ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ ରାସ୍ତା ନିର୍ମାଣ ବୃଦ୍ଧି ପାଇଛି। ସଚେତନତାର ଅଭାବ ଓ ବିକାଶ ନାଁରେ ବିନାଶ ଚାଲିଥିବାରୁ ସ୍ଥଳ, ଜଳ ଓ ଆକାଶ ପ୍ରଦୂଷିତ ହୋଇ ଚାଲିଛି। ବୁଦ୍ଧିଜୀବୀ, ପରିବେଶବିତ୍, ସରକାର ଓ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ।
ପରିବେଶବିତ୍ ସଞ୍ଜୟ ସାହୁ କୁହନ୍ତି, ପାହାଡ଼ିଆ ଅଞ୍ଚଳ ନୟାଗଡ଼ ଜିଲାରେ ପଥରଚୋର, କାଠଚୋର, କରତ କଳ ଓ କ୍ରଶର ମାଲିକ, ଶିକାରୀଙ୍କ ଯୋଗୁ ବହୁ ମୁଣ୍ଡିଆ ପଦା ହୋଇଗଲାଣି। ଅନେକ ଜଙ୍ଗଲ ଲୋପ ହୋଇଗଲାଣି। ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲାରେ କିଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହୋଇ ପାରିଛି। ହେଲେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ଆନ୍ତରିକତା ନ ଥିବା ପରି ମନେ ହେଉଛି। ପରିବେଶ ସୁରକ୍ଷା ପାଇଁ ନୂଆ ଆଇନ ଆଣି ଲୋକମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରାଇ ନିଜ ପରିବେଶକୁ ନିଜେ ସମ୍ଭାଳିବାକୁ ବ୍ୟବସ୍ଥା କରାଇବା ଦରକାର।
ଗଛ ସାର୍ ତଥା ପରିବେଶବିତ୍ ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ବିଗିଡ଼ିଚାଲିଛି ପରିବେଶ। ଭୂତଳ ଜଳ ବି ବିଷ ହେଲାଣି। ପଲିଥିନ ବ୍ୟାଗ୍ ବ୍ୟବହାର ନିଷିଦ୍ଧ ହୋଇଥିଲେ ହେଁ ଏହାର ଅଧିକ ବ୍ୟବହାର ହେଉଛି। ପ୍ରଦୂଷିତ ପରିବେଶ କେବଳ ମାନବ ସଭ୍ୟତା ପାଇଁ ନୁହେଁ, ଜୀବଜଗତ ପାଇଁ ମହା ବିପତ୍ତି ସୃଷ୍ଟି କରିଛି। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହ୍ୟ କରିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ହାତ ରହିଛି। ଭଲ ପରିବେଶ ପାଇଁ ଆନ୍ଦୋଳନର ଆବଶ୍ୟକତା ଦେଖାଦେଇଛି।
ପରିବେଶବିତ୍ ଶାନ୍ତନୁ ବିଶୋଇ କୁହନ୍ତି, ବିକାଶ ନାଁରେ ଗଛ କଟା ଚାଲିଛି। ତେବେ ନୂଆ ବୃକ୍ଷ ସେଇ ପରିମାଣର ଲଗା ଯାଉନି। ବୃକ୍ଷରୋପଣ ନାଁରେ ଯେଉଁ ବାହାବା ନିଆଯାଉଛି ତେବେ କେତେ ଗଛ ବଞ୍ଚୁଛି ତା’ର ହିସାବ କେହି ଦେଉ ନାହାନ୍ତି। କିଛି ଫଟୋ ଓ ଭିଜୁଆଲ ସଂଗ୍ରହ କରାଯାଇ ପରିବେଶବିତ୍ ପୁରସ୍କାର ହାତେଇବା ପାଇଁ ଯେତିକି ତପତ୍ରତା ପ୍ରକାଶ ପାଉଛି ପରିବେଶ ସୁରକ୍ଷା ପାଇଁ ସେତିକି ଉଦ୍ୟମ ନାହିଁ। ପରିବେଶ ସୁରକ୍ଷାକୁ ଯଦି ଗୁରୁତ୍ୱ ଦିଆ ନ ଯାଏ ଆଗକୁ ଆସୁଥିବା ବିପଦ କୋଭିଡ୍ଠାରୁ ଅଧିକ ଭୟଙ୍କର ହେବ। ଏଥିରେ ସନ୍ଦେହ ନାହିଁ।
ଡିଏଫଓ ଧନରାଜ ଏଚ୍ଡି କୁହନ୍ତି, ନୟାଗଡ଼ ବନଖଣ୍ଡରେ ୩୭ ପ୍ରତିଶତ ଜଙ୍ଗଲ ରହିଛି। ବନବିଭାଗ ସହ ୩୩୬ ବନସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କାମରେ ନିୟୋଜିତ ଅଛନ୍ତି। ବୃକ୍ଷରୋପଣକୁ ଗୁରୁତ୍ୱ ସହ କାଠଚୋରଙ୍କୁ ଦମନ ପାଇଁ ପଦକ୍ଷେପ ନିଆଯାଉଛି।
Posted inଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ ଆରମ୍ଭ
ଛତ୍ରପୁର,୯।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନା ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ ଶିଶୁଙ୍କୁ...
୭ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍ ଗତ ୧ରୁ ୨୩ତାରିଖ...
ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ
ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...
ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍
ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...
ବାଲି ଲୁଟ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ...
ପୁରୀ ବ୍ୟତୀତ ଆଉ କେଉଁଠି ହେବନି ରଥଯାତ୍ରା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଏନେଇ...
ଦ୍ୱିତୀୟ ଡୋଜ୍ ପାଇଁ ହିତାଧିକାରୀ ହଟହଟା
ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...


