Categories: ଫୁରସତ

ସୌଭାଗ୍ୟ ବୃଦ୍ଧି ପାଇଁ କରିବେ କେଉଁ ପ୍ରକାର ଯୋଗାସନ, ଜାଣନ୍ତୁ …

ସୁସ୍ବାସ୍ଥ୍ୟ ପାଇଁ ଦୈନଦିନ ଜୀବନରେ ଯୋଗାସନ କରିବା ଜରୁରୀ। ତେବେ ଜାତକରେ ବିଭିନ୍ନ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ସହିତ ସୌଭାଗ୍ୟ ବୃଦ୍ଧି ଲାଗି ଭିନ୍ନ ଭିନ୍ନ ଯୋଗାସନ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟ ନମସ୍କାର କରିବା ଆବଶ୍ୟକ। ଏହାଦ୍ୱାରା ଆତ୍ମ ବିଶ୍ୱାସ ବୃଦ୍ଧି ହେବା ସହିତ ହାର୍ଟ ସମସ୍ୟା, ଆନିମିଆ, ସ୍ନାୟୁ ବିକାର ସମସ୍ୟା ଦୂର ହୋଇଥାଏ।

ଜାତକରେ ଚନ୍ଦ୍ର ଦୁର୍ବଳ ଥିଲେ ଭସ୍ତ୍ରିକା ପ୍ରାଣାୟମ କରିବା ଆବଶ୍ୟକ। ଫଳରେ ଭାବ ପ୍ରବଣତା ଦୂର ହୋଇ ମନ ଶାନ୍ତ ହୋଇଥାଏ। ଏଭଳି କ୍ଷେତ୍ରରେ ଅନୁଲୋମ ବିଲୋମ ପ୍ରାଣାୟମ ମଧ୍ୟ କଲେ ଚିଡ଼ିଚିଡ଼ାପଣ ଦୂର ହୋଇଥାଏ।

ମଙ୍ଗଳ ଗ୍ରହ ଦୁର୍ବଳ ଥିଲେ କୌଣସି କାର୍ଯ୍ୟ କରିବାକୁ ଇଛା ହୁଏନା। ଆଳସ୍ୟପଣ ବୃଦ୍ଧି ପାଏ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରୁହେ। ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ କମିଯାଏ। ଏପରିସ୍ଥଳେ ପଦ୍ମାସନରେ ବସି ଯୋଗ କରିବା ସହିତ ମୟୂରାସନ କରିବା ଆବଶ୍ୟକ।

ବୁଧ ଗ୍ରହ ଦୁର୍ବଳ ଥିଲେ ନିଷ୍ପତ୍ତି ଗ୍ରହଣ କରିବା କ୍ଷମତା ପ୍ରଭାବିତ ହୁଏ। ଏହା ସହିତ ତ୍ୱଚା ସମ୍ପର୍କିତ ସମସ୍ୟ ମଧ୍ୟ ସୃଷ୍ଟି ହୋଇଥାଏ। ଏଭଳି ବ୍ୟକ୍ତି ଭସ୍ତ୍ରିକା ପ୍ରାଣାୟମ ସହିତ ବାଳସନ, ଉତ୍ତନାସନ, ଶୀର୍ଷାସନ ଆଦି କଲେ ଏକାଗ୍ରତାରେ ବୃଦ୍ଧି ଘଟିଥାଏ।

ସେହିପରି ଜାତକରେ ଦେବଗୁରୁ ବୃହସ୍ପତି ଦୁର୍ବଳ ଥିଲେ କ୍ୟାରିୟରରେ ସଫଳତା ମିଳେନା। ତେଣୁ କପାଳ ଭାତି ପ୍ରାଣାୟମ ସହିତ ସୂର୍ଯ୍ୟ ନମସ୍କାରର ୧୨ଟି ଆସନ କରିବା ଜରୁରୀ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏହା ଦ୍ୱାରା ମେଦବହୁଳତା, ଡାଇବେଟିସ୍‌, ଲିଭର ଏବଂ ପେଟ ସମସ୍ୟା ଦୂର ହୋଇଥାଏ।

ଜାତକରେ ଶୁକ୍ର ଦୁର୍ବଳ ଥିଲେ ଯୌନଜୀବନ ପ୍ରଭାବିତ ହେବା ସହିତ ମହିଳାଙ୍କ କ୍ଷେତ୍ରରେ ଗର୍ଭଧାରଣ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ବ୍ୟକ୍ତି ଧନୁରାସନ, ହଳାସନ, ଭୂଜଙ୍ଗାସନ, ସେତୁବନ୍ଧାସନ,ଗରୁଡ଼ାସନ ସହିତ ତ୍ରିବନ୍ଧ ଏବଂ ମୂଳବନ୍ଧ ପ୍ରାଣାୟମ କରିବା ଆବଶ୍ୟକ।

ଶନିଦେବଙ୍କୁ ସନ୍ତୁଷ୍ଟ କରିବା ଲାଗି ଭ୍ରାମରୀ ପ୍ରାଣାୟମ କରିବା ଜରୁରୀ। ଏହା ସହିତ କପାଳଭାତି ଏବଂ ମଣ୍ଡୁକାସନ ମଧ୍ୟ କଲେ ସୁଫଳ ମିଳିଥାଏ।

ସେହିପରି ଜାତକରେ ରାହୁ ଏବଂ କେତୁ ଦୁର୍ବଳ ଥିଲେ ଭ୍ରାମରୀ ଏବଂ କପାଳ ଭାତି ପ୍ରାଣାୟମ ସହିତ ଶୀର୍ଷାସନ କରିବା ଆବଶ୍ୟକ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.