ଏକ୍‌ମୋ ଚିକିତ୍ସା

ଏକ୍‌ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍‌ସ ଯନ୍ତ୍ର। ହୃତ୍‌ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର ବାହାରେ ଥାଇ ଉକ୍ତ ଦୁଇଟି ଅଙ୍ଗର କାର୍ଯ୍ୟ କରେ। ସବୁ ଜୀବକୋଷକୁ ଅକ୍ସିଜେନ ଦିଏ ଓ ଅଦରକାରୀ ବିଷାକ୍ତ ଅଙ୍ଗାରକାମ୍ଳ ନିଷ୍କାସିିତ କରେ। ସାଙ୍ଘାତିକ କୋଭିଡ୍‌ ରୋଗୀର ଏହି ପ୍ରକ୍ରିୟା ସମ୍ଭବ ନ ହେବା ଫଳରେ ମୃତ୍ୟୁ ହୁଏ। ଫୁସ୍‌ଫୁସରେ ପାଣି, ପୂଯ ଓ ରକ୍ତ ଜମାଟ ବାନ୍ଧେ। ଏହାର ତନ୍ତୁ ଅସ୍ବଚ୍ଛ କାଚ ପରି ଦେଖାଯାଏ। ତେଣୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଶରୀରର ବିଭିନ୍ନ ଅଙ୍ଗ ପାଇପାରେ ନାହିଁ। ଏହି ପରିସ୍ଥିତିରେ ଅକାମୀ ଫୁସ୍‌ଫୁସ ପ୍ରତିବଦଳରେ ‘ଏକ୍‌ମୋ’ କିଛି ଦିନ ବଞ୍ଚତ୍ବା ପାଇଁ ଆଶା ସଞ୍ଚାର କରେ। ସାଂଘାତିକ ହୃଦ୍‌ଘାତରେ ଏହା ମଧ୍ୟ ବ୍ୟବହୃତ ହୁଏ। ଏହାର ସମ୍ପୂର୍ଣ୍ଣ ସଫଳତା ନୈରାଶ୍ୟଜନକ। ବଞ୍ଚତ୍ବାର ଆଶା ନେଇ ଗରିବ ରୋଗୀ ସର୍ବସ୍ବାନ୍ତ ହୁଏ।
ଏକ୍‌ମୋ ଶରୀରର ସବୁ ଅଙ୍ଗକୁ ରକ୍ତ ପମ୍ପ କରେ। ହୃତ୍‌ପିଣ୍ଡ ସ୍ପନ୍ଦନ ଜାରି ରଖେ। ଏହା ଫୁସ୍‌ଫୁସ ଓ ହାର୍ଟର ପରିପୂରକ ରୂପେ କାର୍ଯ୍ୟ କରେ। ସଦ୍ୟଜାତ ଶିଶୁ ଓ ବାଳକମାନଙ୍କ ଚିକିତ୍ସା ପାଇଁ ଏହା ଉପଯୋଗୀ। ଏହା ଗୋଟିଏ ବ୍ୟୟବହୁଳ ଚିକିତ୍ସା। ମାତ୍ର ୧୫ ଦିନରେ ପ୍ରାୟ ୧୨ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥାଏ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ସାଂଘାତିକ ହୃଦ୍‌ଘାତ ପରେ ଜୀବନ ରକ୍ଷାକାରୀ ଏକ୍‌ମୋ ଯନ୍ତ୍ରରେ ବହୁଦିନ ରଖାଯାଇଥିଲା। ଏହା ସବୁ ରୋଗୀଙ୍କ ପାଇଁ ବ୍ୟବହାର ସମ୍ଭବ ନୁହେଁ। ଜୀବନ ବଞ୍ଚାଇବା ପାଇଁ ସବୁ ଚିକିତ୍ସା ଅସଫଳ ହେଲେ ଏହାର ବ୍ୟବହାର ଅପରିହାର୍ଯ୍ୟ। ମସ୍ତିଷ୍କ ଅପରେଶନ ପରେ ଏହାର ବ୍ୟବହାର ନିଷେଧ।
ଏକ୍‌ମୋ ଯନ୍ତ୍ର ଜଙ୍ଘ ପାଖରେ ଥିବା ଫିନୋରାଲ୍‌ ଶିରାରୁ ନଳୀ ମାଧ୍ୟମରେ ଦୂଷିତ ରକ୍ତ ସଂଗ୍ରହ କରେ। ଉକ୍ତ ରକ୍ତକୁ ଅମ୍ଳଜାନ ଦ୍ୱାରା ସଂତୃପ୍ତ କରି ଶରୀର ଉତ୍ତାପରେ ଫିନୋରାଲ ଧମନୀରେ ପ୍ରବାହିତ କରାଯାଏ। ଏହା ହେଉଛି ଫୁସ୍‌ଫୁସର କାର୍ଯ୍ୟ। ଏକ୍‌ମୋ ଯନ୍ତ୍ର ତାହା ନିର୍ବାହ କରେ। ଏହା ସହିତ ଜୀବାଣୁ ନାଶକ ଆଣ୍ଟିବାୟୋଟିକ ଇଞ୍ଜେକ୍‌ଶନ ଦିଆଯାଏ। ସାଙ୍ଘାତିକ କୋଭିଡ୍‌ ସଂକ୍ରମଣରେ ଏକ୍‌ମୋର ଆବଶ୍ୟକତା ଅନିବାର୍ଯ୍ୟ। ସଙ୍କଟାପନ୍ନ ରୋଗୀ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ହେଉଥିବା ବେଳେ ଏକ୍‌ମୋ ଚିକିତ୍ସାରେ ୪୬ ପ୍ରତିଶତକୁ ହ୍ରାସ ଘଟେ। କିନ୍ତୁ ରୋଗୀ ଡାକ୍ତରଖାନାରୁ ଘରକୁ ଆସିବା ପରେ ସ୍ବାଭାବିକ ଜୀବନ ନିର୍ବାହ କରିପାରେ ନାହିଁ। ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ଆଶଙ୍କା ଥାଏ। ରକ୍ତରେ ପ୍ଲେଟଲେଟ୍‌ ପରିମାଣ କମିଯାଏ। ଦେହରେ ଏକ୍‌ମୋ ଯନ୍ତ୍ର ଲଗାଯିବା ସମୟରେ ଭୁଲରେ ନଳୀ ଶୀରରେ ନ ଯାଇ ଯଦି ଧମନୀରେ ପ୍ରବେଶ କରେ ଜଟିଳତା ଦେଖାଯାଏ। ରକ୍ତସ୍ରାବ, ରକ୍ତ ଜମାଟ ଓ ଅତ୍ୟଧିକ ପାଣିର ବୋଝ ସମସ୍ୟା ସୃଷ୍ଟି କରେ। ଜୀବାଣୁ ସଂକ୍ରମଣ ଓ ମସ୍ତିଷ୍କ ଆଘାତର ଆଶଙ୍କା ଥାଏ।
ଏକ୍‌ମୋ ଯନ୍ତ୍ର ୧୯୫୦ ମସିହାରେ ଜନ୍‌ ଗିବନ୍‌ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା। ୧୯୭୫ରେ ପ୍ରଥମେ ଜଣେ ନବଜାତ ଶିଶୁ ଦେହରେ ସଫଳତାର ସହ ବ୍ୟବହାର ହେଲା। ବର୍ତ୍ତମାନ ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଚାଇନା ଓ ତାଇଓ୍ବାନ୍‌ ଦେଶମାନଙ୍କରେ ଏକ୍‌ମୋର ଅଧିକ ସଂଖ୍ୟାରେ ବ୍ୟବହାର ହେଉଛି। ଏହି ଯନ୍ତ୍ର କୌଣସି ରୋଗର ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ ବ୍ୟବହାର ହୁଏ ନାହିଁ। ଏହା ସାମୟିକ ଭାବେ ଶରୀରକୁ ଅକ୍ସିଜେନ ଯୋଗାଏ। ଏକଥା ଜାଣିବାକୁ ହେବ ଯେ, ‘ଏକ୍‌ମୋ ଯନ୍ତ୍ର ହୃତ୍‌ପିଣ୍ଡ ଓ ଫୁସ୍‌ଫୁୂସର ପ୍ରତିବଦଳ ନୁହେଁ।’

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.