ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ (ଓଏସ୍ଏମ୍ସିଏଲ୍) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କେଉଁ କାରଣରୁ ଟେଣ୍ଡର ବାତିଲ ହେଲା ସେ ନେଇ କୌଣସି କାରଣ ଦର୍ଶାଯାଇ ନାହିଁ।
କୋଭିଡ ସଂକ୍ରମଣ ରୋକିବା ଦିଗରେ ଟିକାକରଣ ହିଁ ଏକମାତ୍ର ବିକଳ୍ପ । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟିକା ଯୋଗାଉ ନ ଥିବାରୁ ରାଜ୍ୟ ସରକାର ନିଜେ ଟିକା ସଂଗ୍ରହ କରି ଟିକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଯୋଜନା କରିଥିଲେ। ଏନେଇ ୨୦୨୧ ମେ ୧୪ରେ ଔଷଧ ନିଗମ ପକ୍ଷରୁ ଟିକା କ୍ରୟ ସକାଶେ ଗ୍ଲୋବାଲ ଇ-ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ ଏହି ଟେଣ୍ଡରରେ କୌଣସି ଜାତୀୟ, ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ କିମ୍ବା ଯେଗାଣକାରୀ ସଂସ୍ଥା ବିଡ୍ ଦାଖଲ କରି ନ ଥିଲେ। ରାଜ୍ୟ ସରକାର ଟେଣ୍ଡର ସର୍ତ୍ତାବଳୀରେ ପରିବର୍ତ୍ତନ କରିବା ପରେ ୨ ସଂସ୍ଥା ବିଡ୍ ଦାଖଲ କରିଥିଲେ। ଗ୍ଲୋବାଲ ଟେଣ୍ଡର ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇବା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚାପ ପକାଇଥିଲେ। ନବୀନଙ୍କ ଏହି ଉଦ୍ୟମକୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିଲେ। ଚାପ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୭ରେ ୧୮ରୁ ୪୪ ବର୍ଷ ବର୍ଗର ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଥିଲେ। ରାଜ୍ୟକୁ କେନ୍ଦ୍ରରୁ ଆବଶ୍ୟକ ଟିକା ମିଳିବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ଗ୍ଲୋବାଲ ଇ-ଟେଣ୍ଡର ବାତିଲ କରିଥିବା କୁହାଯାଉଛି।
କାଳ ହେଲା ମର୍ନିଂ ଓ୍ବାକ୍
ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...
୪ ବର୍ଷର ପୁରୁଣା ଦାବି ଏବେ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ସାଧାରଣ ଧାନର କୁଇଣ୍ଟାଲ ପିଛା ଏମ୍ଏସ୍ପି...
ବିଆର୍ପିଏଲ୍ ବିରୋଧରେ ଏନ୍ଜିଟି ମାମଲା: ଏସ୍ପିସିବିର ଲୋକଦେଖାଣିଆ ତଦନ୍ତ
ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍ପିଏଲ୍) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...
ଏନ୍କାଉଣ୍ଟରରେ ମହିଳା ମାଓବାଦୀ ନିହତ
ମାଲକାନଗିରି/ଏମ୍ଭି୭୯,୧୮ା୬: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...
ଅଖାରେ ପୂରାଇ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଲେ
ବଡ଼ବିଲ,୯।୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ୪ନଂ. ଓ୍ବାର୍ଡ ଅନ୍ତର୍ଗତ ଭୁଷୁଗାଁରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଜରି...
ପୁରୀରେ ପହଞ୍ଚିଲା ରଥ ଦଉଡ଼ି
ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର...
ରାଜ୍ୟରେ ଆଜି ୩,୮୦୬ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୩,୮୦୬ କରୋନା ଆକ୍ରାନ୍ତ...


