ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶାକୁ ପ୍ରବେଶ କରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ, ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଏବଂ ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାର କେତେକ ଅଞ୍ଚଳକୁ ଛୁଇଁଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟକୁ ଘେରିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏଥିସହିତ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏଥିଯୋଗୁ ମୌସୁମୀ ଅଧିକ ସକ୍ରିୟ ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାରଠାରୁ ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହାକୁ ଦୃଷ୍ଟିରେ ରଖି ୧୧ ତାରିଖରୁ ୧୪ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଭିତ୍ତିକରି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମସ୍ତ ଜିଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖୋଲା ରହିବ କୃଷି ଉପକରଣ ଦୋକାନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍ଡାଉନ ଏବଂ ଶଟ୍ଡାଉନ ସମୟରେ ବିହନ, ସାର,...
ଦାୟିତ୍ୱ ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ
ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...
ମହାମାରୀରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ଭତ୍ତା
ଭୁବନେଶ୍ୱର,୪।୬: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇଥିବା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୨ ପିଲାଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...
ରାଜ୍ୟରେ ୪୦ ତଳେ କରୋନା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉଥିଲା। ମଙ୍ଗଳବାର ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି। ଆଜି...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି...
ଶିକ୍ଷାବିତ୍ ବେଣୁମାଧବଙ୍କ ପରଲୋକ
ବାଲେଶ୍ବର,୧୭।୬: ବାଲେଶ୍ୱର ଜିଲାର ବରିଷ୍ଠ ଶିକ୍ଷାବିତ୍ ତଥା ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିଚାଳନା ନିର୍ଦ୍ଦେଶକ ବେଣୁମାଧବ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବୁଧବାର ରାତି ପ୍ରାୟ ୧୨ଟାରେ...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...


