ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜାନୁଆରୀ ୧୬ରୁ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୬କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇସାରିଛି। ଇତିମଧ୍ୟରେ ଟିକା ଯୋଗୁ ପ୍ରଥମ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। କରୋନା ଟିକାକରଣ ପରେ ସାମ୍ନାକୁ ଆସିଥିବା ୩୧ଟି ଗୁରୁତର ମାମଲାକୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରଣାଳୟର ସରକାରୀ ପ୍ୟାନେଲ ଦ୍ୱାରା ଯାଞ୍ଚ କରାଯାଇଥିଲା। ତେବେ ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଟିକାକରଣ ଯୋଗୁ ହୋଇଛି ବୋଲି ସୁନିଶ୍ଚିତ କରାଯାଇଛି। ସୂଚନା ମୁତାବକ ମାର୍ଚ୍ଚ ୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତିଙ୍କ ଆନାଫିଲେକ୍ସିସ୍ ଯୋଗୁ ମୃତ୍ୟୁ ହୋଇଥିବା ନେଇ ସରକାରୀ ପ୍ୟାନେଲ ସ୍ପଷ୍ଟ କରିଛି। ଦେଶରେ କରୋନା ଟିକାକରଣଜନିତ ପାଶର୍ବପ୍ରତିକ୍ରିୟା ଗୁଡ଼ିକ ଉପରେ ନଜର ରଖିବା ପାଇଁ ସରକାରଙ୍କ ପକ୍ଷରୁ ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍ ଇମ୍ୟୁନାଇଜେସନ(ଏଇଏଫ୍ଆଇ) କମିଟି ଗଠନ କରାଯାଇଛି। ତେବେ ଏଇଏଫ୍ଆଇ ଟିକାକରଣ ପରେ ସାମ୍ନାକୁ ଆସିଥିବା ୩ଟି ଅତି ଗୁରୁତର ପାଶର୍ବପ୍ରତିକ୍ରିୟା ମାମଲାର ଯାଞ୍ଚ କରିଥିଲା। ଅନ୍ୟ ୨ଜଣ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେମାନେ ସୁସ୍ଥ ହୋଇଯାଇଥିବା ବେଳେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।
Posted inକରୋନା ଭାଇରସ୍, ଜାତୀୟ View All
ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ
ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର...
ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍...
ଭାକ୍ସିନ୍ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
ଝିଅ ଜନ୍ମ ହେବାରୁ ବାପା ନେଲେ ଏମିତି ନିଷ୍ପତ୍ତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୭।୬: ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ କୂଅରେ ପକାଇଦେଇଛନ୍ତି।...
ଭାଜପା ଏମ୍ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ
ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ...
ବିବାହ କରିବାକୁ ଜିଦ୍ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ
ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...


