Categories: ଫୁରସତ

ଶେଷରେ କ୍ଷମା ମାଗିଲା ଗୁଗଲ୍‌, ଜାଣନ୍ତୁ କାହିଁକି

ଗୁଗଲ୍‌ରେ ସର୍ଚ୍ଚ କରିବା ବେଳେ ‘ଭାରତରେ ସବୁଠାରୁ ଖରାପ ଭାଷା କ’ଣ? ଏହାର ଉତ୍ତରରେ ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ୍‌ରେ ଉତ୍ତର ଥିଲା ‘କନ୍ନଡ’। ଏହି କଥା ଜାଣିବା ପରେ କନ୍ନଡ ଭାଷାଭାଷୀ ଗୁଗଲ୍‌ ଏହାକୁ ହଟାଇବା ପାଇଁ ଦାବି କରିଥିଲେ। ପରେ ଗୁଗଲ୍‌ ଏହାକୁ ହଟାଇବା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଛି।

ଗୁରୁବାର ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ୍‌ରେ ଏପରି ଘଟଣା ଘଟିଥିଲା। ଯେଉଁ କାରଣରୁ କନ୍ନଡ ଭାଷାଭାଷୀମାନେ ପ୍ରବଳ ବିରୋଧ କରିଥିଲେ। ଫଳରେ ଗୁଗଲ୍‌କୁ କ୍ଷମା ମାଗିବାକୁ ପଡ଼ିଲା। ବାଙ୍ଗାଲୁରୁର ଏମ୍‌ପି ପିସି ମୋହନ କହିଛନ୍ତି ଯେ, ବିଜୟନଗର ପାଇଁ କନ୍ନଡ ଭାଷାର ସମୃଦ୍ଧ ଐତିହ୍ୟ ରହିଛି। ବିଶ୍ୱର ସବୁଠୁ ପୁରାତନ ଭାଷା ମଧ୍ୟରେ କନ୍ନଡ ଅନ୍ୟତମ। ମହାନ ବିଦ୍ୱାନ ଜେଫ୍ରି ଚୌସରଙ୍କ ପୂର୍ବରୁ ଭାରତର ମହାନ ପଣ୍ଡିତମାନେ ମହାକାବ୍ୟ ଲେଖିଥିଲେ। ତେଣୁ ଗୁଗଲ୍‌ କ୍ଷମା ମାଗିବା ଜରୁରୀ।

ଅନ୍ୟପକ୍ଷରେ ଗୁଗଲ୍‌ କହିଛି, ସର୍ଚ୍ଚ ସବୁବେଳେ ପରଫେକ୍ଟ ହୋଇ ନ ଥାଏ। ଇଣ୍ଟରନେଟ୍‌ରେ ଯେକୌଣସି ବିଷୟବସ୍ତୁକୁ ପରିଭାଷିତ କରାଯାଏ। ଏକ ପ୍ରଶ୍ନର ଉତ୍ତରରେ ଯାହା ଫଳାଫଳ ସାମ୍ନାକୁ ଆସିଥାଏ। ଆମେ ଜାଣୁ ଏହା ଠିକ୍‌ ନୁହେଁ। ଯଦି କୌଣସି ଅଭିଯୋଗ ଆମ ନିକଟରେ ଦାଖଲ ହୁଏ ତେବେ ଆମେ ତୁରନ୍ତ ଏହାକୁ ସଂଶୋଧନ କରୁ। ଆମେ ଆମର ଅଲଗୋରିଦମକୁ ଠିକ୍‌ କରିବା ପାଇଁ କ୍ରମାଗତ ଭାବରେ କାର୍ଯ୍ୟ କରୁଛୁ। ଏପରି ଫଳାଫଳ ଗୁଗଲ୍‌ର ମତକୁ ପ୍ରତିଫଳିତ କରିଥାଏ। ଏହି ଭୁଲ୍‌ ବୁଝାମଣା ପାଇଁ ଏବଂ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଆମେ କ୍ଷମା ମାଗୁଛୁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.