Categories: ଫୁରସତ

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-
କଟକ ଜିଲା ବଡ଼ମ୍ବାଗଡ଼ର ତୁଣପୁର ଗ୍ରାମରେ ୧୯୫୧ ମସିହା ଏପ୍ରିଲ ୫ ତାରିଖରେ ମୋର ଜନ୍ମ। ମୋ ବାପା ବୃନ୍ଦାବନ ଚନ୍ଦ୍ର ଚୌଧୁରୀ ଥିଲେ ଜଣେ ଆଦର୍ଶ ଶିକ୍ଷକ। ଆମେ ୪ଭାଇ ଓ ୪ଭଉଣୀ। ୧୯୬୮ ମସିହାରେ ବଡ଼ମ୍ବାର ମୋହନ ସୁବୁଦ୍ଧି ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ ପରେ ଅନୁଗୋଳ କଲେଜରେ ବିଜ୍ଞାନ ପଢିଲିି। ଏଠାରେ ଗୋଟିଏ ବର୍ଷ ପଢି ଦ୍ୱିତୀୟ ବର୍ଷ ବାରିପଦାର ଏମ୍‌ପିସି କଲେଜରୁ ୧୯୭୦ ମସିହାରେ ଇଣ୍ଟରମିଡିଏଟ୍‌ ପାସ୍‌ କଲି। ଏହା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ନାମ ଲେଖାଇଲି। ୧୯୭୫ ମସିହାରେ ଏମ୍‌ବିବିଏସ୍‌ ପାସ୍‌ କରି ୧୯୭୬ ମସିହାରେ ହାଉସମ୍ୟାନଶିପ୍‌ ଶେଷ କଲି। ସେହିବର୍ଷ କୋଲକାତାର ଶମ୍ଭୁନାଥ ପଣ୍ଡିତ ହସପିଟାଲରେ ପ୍ରସୂତି ବିଭାଗର ରେସିଡେଣ୍ଟସ ଡାକ୍ତର ଭାବେ ଯୋଗଦେଇ ୧୫ ମାସ ରହିଲି। ସେତେବେଳେ ଜୁନିୟର ରେସିଡେଣ୍ଟମାନଙ୍କୁ ମାସକୁ ୪ଶହ ଟଙ୍କା ମିଳୁଥିଲା। ତାହାଥିଲା ମୋର ପ୍ରଥମ ରୋଜଗାର। ସେହି ୪ଶହ ଟଙ୍କାରୁ ମେସ୍‌ ଖର୍ଚ୍ଚ ୯୦ ଟଙ୍କା ଯାଉଥିଲା। ବାକି ଭବିଷ୍ୟତରେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଶହେ ଟଙ୍କା ସଞ୍ଚୟ କରୁଥିଲି ଏବଂ ଆଉସବୁ ଦୈନନ୍ଦିନ ଖର୍ଚ୍ଚରେ ସରିଯାଉଥିଲା। ୧୯୭୮ ମସିହାରେ ରାଣୀଗଞ୍ଜ ମାରୁଆଡ଼ି ରିଲିଭ୍‌ ସୋସାଇଟି ହସପିଟାଲରେ ପ୍ରସୂତି ବିଭାଗରେ ଆସିଷ୍ଟାଣ୍ଟ ମେଡିକାଲ ଅଫିସର ଭାବେ ଯୋଗଦେଲି। ଏଠାରେ ମାସିକ ଦରମା ଥିଲା ୬୨୫ ଟଙ୍କା। ସେହିବର୍ଷ ଜୁଲାଇ ମାସରେ ପୁରୁଲିଆ ଜିଲା ମାନବଜାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସିଡିଏସ୍‌ ମେଡିକାଲ ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲି। ୧୯୮୧ ମସିହା ଫେବୃୟାରୀରେ ସୁନ୍ଦରଗଡ଼ ଲାଇଙ୍ଗ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର କଲ୍ୟାଣ ଡାକ୍ତର ଭାବେ ଯୋଗଦେଲି। ତାପରେ ୧୯୮୨ରେ କଟକ ଜିଲାର ଡମପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ମୋର ବଦଳି ହେଲା। ଏଠାରେ ତିନିବର୍ଷ କାମ କରିବା ପରେ ୧୯୮୫ ଜୁନ୍‌ରେ ନିକଟସ୍ଥ ବୈଦେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)କୁ ବଦଳି ହେଲା। ଡମପଡ଼ା ଓ ବୈଦେଶ୍ୱର ଅଞ୍ଚଳରେ ଲୋକମାନେ ମୋତେ ଭାରି ଭଲ ପାଉଥିଲେ। ଏଠାକୁ ଆସୁଥିବା ମେଡିସିନ୍‌ ରିପ୍ରେଜେଣ୍ଟେଟିଭମାନେ ଯାହା ସାମ୍ପଲ ଔଷଧ ଦେଉଥିଲେ, ତାହା ଗରିବ ରୋଗୀମାନଙ୍କୁ ଦେଇଦେଉଥିଲି। ସେମାନଙ୍କର କୃତଜ୍ଞତା ଏବେବି ମୋର ଅଭୁଲା ରହିଛି। ସମୟକ୍ରମେ ୧୯୯୧ ମସିହାରେ କୋରାପୁଟର ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ ବର୍ଷ ରହିଲି। ୨୦୦୩ ମସିହାରେ ପୁରୀ ଜିଲା ରେବଣାନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଏବଂ ୨୦୦୫ ମସିହାରେ ପିପିଲି ହସ୍‌ପିଟାଲ, ୨୦୦୯ ମସିହାରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୨୦୧୦ରେ ପୁରୀ ଯକ୍ଷ୍ମା ଓ ସଂକ୍ରମଣ ରୋଗ(ଟିବି ଆଣ୍ଡ ଇନ୍‌ଫେକସିଅସ୍‌ ଡିଜିଜ୍‌) ହସ୍‌ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରିଥିଲି। ଏମିତିରେ ୨୦୧୧ ଏପ୍ରିଲରେ ଅବସର ନେଲି। ଦୀର୍ଘବର୍ଷର ଚାକିରି ଜୀବନ ଭିତରେ କେବେ ମୋ କର୍ତ୍ତବ୍ୟରେ ଅବହେଳା କରିନାହିଁ। ଲୋକମାନଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଆପ୍ରାଣ ଉଦ୍ୟମ କରିଛି। ଅବସର ପରେ ଡୁୁମୁଡୁମାସ୍ଥିତ କାନୁନଗୋ ଡାଇବେଟିକ୍‌ ହସ୍‌ପିଟାଲରେ କିଛିଦିନ ଯୋଗଦେଲି। ଏହାପରେ ୨୦୧୪ରୁ ୨୦୧୮ ମସିହା ଯାଏ ଆଇଏମ୍‌ଏ ଓ ସମ୍‌ ହସ୍‌ପିଟାଲର ଆଶୁଚିକିତ୍ସା ବିଭାଗରେ କାର୍ଯ୍ୟ କରିଥିଲି। ତେବେ ମୋର ସ୍ବାସ୍ଥ୍ୟଗତ କାରଣରୁ ଆଉ କୌଣସି ହସ୍‌ପିଟାଲରେ ଯୋଗଦେଇନାହିଁ। ଏବେ ଘରେ ରହି ବିଭିନ୍ନ ବହି ପଢାପଢି କରିବା ସହିତ ଯୋଗ ବ୍ୟାୟାମ କରିବାରେ ସମୟ କାଟୁଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.