ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର ଅଛି। ସିମ କାର୍ଡ ସହିତ ଜଡିତ ଏକ ମଜାଦାର ତଥ୍ୟ ଆଜି କହିବୁ। ଆମେ ସମସ୍ତେ ଜାଣୁ ଯେ ଦୁନିଆର ପ୍ରତ୍ୟେକ ସିମ କାର୍ଡ କୋଣରୁ କଟାଯାଇଥାଏ। କିନ୍ତୁ ଆପଣ ଏହାର କାରଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି? ଏହା ଜାଣିବା ପାଇଁ ଆମକୁ ସିମ କାର୍ଡ ଏବଂ ମୋବାଇଲର ଇତିହାସ ମଧ୍ୟ ଜାଣିବାକୁ ପଡିବ। କାରଣ ଏହା ବିନା ଏହି ରହସ୍ୟ ସମାଧାନ କରିବା ଅତ୍ୟନ୍ତ କଷ୍ଟକର।
ପୂର୍ବରୁ ପ୍ରତିଦିନ ସିମ ପରିବର୍ତ୍ତନ କରିବା ସମ୍ଭବ ନ ଥିଲା। ପୂର୍ବରୁ ମୋବାଇଲ ଫୋନରେ, ସିମ ପରିବର୍ତ୍ତନ କରିବାର କୌଣସି ସୁବିଧା ମଧ୍ୟ ଉପଲବ୍ଧ ନଥିଲା। ଥରେ ଯେଉଁ ଅପରେଟର (ଟେଲିକମ ଅପରେଟର)ର ଫୋନ ନିଆଗଲା, ସେହି ସିମ ମଧ୍ୟ ସବୁବେଳେ ବ୍ୟବହାର କରିବାକୁ ପଡୁଥିଲା। ପୂର୍ବରୁ ଡୁଆଲ ସିମ ଫୋନ ନ ଥିଲା। ସମୟର ଗତି ସହିତ ଟେକ୍ନୋଲୋଜି ମଧ୍ୟ ଧୀରେ ଧୀରେ ବଦଳି ଯାଇଛି। ଏବେ ଏମିତି ଫୋନ ବଜାରକୁ ଆସିଛି, ଯେଉଁଥିରୁ ସିମ ଆବଶ୍ୟକତା ଅନୁଯାୟୀ କଢାଯାଇପାରିବ। ସେହି ସମୟରେ ସିମ କୋଣ କଟା ନଥିଲା। ଟେକ୍ନୋଲୋଜିର ପରିବର୍ତ୍ତନ ସହିତ, ସ୍ଲଟରୁ ସିମ କାଢିବା ସହଜ ଥିଲା କିନ୍ତୁ ଲୋକମାନେ ତୁରନ୍ତ ସିମ୍ କାଢିବାକୁ କଷ୍ଟ ଅନୁଭବ କରୁଥିଲେ।
ଯେତେବେଳେ ଏହି ସମସ୍ୟା ବଢିବାରେ ଲାଗିଲା, ଟେଲିକମ କମ୍ପାନୀଗୁଡିକ ସିମର ଡିଜାଇନ ପରିବର୍ତ୍ତନ କରିବାକୁ ଯୋଜନା କଲେ। ଏହି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ କମ୍ପାନୀଗୁଡିକ ସିମ୍ର ଗୋଟିଏ କୋଣରୁ ଏକ ଛୋଟ ଅଂଶ କାଟିଥିଲେ। ପରେ ଲୋକଙ୍କ ସମସ୍ୟା ଦୂର ହେବାକୁ ଲାଗିଲା ଏବଂ ସେମାନେ ସହଜରେ ନିଜ ଫୋନରେ ସିମ ଇନଷ୍ଟଲ କରିବା ଆରମ୍ଭ କଲେ । ସେବେଠାରୁ ସିମ୍ରେ କଟ ମାର୍କ ଦେଖାଯିବା ଆରମ୍ଭ କଲା ଏବଂ ଫୋନରେ ମଧ୍ୟ ଏହି ସୁବିଧା ଦିଆଗଲା।
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...
ପ୍ରଥମ ରୋଜଗାର ଟଙ୍କା ମେସ୍ ଖର୍ଚ୍ଚ କରିଥିଲି
ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-...
କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...
ଖଣ୍ଡେ ମାଛ ପାଇଁ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍…
ଗୋପାଳଗଞ୍ଜ,୧୨।୬: ଖାଇବାକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ଯୋଗୁ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା...
୫ ଦେଶକୁ ଛୁଇଁନି କରୋନା
ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ...
ବଦଳୁଛି ଭୂଭାଗ, ବଢୁଛି ମରୁଭୂମି
ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...
ଜାଣନ୍ତି ବିମାନରେ କାହିଁକି ପୁରୁଷଙ୍କ ତୁଳନାରେ ନିଯୁକ୍ତି ପାଇଥାନ୍ତି ଅଧିକ ମହିଳା କର୍ମଚାରୀ
ଆପଣ କେବେ ବିମାନରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ନିଶ୍ଚିତ କୌଣସି ଫିଲ୍ମ କିମ୍ବା ବ୍ଲଗରେ ବିମାନ ଯାତ୍ରାର ଦୃଶ୍ୟ ଦେଖିଥିବେ। ଏହି...
ବରଙ୍କ ନାମ ସମାଜବାଦ, କନ୍ୟାଙ୍କ ନାମ ମମତା ବାନାର୍ଜୀ; ଜାଣନ୍ତୁ କେବେ ପଡ଼ିବ ହାତଗଣ୍ଠି
ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର...


