ନୂଆଦିଲ୍ଲୀ: ଅନେକ ଥର ଲୋକମାନେ ନିଜ ଘର କିମ୍ବା କାର୍ର ଚାବି ଏଣେତେଣେ ରଖି ଭୁଲିଯିବା ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ କିଛି ଲୋକ ଘରର ତାଲା ଭାଙ୍ଗିଥାନ୍ତି ନହେଲେ ନକଲି ଚାବି ତିଆରି କରିଥିବା ଲୋକଙ୍କୁ ଡାକିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିିବା ପରେ ଆପଣ ବିଶ୍ୱାସ ନ କରିପାରନ୍ତି। କେହି ଏଭଳି କେମିତି କରିପାରିବେ ବୋଲି ଆପଣ କହି ମଧ୍ୟ ପାରନ୍ତି।
ଘଟଣାଟି ଆମେରିକାର ନେଭାଡା ରାଜ୍ୟର। ଏଠାରେ ଜଣେ ଯୁବତୀଙ୍କ ଘରକୁ ଫେରିବା ପରେ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ। ଚାବି ନ ଥିବାରୁ ଘରେ କିଭଳି ପଶିବେ ଚିନ୍ତା କରିଥିଲେ। ଅନ୍ୟ କୌଣସି ଉପାୟ ମୁଣ୍ଡକୁ ନ ଆସିବାରୁ ସେ ଚିମିନି ପଟ ଦେଇ ଘରକୁ ପଶିବାକୁ ସ୍ଥିର କରିଥିଲେ। ଏଥିଯୋଗୁ ତାଙ୍କ ଜୀବନ ବିପଦରେ ପଡ଼ିି ଯାଇଥିଲା। ଅଗ୍ନିଶମ ବାହିନୀ ଡାକିବା ପର୍ଯ୍ୟନ୍ତ କଥା ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଚିମିନି ଭିତରେ ଫସି ରହିଥିବା ଯୁବତୀଙ୍କୁ ଟାଣିକରି ଉଦ୍ଧାର କରିଥିଲେ।
କୁହାଯାଉଛି, ଯେତେବେଳେ ଯୁବତୀଜଣଙ୍କ ଚିମିନି ଦେଇ ଘର ଭିତରକୁ ପଶୁଥିଲେ, ସେତେବେଳେ ସେ ମଝି ପାଇପ୍ରେ ଫସି ଯାଇଥିଲେ। ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସୌଭାଗ୍ୟବଶତଃ ଯୁବତୀ ଗୁରୁତର ଆହତ ହୋଇ ନ ଥିଲେ।
ହେଣ୍ଡରସନ ଅଗ୍ନିଶମ ବିଭାଗ ନିଜ ଫେସବୁକ ପୃଷ୍ଠାରେ ଘଟଣା ନେଇ ସୂଚନା ଦେଇଛିି। ୧୮ ବର୍ଷୀୟ ଯୁବତୀଙ୍କୁ ହୋରିଜନ୍ ଏବଂ କଲେଜ୍ ଡ୍ରାଇଭ ନିକଟ ଏକ ଅଟ୍ଟାଳିକାର ଚିମିନି ମଧ୍ୟରୁ ରଶି ସାହାଯ୍ୟରେ ଉଦ୍ଧାର କରାଯାଇଛି। ଘର ବାହାରେ ତାଲା ଝୁଲି ଥିବାରୁ ସେ ଚିମିନି ଦେଇ ଘରେ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ପାଇପ୍ରେ ଫସି ଯାଇଥିଲେ। ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.