ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମାତ୍ର କେରଳର କୋଟାୟମ ଜିଲାରେ ଏକ ହାତୀ ତା’ର ମାଲିକ ମରିଯିବା ପରେ କେମିତି ଶ୍ରଦ୍ଧାଞ୍ଜଳି ଦେଉଛି ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଭାବୁକ ହୋଇଯାଇଥିଲେ। ହାତୀ ତା’ର ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡିଓରେ ଦେଖିବାକୁ ମିଳିଛି ହାତୀ ତା’ର ମାଲିକଙ୍କୁ ଶେଷକାଳୀନ ବିଦାୟ ଦେଉଛି। ଅନ୍ତିମ ସଂସ୍କାର ପାାଇଁ ଯିବା ପୂର୍ବରୁ ମାଲିକଙ୍କ ଶରୀର ନିକଟରେ ହାତୀ ପହଞ୍ଚି ଯାଉଛି। ଏହି ହାତୀର ନାମ ବ୍ରହ୍ମାଦଥନ। ହାତୀ ବାରଣ୍ଡା ନିକଟରେ ଠିଆ ହୋଇ ତା’ର ମାଲିକ କୁନକକ୍କଡ ଦାମୋଦରନ ନାୟାରଙ୍କ ମୃତଦେହରେ ଦୁଇଥର ଶୁଣ୍ଢ ମାରୁଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ରହିଲାନି। ଶୁଣ୍ଢ ଟେକି ହାତୀ ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲା।
ଏହି ଭିଡିଓକୁ ଫେସ୍ବୁକ୍ରେ ଜଣେ ୟୁଜର ଶେୟାର କରିଥିଲେ। ଏହା ପରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଏଥିରେ କ୍ୟାପଶନ ଲେଖାହୋଇଛି, ଏହା ସେତେବେଳେ ଘଟିଥିଲା ଯେତେବେଳେ ବ୍ରହ୍ମାଦଥନ ତା’ର ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲା। ଯାହାଙ୍କର ଆଜି ଅର୍ଥାତ ଶନିବାର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ପୂରଣ ନ ହେଉଣୁ ଏହି ଭିଡିଓଟିକୁ ୭.୯୬ରୁ ଅଧିକ ଲୋକ ଦେଖିସାରିଲେଣି। ୨୪୦୦୦ରୁ ଅଧିକ ଲୋକ ପ୍ରତିକ୍ରିୟା ରଖିଥିବା ବେଳେ ୧୦୦୦୦ରୁ ଅଧିକ ଲୋକ କମେଣ୍ଟ ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.