଣ ଯୋଗୁ ଶିକ୍ଷା ବ୍ୟବସ୍ଥା ବେଶ୍‌ ପ୍ରଭାବିତ ହୋଇଛି। ୨୦୧୯-୨୧ ଶିକ୍ଷାବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ...

ଭାକ୍ସିନ୍‌ର ଗୋଟିଏ ଡୋଜ୍‌ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ପାଇଁ ପର୍ଯ୍ୟାପ୍ତ !…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏ...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ରଥରେ ଲାଗିଲା ଅଖ

ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି।...

ନୂଆ ବିପିଏଲ୍‌ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା

କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କୋଭିଡ୍‌ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ
Next Post Next post:
ପୁଣି ବଢ଼ିଲା ମୃତକଙ୍କ ସଂଖ୍ୟା, କମିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts