ନୂଆଦିଲ୍ଲୀ,୨।୬: ବିଶ୍ୱସ୍ତରରେ ଉପଲବ୍ଧ ହେଉଥିବା କୋଭିଡ୍-୧୯ ଟିକା ଭାରତରେ ବିନା କ୍ଲିନିକାଲ ପରୀକ୍ଷା ଏବଂ ଅନୁମୋଦନରେ ବ୍ୟବହାର ହୋଇପାରିବ। ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିଜିଆଇ) ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଟିକାଗୁଡ଼ିକ ଆମେରିକାର ଏଫ୍ଡିଏ, ଏଏମ୍ଏ, ବ୍ରିଟେନ୍ର ଏମ୍ଏଚ୍ଆର୍ଏ, ଜାପାନର ପିଏମ୍ଡିଏ ଦ୍ୱାରା ବ୍ୟବହାର ପାଇଁ ଅନୁମତି ପାଇଛି। ଭାରତରେ ଏହି ସବୁ ଟିକାର ଆଉ ପରୀକ୍ଷା କରାଇବା କିମ୍ବା ପରୀକ୍ଷା ପରବର୍ତ୍ତୀ ଅନୁମୋଦନର ଆବଶ୍ୟକ ପଡ଼ିବ ନାହିଁ। ଫାଇଜର ଏବଂ ମଡର୍ନା ଟିକା କ୍ଷେତ୍ରରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ପୂର୍ବରୁ ଆଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଏବଂ ରୁଷିଆର ସ୍ପୁଟ୍ନିକ୍ ଭି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେବେ ଚାଇନା ଟିକା ଏହି ନିୟମ ପରିସରରେ ଆସିବ କି ନାହଁ ତାହା ସ୍ପଷ୍ଟ ହୋଇନାହିଁ। ଭାରତରେ କୋଭିଡ୍ ଟିକା ନିଅଣ୍ଟ ଭରଣା ପାଇଁ ତୁରନ୍ତ ବିଦେଶରୁ ଟିକା ଆଣିବା ଜରୁରୀ ହୋଇପଡ଼ିଥିବାରୁ ନିୟମରେ କୋହଳ କରାଯାଇଛି।
ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ...
କମୁନି ଲୋକପ୍ରିୟତା: ୧୩ଟି ଦେଶର ମୁଖ୍ୟଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପସନ୍ଦର ନେତା ହେଲେ ମୋଦି
ନୂଆଦିଲ୍ଲୀ,୧୮।୬: କରୋନା କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ...
ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍ ଡୋଜ୍…
ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ...
ଶେଷ ହେଲା ମହାରାଷ୍ଟ୍ର-କର୍ନାଟକ ଜଳ ବିବାଦ
ବେଙ୍ଗାଲୁରୁ,୧୯।୬: ଆପୋଷ ବୁଝାମଣାରେ ମରୁଡି ପ୍ରବଣ ଅଞ୍ଚଳକୁ ଜଳ ଯୋଗାଣ ଓ ବନ୍ୟା ପରିଚାଳନା ପାଇଁ ଉଭୟ ମହାରାଷ୍ଟ୍ର ଓ କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି।...
ବଡ଼ ଅଘଟଣ: ପ୍ରବଳ ବର୍ଷାରେ ୪ ଭାସିଗଲେ
ଭୋପାଳ,୧୨ା୬: ମଧ୍ୟପ୍ରଦେଶରେ ପ୍ରଥମ ମୌସୁମୀ ପହଞ୍ଚିସାରିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ସିଙ୍ଗ୍ରାଉଲି ଜିଲାର ଏକ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଡ୍ରେନ ପାର୍...
ବିଦ୍ୟୁତ୍ ବିଲ୍ ଦେଖି ପ୍ରସିଦ୍ଧ କବିଙ୍କୁ ଲାଗିଲା ଝଟ୍କା
ପ୍ରସିଦ୍ଧ କବି ମଞ୍ଜର ଭୋପାଳୀଙ୍କୁ ବିଜୁଳି ବିଭାଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଜୁନ ମାସରେ ମଞ୍ଜର୍ଙ୍କ ବିଦ୍ୟୁତ୍ ବିଲ୍ ୩୬ ଲକ୍ଷ ଟଙ୍କାରୁ...
ବ୍ଲାକ୍ ଫଙ୍ଗସ୍ ନେଲା ୮୯ ଜୀବନ: ଦିଲ୍ଲୀରେ ଏପର୍ଯ୍ୟନ୍ତ ହଜାରେରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ,୩।୬: ଗତ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ କାରୋନାର ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପଜିଟିଭ୍ ହାର ୧ପ୍ରତିଶତରୁ କମ୍...
ଘରୁ ବାହାରିବା ଟାଇଗରଙ୍କୁ ପଡ଼ିଲା ମହଙ୍ଗା
ମୁମ୍ବାଇ,୨।୬ : କୋଭିଡ୍-୧୯ କଟକଣା ଉଲ୍ଲଂଘନ କରିବାରୁ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ନା’ରେ ବୁଧବାର ଥାନାରେ ମାମଲା ରୁଜୁ ହୋଇଛି। ସେ ବିନା କାରଣରେ...


