କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ ବାଚସ୍ପତି ବିମନ ବାନାର୍ଜୀଙ୍କୁ ନିବେଦନ କରିଛି ଭାଜପା। କ୍ରିଷ୍ଣନଗର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳିରୁ ମୁକୁଲଙ୍କ ବିଧାୟକ ପଦ ରଦ୍ଦ କରାଯାଉ। ଯଥା ଶୀଘ୍ର ଏ ନେଇ ପଦକ୍ଷେପ ନେବାକୁ ମୁଁ ଅନୁରୋଧ କରୁଛି ବୋଲି ଶୁଭେନ୍ଦୁ ନିବେଦନ କରିଛନ୍ତି।
ଭାଜପା ଟିକେଟରେ କ୍ରିଷ୍ଣନଗର ଉତ୍ତର ନିର୍ବାଚନ ମଣ୍ଡଳିରୁ ଜିତିଲା ପରେ ମୁକୁଲ ଟିଏମ୍ସିରେ ଯୋଗ ଦେଇଛନ୍ତି। ଏଣୁ ଆଣ୍ଟି-ଡିଫେକଶନ ଆଇନ ଆଧାରରେ ବିଧାୟକ ପଦରୁ ମୁକୁଲ ଇସ୍ତଫା ଦେବା ଉଚିତ ବୋଲି ଅଧିକାରୀ କହିଛନ୍ତି। ”ଭଙ୍ଗା ଭଙ୍ଗି କରି ଯୋଡ଼ିବା ଟିଏମ୍ସି ରାଜନୀତିର ଅଂଶ। ସେମାନେ ଏଭଳି ରାଜନୀତି ଗତ ୧୦ ବର୍ଷ ହେଲା କରୁଛନ୍ତି। କେହି ଏହାକୁ ବିରୋଧ କରୁ ନ ଥିଲେ। କିନ୍ତୁ ଏବେ ଆମେ ଏହାକୁ ବିରୋଧ କରୁଛୁ ଓ ଆଣ୍ଟି-ଡିଫେକଶନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗତ ୧୫ ତାରିଖରେ ଗଣମାଧ୍ୟମ ଆଗରେ ନନ୍ଦିଗ୍ରାମ ଆସନରୁ ବିଧାୟକ ଥିବା ଶୁଭେନ୍ଦୁ କହିଥିଲେ।
ଏଥି ପୂର୍ବରୁ ଶୁଭେନ୍ଦୁଙ୍କ ନେତୃତ୍ୱରେ ଭାଜପାର ୫୦ ବିଧାୟକ ମୁକୁଲଙ୍କ ଇସ୍ତଫା ଦାବିରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ସ୍ମାରକପତ୍ର ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.