ଭୁବନେଶ୍ୱର,୧୯।୬: ବିଏମ୍ସି ଓ୍ବାର୍ଡ ନଂ.୩୭ରେ ଥିବା ନୟାପଲ୍ଲୀ ଶ୍ମଶାନ ଓ ଖେଳ ପଡ଼ିଆ ସତ୍ତା ହରାଇବାକୁ ବସିଛି। କଳିିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଷ୍ଟାଡିୟମ ପ୍ରଶାସନ ଶୁକ୍ରବାର ଉକ୍ତ ଜମିକୁ ଦଖଲ କରିବାକୁ ଆସିଥିବାବେଳେ ବେହେରାସାହି, ଭୋଇସାହି ଓ ଶବରସାହିର ଶତାଧିକ ଗ୍ରାମବାସୀ ତୀବ୍ର ବିରୋଧ କରିବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ପୋଲିସ ପ୍ରଶାସନ ସପକ୍ଷରେ କହିବାରୁ ସ୍ଥିତି ଆହୁରି ବିଗିଡି ଯାଇଥିଲା। ଉକ୍ତ ଜମିକୁ ସ୍ଥାନୀୟ ଅଞ୍ଚଳର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ ପିଲା ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ହେଲେ କଳିଙ୍ଗ ଷ୍ଟାଡିୟମକୁ କେବେ ଆଉ କିପରି ଏହି ଜମି ହସ୍ତାନ୍ତର କରାଯାଇଛି ତାହାର କାଗଜପତ୍ର ଦେଖାଇବାକୁ ଗ୍ରାମବାସୀ ଜିଦ୍ କରିଥିଲେ। ସେମାନେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୭୮ରେ ଶ୍ମଶାନ ଓ ଖେଳ ପଡ଼ିଆ ଭାବେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ଦେଇଥିଲେ। କଳିଙ୍ଗ ଷ୍ଟାଡିୟମକୁ ପ୍ରାତଃ ଭ୍ରମଣରେ ଯିବାକୁ ବାରଣ କରାଯିବା ପରେ ସ୍ଥାନୀୟ ବାସିନ୍ଦା ଉକ୍ତ ପଡ଼ିଆ ଉପରେ ନିର୍ଭର କରୁଛନ୍ତି। ଆଦିବାସୀ ପିଲାମାନେ ପ୍ରତିଦିନ ଫୁଟବଲ ଓ ବିଭିନ୍ନ ଖେଳ ଖେଳୁଛନ୍ତି। ଉକ୍ତ ଜମିକୁ କାହାକୁ ହସ୍ତାନ୍ତର ନ କରିବାକୁ ଗ୍ରାମବାସୀ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ସାମାଜିକ କର୍ମୀ ଅର୍ଜୁନ ବେହେରା, ମନୋରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରଦୀପ କୁମାର ଦାସ, ସଂଯୁକ୍ତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଓ ଭୁବନେଶ୍ୱର ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଯୋଗାଣ କର୍ମଚାରୀଙ୍କୁ ଅଫିସରୁ ବାହାର କରି ଧାରଣା ଦେଲା ଓକିଲ ସଂଘ
ବରଗଡ଼ ଅଫିସ,୨୩।୬: ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ...
ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍ଏସ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍...
ସହର, ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପରିଚାଳନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା ସହିତ ପୌରସଂସ୍ଥାଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ବ୍ୟବହାର କରି...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...
ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଘେରିଲେ ଲୋକେ
ଖଇରା,୪ା୬(ଡି.ଏନ୍.ଏ.): ବାତ୍ୟା ‘ୟାସ୍’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା...
ଦାୟିତ୍ୱ ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ
ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...
‘ବିଜୁ ଏକ୍ସପ୍ରେସ୍ ଓ୍ବେ’କୁ ୪୪୮ କୋଟି
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି।...
ଯୁକ୍ତିତର୍କରୁ ଭୁଜାଲି ଚୋଟ
କେନ୍ଦୁଝର, ୨୬ା୬: ସାମାନ୍ୟ ବଚସାରୁ ସ୍ବାମୀଙ୍କ ଭୁଜାଲି ଚୋଟରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ। କେନ୍ଦୁଝର ସଦର ଥାନା ଅଧୀନ ହାଣ୍ଡିଭଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଘଟିଛି...


