ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ମାଲକାନଗିରି/ଏମ୍‌ଭି୭୯,୧୮ା୬: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବସ୍ତର ଏବଂ ସୁକ୍‌ମା ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳର ଚାନ୍ଦମେଟା, ପଟେଲପାରା, ଗଡ଼ମେପାରା, ଆଣ୍ଡାଲପାରା, ତୁଲସୀ ଡୋଙ୍ଗ୍ରି, ପାୟାରବ ଏବଂ କାଙ୍ଗେରଘାଟି ଏରିଆରେ ମାଓବାଦୀଙ୍କ ଉପସ୍ଥିତି ନେଇ ପୋଲିସକୁ ସୂଚନା ମିଳିଥିଲା। ଏନେଇ ବସ୍ତର ଓ ଦାନ୍ତେୱାଡା ଡିଆର୍‌ଜି ଟିମ୍‌, ସୁକ୍‌ମା ଜିଲା ପୋଲିସ ଫୋର୍ସ, ସିଆର୍‌ପିଏଫ୍‌ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ କରାଯାଇଥିଲା l ଶୁକ୍ରବାର ସକାଳ ୮ଟାରେ ଚାନ୍ଦମେଟା ଏବଂ ପୟାରଭଣ୍ଟ ଜଙ୍ଗଲରେ ମାଓବାଦୀ ଏବଂ ବସ୍ତର ଡିଆର୍‌ଜି ଟିମ୍‌ ମୁହାଁମୁହିଁ ହୋଇଥିଲେ। ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ତଲାସି ବେଳେ ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଏକେ-୪୭ ରାଇଫଲ, ୨ଟି ପିସ୍ତଲ, ୧୨ ବୋର୍‌ ବନ୍ଧୁକ ସହ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି.କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.