ପାଣାଜୀ,୬।୬: ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଆ ଏବଂ କେରଳ ସରକାର ସେମାନଙ୍କ ରାଜ୍ୟରେ ସରକାରୀ ଏଜେନ୍ସି ଏବଂ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଗୋଆ ଏବଂ କେରଳ ସରକାର କନଭର୍ଜେନ୍ସ ଏନର୍ଜି ସର୍ଭିସେସ ଲିମିଟେଡ (ସିଏସଏଲ)ର ସହାୟକ କମ୍ପାନୀ ସହିତ କନଭର୍ଜେନ୍ସ ଏନର୍ଜି ସର୍ଭିସେସ ଲିମିଟେଡ(ସିଇଏସ୍ଏଲ୍)ର ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ରାଜ୍ୟଗୁଡିକ ପାଇଁ ୩୦,୦୦୦ରୁ ଅଧିକ ବୈଦ୍ୟୁତିକ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନ କ୍ରୟ କରାଯିବ। ଗୋଆ ଏବଂ କେରଳ ସରକାର ବିଶ୍ୱ ପରିବେଶ ଦିବସରେ ସିଇଏସ୍ଏଲ୍ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ବୈଦ୍ୟୁତିକ ଯାନଗୁଡିକ ସରକାରୀ କର୍ମଚାରୀଙ୍କ ଦ୍ୱାରା ବ୍ୟବହାର କରାଯିବ। ଏହି ଚୁକ୍ତିନାମା ବିଷୟରେ ଗୋଆର ଶକ୍ତି ଏବଂ ପରିବେଶ ମନ୍ତ୍ରୀ ନୀଲେଶ କ୍ୟାବରାଲ କହିଛନ୍ତି ଯେ, ଏହି ଚୁକ୍ତିନାମା ଗୋଆକୁ ସବୁଜ ରାଜ୍ୟ କରିବାରେ ସହାୟକ ହେବ।
ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା
ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ...
ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…
ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ...
ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ୯୫ ପ୍ରତିଶତ ପ୍ରଭାବଶାଳୀ…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
କୋଭିଶିଲ୍ଡ ଟିକା ବ୍ୟବଧାନ ହ୍ରାସ: ଜାଣନ୍ତୁ କାହାକୁ ଦିଆଯିବ ପ୍ରାଥମିକତା
ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି। ଏହା...
ମୁସଲିମ ବୃଦ୍ଧଙ୍କୁ ମାଡ଼: ଅଭିନେତ୍ରୀ ସ୍ବରା, ଟୁଇଟର ଇଣ୍ଡିଆ ମୁଖ୍ୟଙ୍କ ନାମରେ ମାମଲା
ନୂଆଦିଲ୍ଲୀ,୧୭।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କୁ ମାଡ଼ ଘଟଣାରେ ବିବାଦୀୟ ଟୁଇଟ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ଓ ଟୁଇଟର ଇଣ୍ଡିଆର ମ୍ୟାନେଜିଂ...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିନେ ନୂଆ ଆକ୍ରାନ୍ତ ଏବଂ...
ଏଠି ମାରିବି ଶ୍ମଶାନରେ ପଡ଼ିବ
କୋଲକାତା,୧୬।୬: ଭାଜପା ନେତା ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ବୁଧବାର ମିଥୁନ ଦା’ଙ୍କ ଜନ୍ମଦିନ ଥିବା ବେଳେ ମାନିକତଲା...
ବିଶ୍ୱର ଅନେକ ବଡ଼ ବଡ଼ ଓ୍ବେବ୍ସାଇଟ୍ ଠପ୍
ନୂଆଦିଲ୍ଲୀ,୮।୬: ସାରା ବିଶ୍ୱରେ ଅନେକ ବଡ ବଡ ଓ୍ବେବସାଇଟ୍ ଡାଉନ୍ ହୋଇଯାଇଛି। ଏଥିରେ ରେଡିଟ୍, ଟ୍ବିଚ୍ ଏବଂ ସିଏନଏନ ଭଳି ବଡ ଅନ୍ତର୍ଜାତୀୟ ଚ୍ୟାନେଲ୍ର ଓ୍ବେବ୍ସାଇଟ୍...


