ଛତ୍ରପୁର,୨୬।୬(ଡି.ଏନ୍.ଏ.): ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଗଞ୍ଜାମ ଜିଲା। ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା ଆରମ୍ଭ କରିଛନ୍ତି ମହିଳା। ଖଲ୍ଲିକୋଟ ବ୍ଲକରୁ ଆରମ୍ଭ ହୋଇଥିବା ଏହି ପକ୍ରିୟାରେ ମହିଳା ସୟଂ ସହାୟିକା ଗୋଷ୍ଠୀ ସହଯୋଗରେ ଆବର୍ଜନା ସଂଗ୍ରହ କରାଯାଇ ତାହାର ପ୍ରକ୍ରିୟାକରଣ ଜରିଆରେ ପ୍ରାକୃତିକ ‘ମୋ ଖତ’ ବାହାର କରାଯାଉଛି। ସହରାଞ୍ଚଳରେ ପୂର୍ବରୁ ୱାର୍ଡମାନଙ୍କରେ ସାହି ବସ୍ତି ବୁଲି ଭ୍ରାମ୍ୟମାଣ ଯାନ ଦାରା ଘରୁ ଅଳିଆ ଆବର୍ଜନା ସଂଗ୍ରହ କରଯାଉ ଥିଲା। ଏବେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମର ୯୩ ପଞ୍ଚାୟତରେ ଆରମ୍ଭ ହୋଇଥିବା ଅଭିଯାନରେ ବ୍ୟାଟେରୀ ଚାଳିତ ଗାଡ଼ିରେ ମହିଳା ସଦସ୍ୟାମାନେ ଘରକୁ ଘର ବୁଲି କଠିନ ଓ ତରଳ ଆବର୍ଜନା ସଂଗ୍ରହ କରୁଛନ୍ତି। ଅଣୁ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରକୁ ତାହାକୁ ନିଆଯାଉଛି। ଜୈବିକ କେନ୍ଦ୍ରରେ ପ୍ରସ୍ତୁତ ସାର ଚାଷୀମାନେ ମହିଳା ଏସ୍ଏଚଜିଠାରୁ କିଲୋ ପିଛା ୨୦ ଟଙ୍କାରେ କିଣି ପାରିବେ। ଜିଲାର ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ମଧ୍ୟ ଏହି ପଦ୍ଧତି ଧିରେ ଧିରେ ଗ୍ରହଣ କରାଯିବ।
ଘରକୁ ଘର ବୁଲି ସଂଗ୍ରହ ହେଉଛି ଆବର୍ଜନା: ବ୍ୟାଟ୍ରିଚାଳିତ ଗାଡ଼ି ଧରି ବୁଲୁଛନ୍ତି ମହିଳା
Posted inଆମ ଜିଲା ଖବର, ଗଞ୍ଜାମ View All
ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...
ଶିକ୍ଷାବିତ୍ ବେଣୁମାଧବଙ୍କ ପରଲୋକ
ବାଲେଶ୍ବର,୧୭।୬: ବାଲେଶ୍ୱର ଜିଲାର ବରିଷ୍ଠ ଶିକ୍ଷାବିତ୍ ତଥା ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିଚାଳନା ନିର୍ଦ୍ଦେଶକ ବେଣୁମାଧବ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ବୁଧବାର ରାତି ପ୍ରାୟ ୧୨ଟାରେ...
ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ
ବ୍ରହ୍ମଗିରି,୨୫।୬(ଡି.ଏନ୍.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...
ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ...
ଗଞ୍ଜାମର ୧୦ ବ୍ଲକରେ ଆଜି ଟିକାକରଣ ବନ୍ଦ
ଛତ୍ରପୁର,୨୪ା୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାର ୨୨ ବ୍ଲକ ମଧ୍ୟରୁ...
ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ
ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା...
କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ
ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ...
ବାପାଙ୍କୁ ଆକ୍ରମଣ କରି ଜେଲ ଗଲେ ପୁଅ
ଦିଗପହଣ୍ଡି,୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜଙ୍ଘମା ଗ୍ରାମର ରବିନ୍ଦ୍ର ବେହେରାଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ...


