ଭିଏତ୍ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ ଗୋଲ୍ଡ ପ୍ଲେଟେଡ୍। ଏହାର ବାହାର, ଭିତର କୋଠରି, ଏମିତିକି ଟଏଲେଟ୍, ବେସିନ୍ ସବୁକିଛି ଗୋଲ୍ଡ ପ୍ଲେଟେଡ୍। ଏଠାରେ ଗୋଟିଏ ରାତି ବିତାଇବା ପାଇଁ ୨୫୦ ଡଲାର ଖର୍ଚ୍ଚ କରିବାକୁ ହେବ। ମହାମାରୀ କରୋନାର ତାଣ୍ଡବ ଚାଲିଥିବା ସମୟରେ ଖୋଲିଛି ଏହି ହୋଟେଲ। ଏହାର ନାମ ‘ଡୋଲ୍ସ ହାନୋଇ ଗୋଲ୍ଡେନ୍ ଲେକ୍’। ଦାବି କରାଯାଉଛି ଯେ, ଏହା ହେଉଛି ପୃଥିବୀର ପ୍ରଥମ ସୁନାର ହୋଟେଲ। ହୋଟେଲର ଲବି ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଛି। ଯେଉଁଥିରେ ଖର୍ଚ୍ଚ ହୋଇଛି ୨୦୦ ମିଲିୟନ ଡଲାର୍। କେବଳ ସେତିକି ନୁହେଁ, ହୋଟେଲର ପୁଲ୍, କୋଠରି, ବାସନକୁସନ, କପ୍ ପ୍ଲେଟ୍, ସାଓ୍ବର ଡେଡ୍, ଟୟଲେଟ୍ ବି ସୁନାର। ଗ୍ରାହକଙ୍କୁ ଏଠାରେ ସୁନା କପ୍ରେ କଫି ଦିଆଯାଏ। ଗାଧୋଇବା ପାଇଁ ଅଛି ସୁନାର ଟବ୍। ହାନୋଇର ମଧ୍ୟଭାଗରେ ଥିବା ଏହି ହୋଟେଲ୍ ୨୫ ମହଲାବିଶିଷ୍ଟ। ଏଠାକାର ଖାଦ୍ୟରେ ବି ଖାସ୍ ଉପାୟରେ ସୁନା ମିଶାଯାଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.