କ୍ରିକେଟର୍ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ରେ ସେ ଅନେକ ରେକର୍ଡ କରିଚନ୍ତି। କ୍ରିକେଟ୍ ଛଡା ସେ ବିଜ୍ଞାପନରେ ମଧ୍ୟ ସକ୍ରିୟ। ଆଜି ବି ସେ ଅନେକ ବିଜ୍ଞାପନରେ ନଜର ଆସୁଛନ୍ତି। ବିଶ୍ୱର ଅନେକ ବ୍ରାଣ୍ଡ ସହ ସଚିନ ଚୁକ୍ତି କରିଛନ୍ତି। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିବା ସଚିନ ବିିଶ୍ୱର ଧନୀ କ୍ରିକେଟ୍ର ଭାବରେ ମଧ୍ୟ ଜଣାଶୁଣା। ତେବେ ୨୦୨୦ରେ ସଚିନଙ୍କ ମୋଟ ସମ୍ପତ୍ତି ୮୩୪ କୋଟି ଟଙ୍କା ଥିଲା। ସଚିନ କୋକାକୋଲା, ଆଦିଡାସ, ବିଏମଡବ୍ଲୁ ଇଣ୍ଡିଆ, ତୋଷିବା, ଜିଲେଟ ଏବଂ ଅନ୍ୟାନ୍ୟ ଜଣାଶୁଣା ବ୍ରାଣ୍ଡ ସହିତ ଜଡିତ ଅଛନ୍ତି। କେବଳ କୋକାକୋଲା ସହିତ ହୋଇଥିବା ଚୁକ୍ତି ମାଧ୍ୟମରେ ତେନ୍ଦୁଲକର ୨୦୧୧-୧୩ ମଧ୍ୟରେ ୧.୨୫ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ସଚିନ ଏହି ସମୟରେ କ୍ରିକେଟରେ ସକ୍ରିୟ ଥିଲେ। ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ୬୨ କୋଟି ଟଙ୍କା ରୋଜଗାର କରିଥିଲେ। କ୍ରିକେଟରୁ ଅବସର ନେବା ପରେ ସଚିନ ବିସିସିଆଇରୁ ପ୍ରତି ମାସରେ ପେନଶନ୍ ଭାବରେ ୫୦ ହଜାର ଟଙ୍କା ପାଆନ୍ତି। ଏହାଛଡା ତାଙ୍କର ପଶ୍ଚିମ ବାନ୍ଦ୍ରାରେ ବିଶାଳ ବଙ୍ଗଳା ଅଛି। ତେନ୍ଦୁଲକର ମଧ୍ୟ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.