ଜଗତ୍ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍ସିଂହପୁର ଜିଲାରେ ଲକ୍ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ ଜିନିଷକୁ ବାଦ୍ ଦେଲେ ଅବଶିଷ୍ଟ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିପାରୁନାହିଁ। ଅନ୍ୟପକ୍ଷରେ ବଜାରରେ ଲାଇସେନ୍ସପ୍ରାପ୍ତ ଦୋକାନରେ ଖୋଲାଖୋଲି ଭାବେ ମଦ ବିକ୍ରି ଉପରେ କଟକଣା ଲଗିଛି। ଅନ୍ଲାଇନ୍ରେ ମଦ କାରବାର ପାଇଁ ଅନୁମତି ଦିଆଯାଇଛି। କେହି ମଦ କିଣିବାକୁ ଚାହିଁଲେ ଅନ୍ଲାଇନ୍ରେ ଆବେଦନ କଲେ ଦୋକାନୀ ତାଙ୍କ ନିକଟରେ ମଦ ପହଞ୍ଚାଇବା ବ୍ୟବସ୍ଥା କରିବେ। ଏ ନେଇ ମଦର ମୂଲ୍ୟ ସହ ଯେଉଁ ବ୍ୟକ୍ତି ଏହାକୁ ନେଇ ଯିବେ ତାଙ୍କ ଖର୍ଚ୍ଚ ଦେବାକୁ ପଡ଼ିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହେଉଛି। ବିନା ଡୋର ଡେଲିଭରିରେ ମଦ କାରବାର ଚାଲିଛି। ଦୋକାନୀ ଘରେ ପହଞ୍ଚାଇବାକୁ ସ୍ଥିରୀକୃତ ଟଙ୍କା ନେଉଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସ୍ଥାନରୁ ବିକ୍ରି କରି ବେସ୍ ଲାଭ ଉଠାଉଛନ୍ତି। କେବଳ ଏତିକି ନୁହେଁ, ସ୍ଥିରୀକୃତ ମଦର ମୂଲ୍ୟଠାରୁ ମଧ୍ୟ ଅଧିକ ନେଉଥିବା ଅଭିଯୋଗ ହେଉଛି। ଏହାବାଦ୍ ଅନଲାଇନ୍ ମାଧ୍ୟମରେ କେତେଜଣ ଲୋକ ମଦ କିଣିବାକୁ ଚାହୁନାହାନ୍ତି। ସେମାନେ ନିଜର ନାମ ଗୋପନ ରଖି ଅଧିକ ଟଙ୍କାରେ କ୍ରୟ କରୁଛନ୍ତି। ଏ ପରିସ୍ଥିତିରେ ଜିଲାରେ ନକଲି ମଦ କାରବାର ମଧ୍ୟ ବୃଦ୍ଧି ପାଇଛି। ଏହି ର଼୍ୟାକେଟ୍ ଜିଲାରେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି। ସେହିପରି ବେଆଇନ ବ୍ରାଉନସୁଗାର ଓ ଗଞ୍ଜେଇ ଆଦି କାରବାର ଆଶାତୀତ ଭାବେ ବୃଦ୍ଧି ପାଇିଛି। ଏହାକୁ ନିୟନ୍ତ୍ରଣ କରା ନ ଗଲେ ଆଗକୁ ପରିସ୍ଥିତି ଜଟିଳ ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଜିଲା ଅବକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୩୬ଟି ଅନ୍ଲାଇନ୍ ଶପ୍, ୧୯ ଅଫ୍ଲାଇନ ଶପ୍ ଓ ୧୧ଟି ଦେଶୀ ମଦ ଦୋକାନ ରହିଛି। ଏହାଛଡ଼ା ୭ ବିଦେଶୀ ଓ ୨ ଦେଶୀ ମଦ ଦୋକାନ ଉପରେ କଟକଣା ଲାଗୁ ହୋଇଥିଲା। କୋର୍ଟ ନିର୍ଦ୍ଦେଶ ପରେ ଏହି କଟକଣା ଉଚ୍ଛେଦ ହୋଇଛି। ଖୁବ୍ଶୀଘ୍ର ଏଗୁଡିକୁ ନିଲାମ କରାଯିବ। ସବୁଠୁ ବଡ କଥା ହେଲା ବିଦେଶୀ ମଦର ଅଭାବ ଦେଖି କେତେଜଣ ଅସାଧୁ ବ୍ୟକ୍ତି କଟକ ଓ ପୁରୀ ଜିଲା ପଟୁ ନକଲି ମଦ ଆଣି ବିକ୍ରି କରୁଥିବା ଶୁଣିବାକୁ ମିଳୁଛି। ସେମାନେ କଟକ ଜିଲାର ନିଆଳି ଓ ପୁରୀର ନୂଆହାଟ ପଟୁ ଏହି ନକଲି ମଦ ଆଣି ଜିଲାର ନାଉଗାଁ, ଜଗତ୍ସିଂହପୁର ଓ ବାଲିକୁଦା ଆଦି ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଯେତିକି ପରିମାଣର ବ୍ରାଉନସୁଗାର ବିକ୍ରି ହେଉଥିଲା ଏବେ ତାହା ବଢିଛି। ଗଞ୍ଜେଇ ଚୋରା ଚାଲାଣ କଥା ନ କହିଲେ ଭଲ। ଅବକାରୀ ବିଭାଗର କର୍ମଚାରୀ ଓ ଗାଡିର ଅଭାବ ଥିବାରୁ ସନ୍ତୋଷଜନକ ଚଢାଉ କରିହେଉ ନ ଥିବା କୁହାଯାଇଛି। କିନ୍ତୁ ଅବକାରୀ ବିଭାଗ ଓ ଚୋରା ମଦ କାରବାରକାରୀଙ୍କ ମଧ୍ୟରେ ସମ୍ପର୍କରେ ହେତୁ ଜିଲାରେ ଏହି କାରବାର ବଢିଚାଲିଛ ଅଭିଯାଗ ହେଉଛି।
ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ମହାପାତ୍ର କହିଛନ୍ତି, ନକଲି ମଦ କାରବାର ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତଥାପି ଅନୁଧ୍ୟାନ କରାଯିବ। କେହି ସୂଚନା ଦେଲେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡୋର ଡେଲିଭରି ବାବଦ ନିର୍ଦ୍ଦିଷ୍ଟ ସ୍ଥାନରୁ ବିଦେଶୀ ମଦ ବିକ୍ରି ହେଉଥିବା ଶୁଣାଯାଉଛି। ଏସବୁ ଉପରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଗାଈ ଗୋଠରେ ବଜ୍ରପାତ
ଝାରସୁଗୁଡ଼ା ଅଫିସ,୫।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଖଡାମ ଗ୍ରାମ ନିକଟରେ ଶନିବାର ରାତିରେ ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ୨ ଗାଈଙ୍କ...
ରାଜପଥରେ ଓଲଟିଲା କାର
ରୂପସା,୧୫।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...
ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ନିମାପଡ଼ା, ୪ା୬(ଡି.ଏନ୍.ଏ.): ଚାରିଛକ ଫାଣ୍ଡି ଅଧୀନ ବ୍ରହ୍ମକୁଣ୍ଡି ଗ୍ରାମ ନିକଟରେ ଥିବା ଏକ ବାଣ ଗୋଦାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଥିବା...
ଭାଇବୋହୂଙ୍କୁ ହତ୍ୟା ଧମକ: ଜେଲ୍ ଗଲେ ଦେଢ଼ଶୁର
ଦିଗପହଣ୍ଡି,୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।...
ମହଙ୍ଗା ପଡ଼ିଲା ବାର୍ହା ମାଂସ କିଣିବା
କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...
ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍ଏସ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...
ରୟତି ଜମିରୁ ବେଆଇନ ଗଛକଟା
ସମ୍ବଲପୁର,୧୬ା୬(ବ୍ୟୁରୋ):ସମ୍ବଲପୁର ବନଖଣ୍ଡରେ ରୟତି ଜମିରୁ ବେଆଇନ ଭାବେ ଗଛକଟା ଚାଲିଛି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ୍ କିସମ ମେଳ ଖାଉ ନ...


