E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inରାଜ୍ୟ

ଧରାପଡ଼ିଲା ଗୁଗୁଲ୍‌ ପେ’ରେ ଲୁଟୁଥିବା ଲୁଟେରା
10:44 pmJune 22, 2021

ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍‌ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାଗଡ଼ ଜିଲା ବୈଦେଶ୍ୱର ଥାନା ସୋରଡା ଗ୍ରାମର ସୁନୀଲ ରାଉତରାୟ(୩୩) ଓରଫ କାର୍ତ୍ତିକ। ତାଙ୍କ ନିକଟରୁ ପୋଲିସ ୧୧ ମୋବାଇଲ୍‌, ୨୮ ମୋବାଇଲ୍‌ ସିମ୍‌କାର୍ଡ, ୧୪ ଏଟିଏମ୍‌ କାର୍ଡ,୧୫ ଚେକ୍‌ବୁକ୍‌ ଓ ୩ ବ୍ୟାଙ୍କ ପାସ୍‌ବୁକ୍‌ ଜବତ କରିଛି।

ସାଇବର କ୍ରାଇମ୍‌ରେ ଠକେଇର ଶିକାର ହୋଇଥିବା ସ୍ଥାନୀୟ ସରବାହାଲର ଦେବଶ୍ଳୋକ ଶର୍ମାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ଝାରସୁଗୁଡା ଟାଉନ୍‌ ଥାନା କେସ୍‌ (ନଂ.୨୬୨/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଏହାର ରହସ୍ୟ ଉନ୍ମୋଚନ ପାଇଁ ଟାଉନ୍‌ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ସାଇବର ସେଲ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା ା ଏହି ଟିମ୍‌ ଘଟଣାର ରହସ୍ୟ ଉନ୍ମୋଚନ କରିଛି ବୋଲି ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପି ଦାସ କହିଛନ୍ତି, ଏପ୍ରିଲ୍‌ ୨୯ତାରିଖରେ ଦେବଶ୍ଳୋକଙ୍କ ନିକଟକୁ ଏକ ଫୋନ୍‌କଲ୍‌ ଆସିଥିଲା। ମୁଁ ତୋର ସାଙ୍ଗ କହୁଛି। ଦେବଶ୍ଳୋକ ବୁଝି ନ ପାରି ରାଉରକେଲାରୁ ନାୟକବାବୁ କହୁଛନ୍ତି କି ବୋଲି ପଚାରିଥିଲେ। ହଁ ନାୟକବାବୁ କହୁଛି, ମୋତେ ୧୦ହଜାର ଟଙ୍କା ଜରୁରୀ ଅଛି। ସୁନୀଲ ରାଉତରାୟଙ୍କ ଗୁଗଲ୍‌ ପେ ନମ୍ବରରେ ପଠାଇଦେବୁ ବୋଲି କହିଥିଲେ। ଏ ମୋବାଇଲ୍‌ ନମ୍ବର ତୁମର ନୁହେଁ ବୋଲି ଦେବଶ୍ଳୋକ ପଚାରିବାରୁ ସେ ଅନ୍ୟ ନମ୍ବରରୁ ଫୋନ୍‌ କରିଛି ବୋଲି କହିଥିଲେ। ଏଥିରେ ବିଶ୍ୱାସ କରି ଦେବଶ୍ଳୋକ ୧୦ହଜାର ଟଙ୍କା ଗୁଗଲ୍‌ ପେ’ରେ ପଠାଇଥିଲେ। ପରେ ତାଙ୍କ ନିକଟକୁ ଟଙ୍କା ପଠାଇବାର ସ୍କ୍ରିନଶଟ୍‌ ଆସିଥିଲା। କନ୍‌ଫର୍ମ ପାଇଁ ସେହି ନମ୍ବରରେ ଫୋନ୍‌ କରିବାରୁ ତାହା ବନ୍ଦ ଥିଲା। ଏ ସମ୍ପର୍କରେ ଦେବଶ୍ଳୋକ ରାଉରକେଲାର ନାୟକବାବୁଙ୍କୁ ପଚାରିବାରୁ ସେ ଏସବୁ କିଛି ଜାଣିନାହାନ୍ତି ବୋଲି କହିଥିଲେ। ପରେ ଦେବଶ୍ଳୋକ ଠକେଇର ଶିକାର ହୋଇଥିବା ଜାଣି ୧୦ହଜାର ଟଙ୍କା ଆଉ ମିଳିବନାହିଁ ବୋଲି ଭାବିନେଇଥିଲେ। ଏକମାସ ପରେ ମେ ୨୮ତାରିଖରେ ସେ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ଜଣଙ୍କ ଏଭଳି ଉପାୟରେ ୧୦ରୁ ୨୦ ହଜାର ଟଙ୍କା ଠକେଇ କରିଥାଏ। ଖୋର୍ଦ୍ଧା, କଟକ ଆଦି ଜିଲାର ଲୋକଙ୍କୁ ଠକିଥିବା ଜଣାପଡିଛି। ଝାରସୁଗୁଡା ଜିଲାର ୬ଜଣ ଠକାମିର ଶିକାର ହୋଇଛନ୍ତି। ଏଭଳି ଉପାୟରେ ସେ ଲକ୍ଷ ଲକ୍ଷ ଟଙ୍କା ଠକିଥିବାବେଳେ ଏସବୁ ଟଙ୍କା ସାଙ୍ଗସାଥୀଙ୍କ ସହିତ ଖର୍ଚ୍ଚ କରିଦେଇଥିବା ଅଭିଯୁକ୍ତ ଜଣଙ୍କ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ କୋର୍ଟରୁ ପୋଲିସ ରିମାଣ୍ଡରରେ ଆଣିବ ବୋଲି ଏସ୍‌ପି ଦାସ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inରାଜ୍ୟ View All

ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

ପୁରୀ ଅଫିସ,୧୨ା୬: ଚଳିତମାସ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ...

ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...

ନେପାଳୀ ନାଗରିକଙ୍କୁ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୬ (ବ୍ୟୁରୋ): ଓଡ଼ିଶାରେ ରହି କାର୍ଯ୍ୟ କରୁଥିବା ନେପାଳୀ ନାଗରିକଙ୍କୁ ଟିକାକରଣ କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ...

୧୯ ଜିଲାରେ କାଳବୈଶାଖୀ ଭୟ

ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...

‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍‌ ଆକ୍ରାନ୍ତ’

ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍‌ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍‌ ସମସ୍ୟାରେ ପୀଡିତ ହେଉଛନ୍ତି ।...

୨୨ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଆସନ୍ତା ୨୨ ତାରିଖରୁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲାକୁ...

ନୟାପଲ୍ଲୀ ଶ୍ମଶାନ, ଖେଳପଡ଼ିଆକୁ ନେଇ ମୁହାଁମୁହିଁ

ଭୁବନେଶ୍ୱର,୧୯।୬: ବିଏମ୍‌ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ...

କଟକରୁ ଲମ୍ବିଛି ନକଲି ଔଷଧର ଚେର

ଝାରସୁଗୁଡା ଅଫିସ୍‌,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କୋଭିଡ୍‌ ନିୟମ ଭୁଲି ନାଚିଲେ ଭାଜପା ଏମ୍‌ପି
Next Post Next post:
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍‌

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts