ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ଯେ ବର ନିଜ ବିବାହରେ ନିଜେ ଫଟୋଶୁଟ୍ କରୁଛନ୍ତି। ଉତ୍ତର ବୋଧହୁଏ ନା ହେବ। ହେଲେ ଇନ୍ଷ୍ଟାଗ୍ରାମରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର ନିଜେ କନ୍ୟାଙ୍କ ଫଟୋ ଉଠାଉଛନ୍ତି। ଏଥିରୁ ବରଙ୍କୁ ଫଟୋଗ୍ରାଫି ପସନ୍ଦ ବୋଲି ସ୍ପଷ୍ଟ ହେଉଛି।
ତେବେ ଭିଡିଓରେ ବର ନିଜ ବିବାହ ଦିନ ଡିଏସ୍ଏଲ୍ଆ୍ କ୍ୟାମେରାରେ କନ୍ୟାଙ୍କ ଫଟୋ ଉଠାଉଛନ୍ତି। କନ୍ୟା ସଜ ହୋଇ ଏକ ଚେୟାରରେ ବସି ଭଳିକି ଭଳି ପୋଜ ଦେଉଛନ୍ତି। ବର ମଧ୍ୟ ଫଟୋ ଉଠାଇବା ପରେ ତାଙ୍କୁ ଫଟୋ ଦେଖାଉଛନ୍ତି। କନ୍ୟାଙ୍କ ପରାମର୍ଶ ଅନୁଯାୟୀ ସେ ଚେୟାର ପଛରୁ ଫଟୋ ଉଠାଉଛନ୍ତି। ଏହି ସମୟରେ କେହି ଜଣେ ବରଙ୍କ ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।
ଭାଇରାଲ ଭିଡିଓଟି couple_official_page ନାମକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ଇତି ମଧ୍ୟରେ ହଜାର ହଜାର ସଂଖ୍ୟାରେ ଲୋକ ଦେଖି ସାରିଛନ୍ତି। ଏଥିସହ ଅଧିକ ଲୋକ ଏଥିରେ କମେଣ୍ଟ ମଧ୍ୟ କରୁଛନ୍ତି। କରୋନା କାଳରେ କ୍ୟାମେରାମ୍ୟାନ୍ ମିଳିଲେ ନାହିଁ ବୋଲି ନିଜ ବାହାଘରରେ ନିଜେ ଫଟୋ ଉଠାଉଥିବା ଜଣେ କହିଛନ୍ତି। ଏପରି କରି ସେ ଟଙ୍କା ସଞ୍ଚୟ କରିଥିବା ଅନ୍ୟଜଣେ ପ୍ରତିକ୍ରିୟା ରଖିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.