ଜୁଲାଇ୧ରୁ ଶତ ପ୍ରତିଶତରେ ଚାଲିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କର୍ମଚାରୀମାନଙ୍କୁ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍‌ ନେବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ବିଭାଗ, ବିଭାଗୀୟ ଉଚ୍ଚ ଓ ଅଧସ୍ତନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡ଼ିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ଟିକାକରଣ ସକାଶେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଜୁନ୍‌ ୧୦ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଜୁନ୍‌ ୨୦ ଯାଏ ଚାଲିବ। ଇତିମଧ୍ୟରେ ୬ ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ଜୁନ୍‌ ୧୭ ତାରିଖରୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ଚାଲୁ ରହିଛି। ଏହି ସମୟରେ ସମସ୍ତ କର୍ମଚାରୀ ଦୁଇଟି ଡୋଜ୍‌ ଟିକା ନେବାକୁ କୁହାଯାଇଛି। ସମସ୍ତ କର୍ମଚାରୀ ଯେପରି ଟିକା ନେବେ ସେ ନେଇ ପ୍ରତ୍ୟେକ ବିଭାଗର ନୋଡାଲ ଅଫିସରମାନଙ୍କୁ ନିଶ୍ଚିତ କରିବାକୁ କୁହାଯାଇଛି। କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଜ୍ଞପ୍ତିରେ କୁହାଯାଇଛି। ଯଦି କୌଣସି କର୍ମଚାରୀ ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି କାରଣରୁ ଟିକା ନେଇ ନ ଥିବେ ତେବେ ସେହି କର୍ମଚାରୀମାନଙ୍କୁ ଏହାର ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ। ପ୍ରତ୍ୟେକ କର୍ମଚାରୀଙ୍କର କେସ୍‌ ଟୁ କେସ୍‌ ମାମଲାର ଯାଞ୍ଚ କରାଯିବ। ଯଦି କର୍ମଚାରୀମାନେ ଟିକା ନେଇ ନ ଥିବାର ଉପଯୁକ୍ତ କାରଣ ଦର୍ଶାଇପାରିବେ ନାହିଁ ତେବେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆଯିବ ନାହିଁ । ଏପରି କି ସେମାନଙ୍କର ଅନୁପସ୍ଥିତିକୁ ଇଚ୍ଛାକୃତ ଧରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.