ବାଲେଶ୍ବର,୧୭।୬: ବାଲେଶ୍ୱର ଜିଲାର ବରିଷ୍ଠ ଶିକ୍ଷାବିତ୍ ତଥା ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିଚାଳନା ନିର୍ଦ୍ଦେଶକ ବେଣୁମାଧବ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବୁଧବାର ରାତି ପ୍ରାୟ ୧୨ଟାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଥିଲା । ଫଳରେ ତାଙ୍କୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। ମୃତଦେହ ଗୁରୁବାର ବାଲେଶ୍ବର ଅଣାଯିବ ବୋଲି ଜଣାପଡିଛି । ସେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ହୋଇଥିବା ବେଳେ ବାଲେଶ୍ବରରେ ସମାଜସେବା ତଥା ରାଜନୀତି କ୍ଷେତ୍ରରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଥିଲେ। ଏହା ସହିତ ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...
ଆହୁରି ୩ ଦିନ ବର୍ଷା
ଭୁବନେଶ୍ବର,୨୪।୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୮।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୫ ଜଣଙ୍କ ଜୀବନ...
ଏକ୍ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି
ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...
ମହାମାରୀରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ଭତ୍ତା
ଭୁବନେଶ୍ୱର,୪।୬: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇଥିବା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୨ ପିଲାଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...
ପ୍ରାଣୀ ଚିକିତ୍ସା ଦିଗରେ ପଦକ୍ଷେପ ନାହିଁ
ଖମାର,୧୮ା୬ ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍...
ଅଙ୍ଗ ନଦୀରେ ପୋଲ ନିର୍ମାଣ କରିବାକୁ ସରକାରଙ୍କ ଘୋଷଣା
ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଲଖମରା ଏବଂ ଚର୍ଦାପାଲି ଗ୍ରାମ ଦେଇ ପ୍ରବାହିତ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର...
ଦେହରେ କିରୋସିନି ଢାଳି କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ
ବାସୁଦେବପୁର,୨୬ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି।...


