କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭ ରାଷ୍ଟ୍ରମୁଖ୍ୟମାନଙ୍କ ବୈଠକରେଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍ (ବିଶ୍ୱ ଭିତ୍ତିଭୂମି ଯୋଜନା) ଗୃହୀତ ହୋଇଛି। ଏହି ଯୋଜନା ଅନୁଯାୟୀ ଗରିବ ରାଷ୍ଟ୍ରଗୁଡ଼ିକରେ ଉଚ୍ଚ ମାନର ଭିତ୍ତିଭୂମି ବିକାଶ ଲାଗି ସହାୟତା ଯୋଗାଇ ଦିଆଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅନ୍ୟ ନେତାମାନେ ବେଜିଂର ରଣକୌଶଳ ପ୍ରତିଯୋଗିତାର ମୁକାବିଲା ଲାଗି ଆଲୋଚନା କରିଥିଲେ। ଏଥିରେ ଆମେରିକାର ବିଲ୍ଡ ବ୍ୟାକ୍ ବେଟର ଓ୍ବାଲର୍ଡ (ବି୩ଡବ୍ଲ୍ୟୁ) ପ୍ରୋଜେକ୍ଟକୁ ଗ୍ରହଣ କରାଯାଇଥିଲା। ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ଭିତ୍ତିଭୂମି ବିକାଶରେ ସହାୟତା କରିବା ଏହାର ଉଦ୍ଦେଶ୍ୟ ବୋଲି ହ୍ବାଇଟ ହାଉସ୍ ପକ୍ଷରୁ କୁହାଯାଇଛି।
ଚାଇନାର ଅର୍ଥନୀତି ଓ ରାଜନୈତିକ ପ୍ରଭାବ ବଢ଼ାଇବା ପାଇଁ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ୨୦୧୩ରେ ବେଲ୍ଡ ଆଣ୍ଡ ରୋଡ୍ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ନାମରେ ଛୋଟ ଦେଶଗୁଡ଼ିକୁ ଚାଇନା ପ୍ରଚୁର ପରିମାଣରେ ଋଣ ଦେଇଛି। ସେମାନେ ଚାଇନା ଋଣ ଜନ୍ତାରୁ ମୁକୁଳିବା ସହଜ ନୁହେଁ। ଏଥିପାଇଁ ବେଜିଂକୁ ସମାଲୋଚନା କରାଯାଇଥିଲା।
Posted inଅନ୍ତର୍ଜାତୀୟ View All
୨୦୨୩ ପର୍ଯ୍ୟନ୍ତ ଫେସବୁକ୍ ବ୍ୟବହାର କରିପାରିବେ ନାହିଁ ଟ୍ରମ୍ପ
ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍ରେ ୨୦୨୩ ପର୍ଯ୍ୟନ୍ତ ଫେସ୍ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ...
ନଦୀକୁ ଖସିଲା ବସ୍: ୧୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
କରାଚୀ,୧୧।୬ : ପାକିସ୍ତାନର ଦକ୍ଷିଣପଶ୍ଚିମ ଉପତ୍ୟାକାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଶୁକ୍ରବାର ନଦୀରେ ଖସି ପଡ଼ିଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା...
ଭାକ୍ସିନ୍ର ୨ ଡୋଜ୍ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…
ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍ ସହରରେ କରୋନା ଭାକ୍ସିନ୍ର ୨ ଡୋଜ୍ ନେବା ପରେ...
୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …
କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...
ନାଇଟ୍ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ
ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...
ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍…
ଓ୍ବିଣ୍ଡ୍ହୋକ୍,୧୦।୬: ପୃଥିବୀର ବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍(ଧୂସର ତିମି)। ଇତିମଧ୍ୟରେ ତିମିଟି...
ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା
ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ...
‘ଭାରତକୁ କ୍ଷତିପୂରଣ ଦେଉ ଚାଇନା’
ଓ୍ବାଶିଂଟନ,୧୯।୬: କରୋନା ମହାମାରୀ ଯୋଗୁ ଭାରତ ବିପର୍ଯ୍ୟସ୍ତ ହୋଇଛି। ଏନେଇ ଚାଇନା ଭାରତକୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...


