ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ର ଦୁଇ ଡୋଜ୍ ନେବା ପରେ ବି ଲୋକେ କରୋନାରେ ପୁଣି ଆକ୍ରାନ୍ତ ହେଉଛନ୍ତି। ତେଣୁ ସୁରକ୍ଷା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ୨୦୨୦ ଡିସେମ୍ବରରେ ବ୍ରିଟେନ୍ରେ ପ୍ରଥମ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୭ ମାସ ବିତିଛି। ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକ ୧୦୦ରୁ ଅଧିକ ଭାକ୍ସିନ୍ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ୨୩୦ କୋଟି ଲୋକଙ୍କୁ ଭାକ୍ସିନ୍ର ଡୋଜ୍ ପ୍ରଦାନ କରାଯାଇଛି। ଭାରତରେ ଜୁନ୍ ୧୫ ସୁଦ୍ଧା ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ମୋଟ ଜନସଂଖ୍ୟାର ୩.୫ ପ୍ରତିଶତ ଅର୍ଥାତ୍ ୪.୭୨ କୋଟି ଲୋକଙ୍କୁ ଭାକ୍ସିନ୍ର ଉଭୟ ଡୋଜ୍ ଦିଆଯାଇଛି। କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଇତିମଧ୍ୟରେ ୯୦ କୋଟି ଡୋଜ୍ ପ୍ରଦାନ କରାଯାଇଛି। ଟିକାଦାନରେ ଏହାପଛକୁ ଆମେରିକା ରହିଛି। ଆମେରିକାରେ ୩୧ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇ ସାରିଛି। ଏଠାରେ ଦେଶର ୪୪ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍ର ଦୁଇ ଡୋଜ୍ ଦିଆଯାଇଛି। ସେହିପରି ଇସ୍ରାଏଲ୍ରେ ୫୭ ପ୍ରତିଶତଙ୍କୁ ଭାକ୍ସିନ୍ର ଦୁଇ ଡୋଜ୍ ଦିଆଯାଇଛି। ଏଠାରେ ୭.୧୭ କୋଟି ଟିକା ଦିଆଯାଇଛି। ବ୍ରିଟେନ୍ରେ ୪୫ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୩ କୋଟିରୁ ଅଧିକଙ୍କୁ ଟିକାଦାନ କରାଯାଇଛି। ଫ୍ରାନ୍ସ୍ରେ ୪.୪୩ କୋଟିଙ୍କୁ ଭାକ୍ସିନ୍ ଦିଆଯାଇଛି। ଏଠାରେ ୨୧.୪ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୧.୪୪ କୋଟିଙ୍କଠାରେ ଦୁଇ ଡୋଜ୍ ଟିକାକରଣ ସମ୍ପନ୍ନ ହୋଇଛି। ରୁଷିଆରେ ୩.୨୯ କୋଟିଙ୍କୁ ଭାକ୍ସିନ୍ ଦିଆଯାଇଥିବାବେଳେ ୯.୯ ପ୍ରତିଶତ ଅର୍ଥାତ୍ ୧.୪୩ କୋଟିଙ୍କୁ ଉଭୟ ଡୋଜ୍ ଦିଆଯାଇଛି।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ସରକାର ଲୁଚାଉଛନ୍ତି କୋଭିଡ୍ ମୃତ୍ୟୁ ସଂଖ୍ୟା
କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...
ଏଲିଅନ୍ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…
ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍ ପୃଥିବୀ ଉପରେ ଟେଲିସ୍କୋପ୍ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...
ସ୍ଫୁଟନିକ୍ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍ ଇନ୍ଷ୍ଟିଚ୍ୟୁଟ
ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ...
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...
ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କଲେ ବାର୍ ମାଲିକ, ଦେଲେ ଏମିତି ଦଣ୍ଡ; ଜାଣିଲେ…
ବାର୍ସାଲୋନା,୩ା୬: ସ୍ପେନ୍ର ଏକ ବାର୍ରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ମାଲିକଙ୍କ ପ୍ରାଇଭେଟ ପାର୍ଟକୁ ଛୁରିରେ କାଟି ଦେଇଛନ୍ତି। କାରଣ ବାର୍ ମାଲିକ ତାଙ୍କୁ...
ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍
ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...
ଭାରତ ବାୟୋଟେକ୍ରେ ସେନା ଛାଉଣୀ…
ହାଇଦ୍ରାବାଦ୍,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଭାକ୍ସିନ୍ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ର ହାଇଦ୍ରାବାଦ୍ ସ୍ଥିତ କ୍ୟାମ୍ପସ୍ ଏବେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି।...


