ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର ଏବଂ କନ୍ୟାଙ୍କ ନାମକୁ ନେଇ। ଏହି ବିବାହରେ ବରଙ୍କ ନାମ ‘ସମାଜବାଦ’ ଏବଂ କନ୍ୟାଙ୍କ ନାମ ‘ମମତା ବାନାର୍ଜୀ’।
ଏହି ବିବାହ ସମ୍ପର୍କରେ ଲୋକଙ୍କୁ ଜଣାପଡ଼ିଲା ଯେତେବେଳେ ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଲା। ନିମନ୍ତ୍ରଣ କାର୍ଡ ଭାଇରାଲ ପରେ ସମସ୍ତଙ୍କ ନଜର ଏହି ବିବାହ ଉପରେ ରହିଛି। ଆସନ୍ତା ରବିବାର ସମାଜବାଦ ନାମକ ବରଙ୍କ ସହିତ ମମତା ବାନାର୍ଜୀ ନାମକ କନ୍ୟାଙ୍କ ସହିତ ହେବାର ଅଛି। କୌତୂହଳର ବିଷୟର ଏହି ଜିଲାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର ଜିଲା ସଚିବ ଏ. ମୋହନଙ୍କ ପୁଅଙ୍କ ନାମ ସମାଜବାଦ। ସମାଜବାଦ ହେଉଛନ୍ତି ମୋହନଙ୍କ ତୃତୀୟ ପୁତ୍ର। ତାଙ୍କର ଆଉ ଦୁଇ ପୁଅ ଅଛନ୍ତି, ଜଣଙ୍କ ନାମ ସାମ୍ୟବାଦ ଏବଂ ଅନ୍ୟ ଜଣଙ୍କ ନାମ ଲେନିନବାଦ।
୨୦୧୬ରେ ଏକ କମ୍ୟୁନିଷ୍ଟ ପରିବାରର ଜନକଲ୍ୟାଣ ପକ୍ଷରୁ ବୀରପାଣ୍ଡି ନିର୍ବାଚନମଣ୍ଡଳୀରୁ ମୋହନ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମୋହନଙ୍କ ପୁଅ ପାଇଁ ବୋହୂ ମଧ୍ୟ ସେମିତି ନାମରେ ମିଳିଗଲେ। ତାଙ୍କ ବୋହୂ ଯିଏ ହେବେ ସେ ମୋହନଙ୍କ ସମ୍ପର୍କୀୟଙ୍କ ଝିଅ। କନ୍ୟାଙ୍କ ପରିବାର କଂଗ୍ରେସର ସମର୍ଥକ। ଯାହାଙ୍କ ନାମ ମମତା ବାନାର୍ଜୀ।
ଏହି ବିବାହ ତାମିଲନାଡୁ ନୁହେଁ, ସମଗ୍ର ଦେଶରେ ବର୍ତ୍ତମାନ ଚର୍ଚ୍ଚା ହେଉଛି। କେବଳ ବର ଆଉ କନ୍ୟାଙ୍କ ନାଁକୁ ନେଇ। ଲୋକେ ଏବେ କହୁଛନ୍ତି ଏହି ବିବାହରେ କେଉଁ କେଉଁ ଅତିଥି ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.