ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟିକା ଅଭାବ ଭିତରେ ଦ୍ୱିତୀୟ ଡୋଜ୍ ଅବଧି ସରି ଆସୁଥିବାରୁ ବିଏମ୍ସି ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ଯୋଜନା କରିଛି। ଯେଉଁମାନେ ଯାତ୍ରୀ ନିବାସ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ୍ ନେଇଥିଲେ, ସେମାନେ କଟକ ରୋଡ୍ସ୍ଥିତ ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟରରେ ଦ୍ୱିତୀୟ ଡୋଜ୍ ଟିକା ନେବେ। ସେହିପରି ତେରାପନ୍ଥ ଭବନଠାରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତିମାନେ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଡୋଜ୍ ନେଇ ପାରିବେ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଦୁଇ କେନ୍ଦ୍ର ବାଦ୍ ଯେଉଁମାନେ ପୂର୍ବରୁ ପ୍ରଥମ ଡୋଜ୍ ଯେଉଁଠାରେ ନେଇଥିଲେ ଦ୍ୱିତୀୟ ଡୋଜ୍ ମଧ୍ୟ ସେହିଠାରେ ନେଇ ପାରିବେ। ତେବେ ଟିକା କେନ୍ଦ୍ରକୁ ଯିବା ସମୟରେ ପ୍ରଥମ ଡୋଜ୍ ଟିକାକରଣର ସାର୍ଟିଫିକେଟ୍ ସାଙ୍ଗରେ ନେଇ ଯିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଟିକାକରଣ ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି।
ମେ’ ୩ରେ ଟିକା ନେଇଥିବା ହିତାଧିକାରୀ ଦ୍ୱିତୀୟ ଡୋଜ୍ ସୋମବାର ୭ ତାରିଖରେ ନେବେ। ଏହି ଟିକାକରଣ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୪ରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୭ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ, ମେ ୫ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା , ମେ ୬ରେ ଟିକା ନେଇଥିଲେ ୮ ତାରିଖ ଅପରାହ୍ନ ୩ଟାରୁ ୬ଟା, ମେ ୭ରେ ଟିକା ନେଇଥିଲେ ୯ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ, ମେ’ ୮ରେ ଟିକା ନେଇଥିଲେ ୯ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ମେ’ ୯ରେ ଟିକା ନେଇଥିଲେ ୧୦ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା, ମେ’ ୧୦ରେ ଟିକା ନେଇଥିଲେ ୧୦ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ମେ’ ୧୧ରେ ଟିକା ନେଇଥିଲେ ୧୧ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା , ମେ’ ୧୨ରେ ଟିକା ନେଇଥିଲେ ୧୧ ତାରିଖ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା, ମେ’ ୧୩ରେ ଟିକା ନେଇଥିଲେ ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ଓ ମେ’ ୧୪ରେ ଟିକା ନେଇଥିବା ବ୍ୟକ୍ତି ୧୨ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ବିନା ସ୍ଲଟ୍ ବୁକିଂରେ ନେଇପାରିବେ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର,୬ା୬(ବ୍ୟୁରୋ): ଏଣିକି ବିନା ସ୍ଲଟ୍ରେ ଦିଆଯିବ ଦିତୀୟ ଡୋଜ୍ ଟିକା। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ମେ’ ୧୪ ପୂର୍ବରୁ ଟିକା ନେଇଥିବା...
ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍ଲକ୍ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ...
ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଚାପରେ ଯାଚିଲେ ଟିକା
ନୂଆଦିଲ୍ଲୀ, ୮ା୬: କୋଭିଡ୍-୧୯କୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଭାବେ ଟିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଅଦ୍ୟାବଧି ମାତ୍ର...
ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍
ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...
ଯୁକ୍ତିତର୍କରୁ ଭୁଜାଲି ଚୋଟ
କେନ୍ଦୁଝର, ୨୬ା୬: ସାମାନ୍ୟ ବଚସାରୁ ସ୍ବାମୀଙ୍କ ଭୁଜାଲି ଚୋଟରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ। କେନ୍ଦୁଝର ସଦର ଥାନା ଅଧୀନ ହାଣ୍ଡିଭଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଘଟିଛି...
ନବମ, ଦଶମ ଶ୍ରେଣୀ ସିଲାବସ୍ କମିବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍...


