ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍ବଲ ପାଓ୍ବାର ହାଉସ୍ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି। ଏଥିସହ ବ୍ରାଜିଲ ଦକ୍ଷିଣ ଆମେରିକା ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ରେ କ୍ରମାଗତ ୫ଟି ବିଜୟ ହାସଲ କରିଛି। ବ୍ରାଜିଲ ଏହି ରାଉଣ୍ଡ ରବିନ ଟୁର୍ନାମେଣ୍ଟରେ ୧୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ୧୧ ପଏଣ୍ଟ ପାଇଛି। ୨୦୨୨ରେ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍ ପାଇଁ ବ୍ରାଜିଲ ସିଧାସଳଖ ଯୋଗ୍ୟତା ହାସଲ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଦକ୍ଷିଣ ଆମେରିକାରୁ ୪ଟି ଶ୍ରେଷ୍ଠ ଦଳ ବିଶ୍ୱକପ୍ ଯୋଗ୍ୟତା ହାସଲ କରିବେ।
ସ୍ଥାନୀୟ ବେରା- ରିଓ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏହି କାତାର ବିପକ୍ଷ ମ୍ୟାଚରେ ବ୍ରାଜିଲ ପ୍ରଭାବ ବିସ୍ତାର କରି ଖେଳିଥିଲା। ବ୍ରାଜିଲ ତରଫରୁ ୬୫ତମ ମିନିଟ୍ରେ ରିଚାର୍ଲିଶନ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ। ସେହିପରି ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଅର୍ଥାତ ଇଞ୍ଜୁରୀ ଟାଇମର ଚତୁର୍ଥ ମିନିଟ୍ରେ ପେନାଲ୍ଟି ଜରିଆରେ ନେମାରେ ଏକ ଚମତ୍କାର ଗୋଲ କରି ଦଳକୁ ୨-୦ ରେ ଜିତାଇଥିଲେ। ଅବଶ୍ୟ କୋଭିଡ୍-୧୯ ମହାମାରୀ କାରଣରୁ ଖେଳାଳିମାନେ ଏହି ମ୍ୟାଚ୍ ଖେଳିବାକୁ କୁଣ୍ଠାପ୍ରକାଶ କରିଥିଲେ।
୨ ଉଇକେଟ ଦୂରରେ ଅଶ୍ୱିନ
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେବା ପାଇଁ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦରକାର ଆଉ...
ଫ୍ରେଞ୍ଚ୍ ଓପନ ଟେନିସ୍: ସିଡେଡ୍ ଖେଳାଳିଙ୍କ ଅଗ୍ରଗତି
ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି...
ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି
ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ
ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...
ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍ ଷ୍ଟାର; ଫଟୋ ଶେୟାର କରି..
ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...
୩୫୦ ବଲ୍ ଖେଳି ସବୁଠୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଆଜିଯାଏ ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ହେଉଛି ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ।...


