ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ଦୀର୍ଘ ଦିନ ଧରି ଅନୁସନ୍ଧାନ ଏବଂ ତଦନ୍ତ ସତ୍ତ୍ୱେ ମୃତ୍ୟୁ ସହ ଜଡିତ ସତ୍ୟତା ଏଯାବତ୍ ଜଣାପଡ଼ି ନାହିଁ। । ସୁଶାନ୍ତଙ୍କ ପରିବାର ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥା’ନ୍ତି। ୧୪ ଜୁନ ୨୦୨୦ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କାହିଁକି? ଏହା ପଛରେ କିଏ ଥିଲେ? ଏହି ପ୍ରଶ୍ନଗୁଡିକର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନାହିଁ । ଦେଶର ମୁଖ୍ୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଏବଂ ଏନ୍ସିବି ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ନିଜ ଭାଇଙ୍କ ନାଁ ବ୍ୟବହାର କରି ଲାଭ ଉଠାଉଥିବା ଲୋକଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଟୁଇଟ୍ କରି କହିଛନ୍ତି, ‘ଆମେ ଜାଣିବାକୁ ପାଇଛୁ ଯେ, କିଛି ଲୋକ ତାଙ୍କର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଆମର ପରିସ୍ଥିତିର ସୁଯୋଗ ଉଠଉଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ, ଲୋକମାନେ ମୃତ୍ୟୁକୁ ଲାଭରେ ପରିଣତ କରୁଛନ୍ତି। ଏହା ଅମାନବୀୟ। ଲୋକମାନେ ଏହା କରିବା ଠାରୁ ଦୂରେଇ ରହିବା ଠିକ୍।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.