ସମ୍ବଲପୁର,୧୬ା୬(ବ୍ୟୁରୋ):ସମ୍ବଲପୁର ବନଖଣ୍ଡରେ ରୟତି ଜମିରୁ ବେଆଇନ ଭାବେ ଗଛକଟା ଚାଲିଛି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ୍ କିସମ ମେଳ ଖାଉ ନ ଥିଲେ ମଧ୍ୟ ବେଆଇନ ଭାବେ ଅନୁମତି ଦିଆଯାଉଛି। ସାବିକ ଓ ହାଲ୍ କିସମ ସମାନ ହେଲେ ବିଭିନ୍ନ ଦିଗକୁ ତର୍ଜମା କରି ଡିଏଫ୍ଓ ଗଛ କାଟିବାକୁ ଅନୁମତି ଦେବା ନିୟମ ରହିଛି। ହେଲେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ୪ବର୍ଷ ଭିତରେ ଏହି ବନଖଣ୍ଡରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି, ଯାହା ୧୦ ଲକ୍ଷ ସିଏଫ୍ଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହେଉଛି।
ମାଫିଆମାନେ ଗଛ କାଟିବା ପାଇଁ ପ୍ରଥମେ ରୟତି ଜମି ମାଲିକଙ୍କ ନାମରେ ଅନୁମତି ନେଉଛନ୍ତି। ପରେ ସେମାନେ ଅନୁମତି ପାଇଥିବା ଗଛ କାଟିବା ସହ ଜମି ନିକଟ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ କାଟି ନେଉଛନ୍ତି। ଏଥିରେ ପ୍ରାୟ ୧୦ କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ହେଉଛି। ଏଭଳି ଲକ୍ଷାଧିକ ଗଛ ବିହାର, ଝାଡ଼ଖଣ୍ଡ, କଲିକତା, ଛତିଶଗଡ଼, ମଧ୍ୟପ୍ରଦେଶ ସମେତ ରାଉରକେଲା, ଭଦ୍ରକ, କଟକ, ଭୁବନେଶ୍ୱର, ଅନୁଗୋଳ ଆଦି ଜିଲାକୁ ଚୋରା ଚାଲାଣ ହେଉଛି। ଏଥିରେ ଝାଡ଼ଖଣ୍ଡ ଓ ରାଉରକେଲାର ମାଫିଆ ସମ୍ପୃକ୍ତ ରହିଥିବା ବେଳେ ଜିଲାର କେତେଜଣ ରାଜନେତା ମଧ୍ୟସ୍ଥ କାମ କରୁଛନ୍ତି। ଜମି ମାଲିକମାନଙ୍କଠାରୁ ସିଏଫ୍ଟି ୫୦ ଟଙ୍କାରେ କିଣୁଥିବା ବେଳେ ବଜାରରେ ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି କରାଯାଉଛି। ପ୍ରାୟ ୧୦ ଗୁଣା ଲାଭ ମିଳୁଥିବାରୁ ମୋଟା ଅଙ୍କରେ ଭାଗବଣ୍ଟା ହେଉଛି। ବନ ବିଭାଗର କେତେଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରୁଛନ୍ତି। ଜମିମାଲିକଙ୍କ ନାମରେ ଅନୁମତି ପାଇଥିବା କେତେକ ଗଛର ଟ୍ରାନ୍ଜିଟ ପାସ୍ ତିଆରି କରି ଜଙ୍ଗଲରୁ ଗଛ କାଟି ବିକ୍ରି କରାଯାଉଛି। ଏ ନେଇ ବନ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଗଛ କାଟିବା ପୂର୍ବରୁ ରାଜସ୍ବ ଓ ବନ ବିଭାଗ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଗଛର ମୋଟେଇ, କେତେ ଦୂରତାରେ ଗଛ ରହିଛି, ଜମିର କିସମ ଓ ପରିମାଣ ଆଦି ଯାଞ୍ଚ ହୋଇଥାଏ। ସ୍ଥାନୀୟ ତହସିଲ ପକ୍ଷରୁ ମଧ୍ୟ ରିପୋର୍ଟ ଦିଆଯାଇଥାଏ। ହେଲେ ତହସିଲ କର୍ତ୍ତୃପକ୍ଷ ରିପୋର୍ଟ ଦେବାରେ ଚଞ୍ଚକତା କରୁଛନ୍ତି। ରିପୋର୍ଟ ମିଳିବା ପରେ ଗଛ କାଟିବା ପାଇଁ ଅନୁମତି ଦିଆଯାଏ। ଗଛ କାଟିବା ପରେ ବନ ବିଭାଗର ଜଣେ ରେଞ୍ଜର କିମ୍ବା ଏସିଏଫ୍ ସ୍ତରର ଅଧିକାରୀ ଗଛର ମାପଚୁପ କରନ୍ତି। ପରେ ଜମି ମାଲିକ କାଟିଥିବା ଗଛ ନେଇପାରିବେ। ଯଦି ଗଛ ବିକ୍ରି କରାଯିବ ତା’ହେଲେ ବନ ବିଭାଗ ଉପସ୍ଥିତିରେ ଗାଡିରେ ଲୋଡ୍ ହେବ ଓ ଟ୍ରାନ୍ଜିଟ ପାସ୍ ତିଆରି ହୋଇଥାଏ। ହେଲେ ଏସବୁ ନିୟମକୁ ଅଣଦେଖା କରାଯାଉଛି।
ସୂଚନା ଅନୁସାରେ ସମ୍ବଲପୁର ବନଖଣ୍ଡର ପଡିଆବାହାଲ ରେଞ୍ଜରେ ଅଧିକ ଗଛ କଟାଯାଇଛି। ସଦର, ଧମା, ରେଙ୍ଗାଲି ରେଞ୍ଜରେ ଥିବା ଜଙ୍ଗଲକୁ ଏବେ ବନ ବିଭାଗ ସହ ମିଶି ମାଫିଆମାନେ ପଦା କରିବାରେ ଲାଗିଛନ୍ତି। ରାସ୍ତା କଡ଼ରେ କେତେକ ବଡ଼ ବଡ଼ ଗଛ ଦେଖିବାକୁ ମିଳୁଛି, ହେଲେ ଜଙ୍ଗଲ ଭିତରେ ମୂଲ୍ୟବାନ ଗଛ ନାହିଁ। ଏପଟେ ବନ ବିଭାଗ ବନୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ କରୁଛି। ଅନ୍ୟପଟେ ମୋଟା ଅଙ୍କର ହାତଗୁଞ୍ଜା ନେଇ ମାଫିଆମାନଙ୍କୁ ସହାୟତା କରୁଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଡିଏଫ୍ଓ ଡ. ସଞ୍ଜିତ କୁମାର କହିଛନ୍ତି, ଜମି ମାଲିକମାନେ ବିଭିନ୍ନ ସମସ୍ୟା ଦେଖାଇ ଗଛ କାଟିବାକୁ ଅନୁମତି ଦେବାକୁ ଆବେଦନ କରୁଛନ୍ତି। ସ୍ଥାନୀୟ ତହସିଲ ଓ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ ହେଉଛି। ପରେ ଅନୁମତି ଦିଆଯାଉଛି। ଗଛ କାଟିବା ପାଇଁ ଅନୁମତି ଦେବା ଆଇନରେ ରହିଛି। ହେଲେ କେତେକ ସ୍ଥାନରେ ଦଲାଲମାନେ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ଜମି ମାଲିକମାନେ ଅଭିଯୋଗ କଲେ ଅନୁମତି ବାତିିଲ କରାଯିବ ବୋଲି ସେ କହିଥିଲେ।
Posted inଆମ ଜିଲା ଖବର, ସମ୍ବଲପୁର View All
ଚିନ୍ତା ଘାରିଲେ ବି ପ୍ରତିକାର ଶୂନ
ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ...
କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ
ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...
କ୍ୟାନ୍ସର ରୋଗୀଙ୍କୁ ମିଳୁନି କେମୋଥେରାପି
ବରଗଡ଼ ଅଫିସ୍,୨୧।୬: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ଥାନୀୟ କ୍ୟାନ୍ସର ରୋଗୀଙ୍କୁ ମିଳୁଥିବା କେମୋଥେରାପି ଚିକିତ୍ସା ଏବେ ବନ୍ଦ ରହିଛି। ଫଳରେ ଜନସାଧାରଣରେ ପୁଣି ଅସନ୍ତୋଷ...
ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ...
ଆର୍ପିଡିଏସିକୁ ଡର
ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍ପିଡିଏସି) ବୈଠକ...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
ଛତ୍ରପୁର ଅଞ୍ଚଳରେ ବଢୁଛି ବେଆଇନ ଇଟା ଭାଟି
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଛତ୍ରପୁର ତହସିଲ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଇଟା, ବାଲି, ମାଟି ବ୍ୟବସାୟ କାରବାର ବୃଦ୍ଧି ପାଉଛି। ସେହିପରି ପୋଟଲାମପୁର...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭଉଣୀ ମୃତ, ମାମୁ-ଭାଣିଜୀ ଗୁରୁତର
ଠାକୁରମୁଣ୍ଡା,୧୧ା୬(ଡି.ଏନ୍.ଏ.): ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଶୁକ୍ରବାର ସକାଳେ ଏକ କାର୍ ଦୁର୍ଘଟଣାରେ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର୍ ଚଳାଉ ଥିବା...


