E-Paper
  • logo
  • Friday 27th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ମହାମାରୀରେ ବଢ଼ିଛି ଡ୍ରଗ୍ସ ସେବନ
11:14 amJune 26, 2021June 27, 2021

ଡ୍ରଗ୍ସ ହେଉଛି ନୀରବ ବିଷ। ଥରେ ଏହାର କବଳିତ ହେବା ପରେ ଏଥିରୁ ମୁକୁଳିବା କାଠିକର ପାଠ। ତଥାପି କୁସଙ୍ଗରେ ପଡ଼ି ଯୁବପିଢ଼ି ଏଭଳି ଘାତକ ନିଶା ସେବନ କରୁଛନ୍ତି। ଏହାଦ୍ୱାରା ସେମାନେ କେବଳ ଅର୍ଥନୈତିକ ଅଧଃତନକୁ ଆମନ୍ତ୍ରଣ କରୁନାହାନ୍ତି, ଅଧିକନ୍ତୁ ଜୀବନକୁ ବିପଦରେ ମଧ୍ୟ ପକାଉଛନ୍ତି। ଡ୍ରଗ୍ସ ସେବନର ଭୟାବହତାକୁ ଜାଣିବା, ଏଭଳି ମାଦକଦ୍ରବ୍ୟଠାରୁ ଦୂରେଇ ରହିବା, ଏହାର ବେଆଇନ କାରବାର ବିରୋଧରେ ସ୍ବର ଉତ୍ତୋଳନ କରିବା ଏବଂ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍‌ ୨୬ରେ ଅନ୍ତର୍ଜାତୀୟସ୍ତରରେ ପାଳିତ ହୋଇଥାଏ ‘ଡ୍ରଗ୍ସ ଦୁରୁପଯୋଗ ଏବଂ ଚାଲାଣ ନିରୋଧୀ ଦିବସ’।

ମହାମାରୀ ସମୟରେ ଗୃହବନ୍ଦୀ ଜୀବନ ମଣିଷଙ୍କୁ ଭାରାକ୍ରାନ୍ତ କରିଛି। କରୋନା ପାଇଁ ପ୍ରଭାବିତ ହୋଇଛି ରୋଜଗାର ପନ୍ଥା। ପାରିବାରିକ ଜୀବନରେ ଅଶାନ୍ତି ବଢ଼ିଛି। ଜୀବନ, ଜୀବିକା ଦୌଡ଼ରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ମଣିଷ ନିଶା ସହିତ ବନ୍ଧୁ ବାନ୍ଧିଛି। ଫଳରେ କୋଭିଡ୍‌-୧୯ ମହାମାରୀ ସମୟରେ ସାରା ପୃଥିବୀରେ ନିଶାସେବନ ଆଶାତୀତ ଭାବେ ବୃଦ୍ଧିପାଇଛି। ଡ୍ରଗ୍ଧ, ଭାଙ୍ଗ, ନିଶାଯୁକ୍ତ ଔଷଧ ଭଳି ମାଦକଦ୍ରବ୍ୟର ସେବନ, ଅବାଧ କାରବାର ବୃଦ୍ଧି ପାଇଛି। ବିଶେଷ କରି ଯୁବବର୍ଗ ଏବଂ କମ୍‌ ବୟସର ପିଲାମାନେ ନିଶା କବଳିତ ହେବା ସବୁଠାରୁ ଚିନ୍ତାଜନକ ବିଷୟ ପାଲଟିଛି।
ପୃଥିବୀରେ ମାଦକଦ୍ରବ୍ୟ ସେବନ ଏବଂ ଏହାର ଚୋରା କାରବାରର ଇତିହାସ ବେଶ୍‌ ଲମ୍ବା। ଏହାକୁ ରୋକିବା ଲାଗି ୧୯୮୭ରେ ମିଳିତ ଜାତିସଂଘର ସାଧାରଣ ସଭାରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଥିଲା। ପ୍ରତିବର୍ଷ ଜୁନ୍‌ ୨୬କୁ ମାଦକଦ୍ରବ୍ୟ ସେବନ ଏବଂ ଚୋରାଚାଲାଣ ନିରୋଧୀ ଦିବସ ଭାବେ ପାଳନ କରିବା ଲାଗି ସର୍ବସମ୍ମତିକ୍ରମେ ସବୁଜ ସଙ୍କେତ ମିଳିଥିଲା। ଏହା ଚାଇନା ଇତିହାସରେ ମଧ୍ୟ ଏକ ସ୍ବର୍ଣ୍ଣିମ ଦିନ। ଅଷ୍ଟାଦଶ ଶତାବ୍ଦୀରେ ଚାଇନା ମାଟିରୁ ଅଫିମ ବ୍ୟବସାୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ଚାଇନିଜ୍‌ ରାଷ୍ଟ୍ରନାୟକ ଲିନ୍‌ ଜେକ୍‌ସୁ ପ୍ରୟାସ କରିଥିଲେ। ଏଥିରେ ତାଙ୍କୁ ଅନେକାଂଶରେ ସଫଳତା ମଧ୍ୟ ମିଳିଥିଲା। ନିଶା ନିବାରଣ ଲାଗି ଲିନ୍‌ଙ୍କ ନିଷ୍ଠାପର ଉଦ୍ୟମକୁ ଅଧିକ ସ୍ମରଣୀୟ କରିବା ଲାଗି ଏହି ଦିବସକୁ ପ୍ରତୀକାତ୍ମକ ଭାବେ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି।
ଡ୍ରଗ୍ଧ ନିରୋଧୀ ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଲା ଏଭଳି ମାରାତ୍ମକ ନିଶା ବିଷୟରେ ସମାଜକୁ ଅବଗତ କରାଇବା। ଯୁବପିଢ଼ିଙ୍କୁ ମାଦକଦ୍ରବ୍ୟ କବଳରୁ ଦୂରେଇ ରଖିବା ସହିତ ଏକ ନିଶାମୁକ୍ତ ସମାଜ ଗଠନ କରିବା। ଏହି ଦିବସ ପାଳନ ଉପଲକ୍ଷେ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ, ସଚେତନତାଧର୍ମୀ ନାଟକ, ଶୋଭାଯାତ୍ରା ଆୟୋଜନ କରାଯାଇଥାଏ। ସେହିପରି ମିଳିତ ଜାତିସଂଘର ନିଶା ଓ ଅପରାଧ ନିରାକରଣ କାର୍ଯ୍ୟାଳୟ (ୟୁଏନ୍‌ଓଡିସି) ନିଶା ଉଦ୍ୟୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହାର ବେଆଇନ କାରବାର ଉପରେ ଯଥାସମ୍ଭବ ଅଙ୍କୁଶ ଲଗାଇବାକୁ ପରାମର୍ଶ ଦେଇଥାଏ। ତେବେ ଚଳିତବର୍ଷ ବିଭିନ୍ନ ଦେଶରେ କୋଭିଡ୍‌ କଟକଣା ଲାଗୁ କରାଯାଇଥିବାରୁ ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ସୋସିଆଲ ମିଡିଆରେ ହ୍ୟାସ୍‌ ଟ୍ୟାଗ୍‌ କ୍ୟାମ୍ପେନିଂ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାକୁ ନିଷ୍ପତ୍ତି ହୋଇଛି।
ଚଳିତବର୍ଷର ଥିମ୍‌: ‘ଶେୟାର ଫ୍ୟାକ୍ଟ ଅନ୍‌ ଡ୍ରଗ୍ସ, ସେଭ୍‌ ଲାଇଭ୍‌ସ’
ଚଳିତବର୍ଷ ପାଳନ ହେଉଥିବା ଡ୍ରଗ୍ସ ଦୁରୁପଯୋଗ ଏବଂ ଚାଲାଣ ନିରୋଧୀ ଦିବସର ଥିମ୍‌ ରହିଛି ‘ଶେୟାର ଫ୍ୟାକ୍ଟ ଅନ୍‌ ଡ୍ରଗ୍ସ, ସେଭ୍‌ ଲାଇଭ୍‌ସ’। ଏହାର ଅର୍ଥ ଡ୍ରଗ୍ସର ବାସ୍ତବତା ଜାଣିବା ଏବଂ ଜୀବନ ବଞ୍ଚାଇବା। ଏହି ଅଭିଯାନରେ ଅଧିକରୁ ଅଧିକ ସାମିଲ ହୋଇ ଦିବସକୁ ସଫଳ କରିବାକୁ ନିବେଦନ କରାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ମଞ୍ଜି ପିଣ୍ଡୁଳାର ସାହାଯ୍ୟ ନେଇ ଜଙ୍ଗଲ ସୃଷ୍ଟି ସଙ୍କଳ୍ପ …

ପରିବେଶ ସୁରକ୍ଷା ସହ ଜଙ୍ଗଲ ସୃଷ୍ଟି ପାଇଁ ଏବେ ଅନେକେ ଚିନ୍ତିତ। ସମତଳ ଜାଗାରେ ବିଭିନ୍ନ ଲୋକ, ବିଭିନ୍ନ ଅନୁଷ୍ଠାନ ଗଛ ଲଗାଇ ସଚେତନ କରିବା...

ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ

ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର...

ବରଙ୍କ ନାମ ସମାଜବାଦ, କନ୍ୟାଙ୍କ ନାମ ମମତା ବାନାର୍ଜୀ; ଜାଣନ୍ତୁ କେବେ ପଡ଼ିବ ହାତଗଣ୍ଠି

ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର...

ସିମ୍‌ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ

ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର...

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଗୁପ୍‌ଚୁପ୍‌ରେ ମୁଦି ରଖି ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ; ଆଉ ତା’ ପରେ..

ନୂଆଦିଲ୍ଲୀ: ସାଥୀଙ୍କୁ ନିଜର ମନ କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି। କିଏ ଫୁଲତୋଡ଼ା...

ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…

ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ...

ବର୍ଷାରେ ଭ୍ରମଣ ଚେରାପୁଞ୍ଜି

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଖୁସି ଖବର, ହ୍ରାସ ପାଇବ ତୃତୀୟ ଲହରର ତାଣ୍ଡବ , ଏମ୍ସ୍‌ ପକ୍ଷରୁ ସୂଚନା…
Next Post Next post:
ହନିମୁନ୍‌ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts