ଭୁବନେଶ୍ୱର,୫।୬(ବ୍ୟୁରୋ): ‘ତୋତେ ବାହା ହେବି ବୋଲି ଘର ଛାତ ଡେଇଁ ପଳେଇ ଆସିଛି। ଆଉ ଘରକୁ ଫେରିବିନି। ତୁ ଯୋଉଠି କହିବୁ ସେଇଠି ରହିବି। ତୁ ଟ୍ରେନ୍ ଲାଇନରେ ଶୋଇଲେ ମୁଁ ତୋ ସହ ଟ୍ରେନ୍ ଲାଇନ୍ରେ ଶୋଇବି।’ ପ୍ରେମିକାର ଏଭଳି ଜିଦ୍ ସତ୍ତ୍ୱେ ପ୍ରେମିକ କିନ୍ତୁ ନିଜ ଜିଦ୍ରେ ଅଟଳ। ‘୫ଟା କେସ୍ ଖାଇବି ପଛେ ତୁମକୁ ଆଉ ବାହା ହେବିନି।’ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି। ଶୁକ୍ରବାର କ୍ୟାପିଟାଲ ଥାନା ଅନ୍ତର୍ଗତ ଆଇଜି ପାର୍କ ନିକଟରେ ପ୍ରେମୀ ଯୁଗଳଙ୍କ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡ଼ ଜମିବା ପରେ ଦୀର୍ଘ ସମୟ ଧରି ସେଠାରେ ଯୁବତୀ ଜଣକ ଯୁବକଙ୍କ ବାଟ ଓଗାଳି ବସିଥିଲେ। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଧରାଛୁଆଁ ଦେଉ ନ ଥିବା ନେଇ ପ୍ରେମିକା ଜଣକ ବାରମ୍ବାର ଅଭିଯୋଗ ଆଣୁଥିଲେ। ବାହା ନ ହେଲେ ଥାନାକୁ ଯିବି ବୋଲି ଯୁବତୀ ଜଣକ କହୁଥିଲେ। ଅନ୍ୟପକ୍ଷରେ ପ୍ରେମ ସମ୍ପର୍କକୁ ପ୍ରେମିକ ମାନିଥିଲେ ମଧ୍ୟ ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ଓ ତାଙ୍କର ଏକ ଝିଅ ଥିବା କହି ବିବାହ କରିବାକୁ ସମ୍ପୂର୍ଣ୍ଣ ଏଡ଼ାଇଯାଇଥିଲେ। ତେବେ ଘଟଣା ଥାନାକୁ ଯିବା ପରେ ଉଭୟଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
ସୂଚନା ଅନୁଯାୟୀ, ଯୁବକଙ୍କ ଘର ରାଉରକେଲାରେ ଓ ଯୁବତୀଙ୍କ ଘର ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ। ଗତ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ କିଛିଦିନ ଭୁବନେଶ୍ୱରରେ ଲିଭ୍ ଇନ୍ ସମ୍ପର୍କରେ ଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୁବକ ଜଣକ ବିବାହ କରି ନ ଥିଲେ। ମାତ୍ର ଯୁବତୀ ଜଣକ ବାରମ୍ବାର ଯୁବକଙ୍କ ଘରକୁ ଯାଇ ବିବାହ କରିବାକୁ କହିଥିଲେ। ଉଭୟଙ୍କ ପରିବାର ଲୋକେ ବିବାହ ନେଇ ଆଲୋଚନା କରିଥିଲେ ମଧ୍ୟ ଯୁବକ ଜଣକ ଆଉ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ଯୁବତୀ ଜଣକ ରାଉରକେଲାସ୍ଥିତ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। ଯୁବକ ଜଣକ ତାଙ୍କୁ ଶୁକ୍ରବାର କୋର୍ଟରେ ବିବାହ କରିବେ ବୋଲି କହି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲେ। ହେଲେ ଆଇଜି ପାର୍କ ନିକଟରେ ଯୁବକ ଜଣକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପ୍ୟାଣ୍ଟ ପକେଟକୁ ଜାବୁଡି ଧରି ଚିତ୍କାର କରିବାରୁ ଘଟଣା ନଜରକୁ ଆସିଥିଲା।
୫ ବର୍ଷ ହେଲା ମିଳୁନି ଦରମା: କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ
ବାସୁଦେବପୁର, ୨୬।୬ – ଦୀର୍ଘଦିନର ଦରମା ଅଟକ ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଶୁଣି ନ ଥିଲେ କେହି।...
ଭିଡ଼ କଲେ, ବୋହିନେଲେ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ...
ମାଗଣା ଟିକା ଘୋଷଣା: ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ
ଭୁବନେଶ୍ୱର,୮।୬(ବ୍ୟୁରୋ): ଦେଶବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମ୍ପ୍ରସାରଣ ଘୋଷଣା...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
ପୁରୁଣା ଉପରେ ନୂଆ ସେତୁ
ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ...
ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ପାଟଣା,୨୧।୬: କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି...


