ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ଭାରତରେ ସିରମ୍ ଇନଷ୍ଟଚ୍ୟୁଟ୍ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ର ଡୋଜ୍ ଲୋକଙ୍କ ପ୍ରଦାନ କରାଯାଉଛି। କରୋନା ମହାମାରୀ ଭୂତାଣୁ ବିରୋଧରେ କୋଭିଶିଲ୍ଡ ବେଶ୍ ପ୍ରଭାବଶାଳୀ ରହିଛି। ସେହିପରି କୋଭାକ୍ସିନ୍ ଡୋଜ୍ କରୋନା ଭୂତାଣୁର ବିଟା (ବି-୧-୩୫୧) ଏବଂ ଡେଲ୍ଟା (ବି-୧-୬୧୭-୨) ଭାରିଆଣ୍ଟ୍ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।ବିଟା ଭାରିଆଣ୍ଟ୍ ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବାବେଳେ ଡେଲ୍ଟା ଭାରତରେ ସୃଷ୍ଟି ହୋଇଛି। ଏନ୍ଆଇବି, ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ ପକ୍ଷରୁ ହୋଇଥିବା ଏକ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କୋଭାକ୍ସିନ୍ର ନ୍ୟୁଟ୍ରାଲାଇଜେଶନ କ୍ଷମତା ବିଟା ଏବଂ ଡେଲ୍ଟା ଭାରିଆଣ୍ଟ୍ ତୁଳନାରେ ୩ ଗୁଣା ଅଧିକ। ଏହି ଦୁଇ ଭାରିଆଣ୍ଟ୍ ବିରୋଧରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ କୋଭାକ୍ସିନ୍ ପ୍ରଭାବଶାଳୀ ରହିଛି ବୋଲି ଗବେଷକ କହିଛନ୍ତି।
ଖୁସି ଖବର: ବିଟା-ଡେଲ୍ଟା ଭାରିଆଣ୍ଟ୍ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍…
Posted inକରୋନା ଭାଇରସ୍, ଜାତୀୟ View All
କଶ୍ମୀରକୁ ଫେରିବ ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ,୨୫।୬(ପି.ଟି.): ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ବର୍ତ୍ତମାନ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚାଲିଥିବା କସରତ ଉପତ୍ୟକାରେ ନିର୍ବାଚନ ପ୍ରକ୍ରିୟା ପାଇଁ...
ବାପା, ମା’, ଭଉଣୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ଘରେ
କୋଲକାତା,୧୯।୬: ବାପା, ମା’, ଭଉଣୀ ଓ ଜେଜେମା’ଙ୍କ ହତ୍ୟା ମାମଲାରେ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ(ଅସିଫ)ର ସାନ ଭାଇ ଅରିଫ...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...
ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ତେବେ ୬ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା...
କେକ୍-ପେଷ୍ଟ୍ରିରେ ଡ୍ରଗ୍ସ୍ ମିଶାଇ ବିକ୍ରି: ଏନ୍ସିବିର ତନାଘନା…
ମୁମ୍ବାଇ,୧୩।୬: ଡ୍ରଗ୍ସ୍ ଚୋରା କାରବାରର ପର୍ଦ୍ଦାଫାଶ୍ ମୁମ୍ବାଇରେ ହୋଇଛି। ଏନ୍ସିବି ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ଅଭିଯୁକ୍ତମାନେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ୍ ମିଶାଇ...
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ...
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
ଝାଡ଼ଖଣ୍ଡ କଂଗ୍ରେସରେ ସଙ୍କଟ, ୪ ବିଧାୟକ ଦିଲ୍ଲୀରେ…
ରାଞ୍ଚି,୨୩।୬: ପଞ୍ଜାବ ଏବଂ ରାଜସ୍ଥାନ କଂଗ୍ରେସର ଘର କଳି ପଦାକୁ ଆସିବା ପରେ ଏବେ ଝାଡ଼ଖଣ୍ଡରେ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ୪ କଂଗ୍ରେସ ବିଧାୟକ...


