ନୂଆଦିଲ୍ଲୀ,୯।୬: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନର (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୧୯୮୪ ବ୍ୟାଚ୍ର ଏହି ଉତ୍ତରପ୍ରଦେଶ କ୍ୟାଡର ଅଫିସରଙ୍କୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟର ବ୍ୟବସ୍ଥାପିକା ବିଭାଗ ପକ୍ଷରୁ କୁହାଯାଇଛି। ୬୨ ବର୍ଷୀୟ ପାଣ୍ଡେ ନିର୍ବାଚନ କମିଶନ ପଦବୀରେ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ରହିବେ। ସୁନୀଲ ଆରୋରୋ ଗତ ଏପ୍ରିଲ ୧୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପଦରୁ ଅବସର ନେବା ପରେ ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ଏବେ ସୁଶୀଲ ଚନ୍ଦ୍ରା ସିଇସି ରହିଥିବାବେଳେ ରାଜୀବ କୁମାର ନିର୍ବାଚନ କମିଶନର ଅଛନ୍ତି। ୧୯୫୯ ଫେବୃୟାରୀ ୧୫ରେ ଜନ୍ମିତ ପାଣ୍ଡେ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...
ଆତଙ୍କବାଦୀଙ୍କ ୯ ଗୁଳି ବାଜିବା ପରେ ମୃତ୍ୟୁ ସହ ସଂଗ୍ରାମରେ ବିଜେତା ହୋଇଥିଲେ ଚେତନ ଚିତା; ଏବେ କୋଭିଡ୍ ସହ ଲଢ଼ୁଛନ୍ତି ଯୁଦ୍ଧ
ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି।...
୮୦ କୋଟି ଲୋକଙ୍କୁ ମାଗଣା ରାଶନ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...
ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...
ବୁଡ଼ି ଯାଉଥିଲେ ଯୁବକ, ଉଦ୍ଧାର ପାଇଁ ପାଣିକୁ ଡେଇଁଲେ ଏସ୍ଆଇ; ଆଉ ତା’ ପରେ…
ଲକ୍ଷ୍ନୌ,୨୧ା୬: ଉତ୍ତରପ୍ରଦେଶର ସାହସୀ ଏସ୍ଆଇ ନିଜ ଜୀବନକୁ ବାଜି ଲଗାଇ ପାଣିରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି। ଏସ୍ଆଇ ବା ସବ୍-ଇନ୍ସପେକ୍ଟରଙ୍କ...
ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ।...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...
୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍
ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...


