ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି ଘଟଣା ଉପରେ ଲଗାତର ନଜର ରଖାଯାଇଛି ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ କହିଛନ୍ତି, ଯଦି ଏହି ଘଟଣାରେ କୋର୍ଟ ହସ୍ତକ୍ଷେପ କରି ନ ଥାନ୍ତେ ତେବେ ରାଜ୍ୟର ସରକାରୀ ତାଲିକାରେ କରୋନାଜନିତ ହୋଇଥିବା ଏହି ମୃତ୍ୟୁ ବ୍ୟକ୍ତିଙ୍କର ନାମ ବି ରହି ନ ଥାନ୍ତା। ବୋଧହୁଏ ସରକାର ଏନେଇ କୌଣସି ଟେର ମଧ୍ୟ ପାଇ ନ ଥାନ୍ତେ। ବର୍ତ୍ତମାନ ସରକାର ଦେଇଥିବା ତଥ୍ୟ ମଧ୍ୟ ସଠିକ୍ ନୁହେଁ। ଅନ୍ୟପଟେ ସରକାରୀ ଓକିଲ ଏହି ଘଟଣାକୁ ସ୍ବୀକାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଯଦି କୋର୍ଟଙ୍କ କୌଣସି ନିର୍ଦ୍ଦେଶ ନ ଥାନ୍ତା ତେବେ ଏହି ଘଟଣା କେବେ ଲୋକଲୋଚନକୁ ଆସିପାରିନଥାନ୍ତା ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ଏହି ମାମଲାର ଶୁଣାଣି ଶନିବାର ମଧ୍ୟ ହେବ।
Posted inକରୋନା ଭାଇରସ୍, ଜାତୀୟ View All
ରାଜ୍ୟରେ ୪୦ ତଳେ କରୋନା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉଥିଲା। ମଙ୍ଗଳବାର ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି। ଆଜି...
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଶନିବାର ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟରେ...
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ପାଇଁ କମିଟି ଗଠନ
ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...
ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର
ସୋହେଲା,୨୦ା୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ...
ଯୋଗୀଙ୍କୁ ଭେଟିଲେ ଜିତେନ
ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହେବାର ୧୦ ଦିନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ ପ୍ରସାଦ ଶନିବାର ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ...
ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ...
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ପାଠ ପଢ଼ିବା, ଚାକିରି ଓ ଟୋକିଓ ଅଲିମ୍ପିକ୍ସରେ ଯୋଗଦେବା ପାଇଁ ବିଦେଶ ଯିବାକୁ ଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନିମନ୍ତେ...


