ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍ ଇକୋ ପକ୍ଷରୁ ଅନ୍ଲାଇନ୍ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି ରାମକୃଷ୍ଣ ଦାଶ ପୌରହିତ୍ୟ କରିଥିଲେ। ରୋଟାରୀ ୩୨୬୨ ଜିଲାର ଗଭର୍ନର ସୌମ୍ୟ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ଦେବା ସହ ଆର୍ଥିକ ପ୍ରଗତି, ସ୍ବାସ୍ଥ୍ୟ ରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ସାଇକେଲ ଚାଳନାର ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ସାଇକେଲର ବ୍ୟବହାର ପାଇଁ ମାନସିକତା ବଦଳିବା ସହ ଏହାର ପ୍ରୋତ୍ସାହନ ପାଇଁ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ପରିବହନ କମିଶନର ସଞ୍ଜୀବ ପଣ୍ଡା ଯୋଗଦେଇ ଦିନକୁ ୧୦ କିଲୋମିଟର ସାଇକେଲ ଚାଳନା କରି ଜନସାଧାରଣଙ୍କ ପାଇଁ ଆଦର୍ଶ ପାଲଟିବାକୁ ଆହ୍ବାନ ଦେଇଥିଲେ। ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅର୍ଜୁନ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଇକେଲ ଚାଳକ ମିନତୀ ମହାପାତ୍ର, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଆମ୍ବେଦକର ଫାଉଣ୍ଡେଶନର ନିର୍ଦ୍ଦେଶକ ଡ. ଦେବେନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...
ଧରାପଡ଼ିଲା ଗୁଗୁଲ୍ ପେ’ରେ ଲୁଟୁଥିବା ଲୁଟେରା
ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...
ରାଜଧାନୀରୁ ଆଉ ୯୭୪ ସଂକ୍ରମିତ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର,୧।୬(ବ୍ୟୁରୋ): ସଂକ୍ରମଣରେ ରୋକ୍ ଲାଗୁନି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଆଉ ୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ...
ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସେ ୧ବର୍ଷ ୧୦ମାସ ଧରି...
ଲଘୁଚାପ: ୧୬ ଯାଏ ବର୍ଷିବ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ...
ରାଜ୍ୟରେ ୮ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୭।୬(ବ୍ୟୁରୋ): ବିହାରର ଦକ୍ଷିଣ ଅଞ୍ଚଳ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର...
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...
କମୁନିିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୨ ଜୀବନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଜତ ୨୪ଘଣ୍ଟାରେ...


