ଦୁବାଇ, ୧୭।୬(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ବ୍ୟାଟ୍ସମ୍ୟାନ ତାଲିକାର ନମ୍ବର ଓ୍ବାନ ସ୍ଥାନରୁ ନ୍ୟୁଜିଲାଣ୍ଡର କେନ୍ ଓ୍ବିଲିୟମସନଙ୍କୁ ହଟାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସାଉଥାମ୍ପଟନଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଥିବା କୋହଲିଙ୍କର ପଏଣ୍ଟ ସଂଖ୍ୟା ୮୧୪ ରହିଛି। ସ୍ମିଥ ୮୯୧ ପଏଣ୍ଟ ସହିତ ଶୀର୍ଷକୁ ଫେରିଥିବାବେଳେ ଓ୍ବିଲିୟମସନ ୮୮୬ ପଏଣ୍ଟରେ ରହି ଦ୍ୱିତୀୟକୁ ଖସିଛନ୍ତି। ଅନ୍ୟତମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୮୭୮ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟପ୍-୧୦ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଭାରତୀୟ ଖେଳାଳି ହେଲେ ରୋହିତ ଶର୍ମା ଓ ରିଷଭ ପନ୍ତ। ଏ ଦୁହେଁ ୭୪୭ ପଏଣ୍ଟ ପାଇ ଯୁଗ୍ମଭାବେ ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି।
ବୋଲିଂ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ସିନିୟର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପ୍ୟାଟ୍ କୁମିନ୍ସ (୯୦୮) ଶୀର୍ଷରେ ରହିଛନ୍ତି। ଏକମାତ୍ର ଭାରତୀୟ ଭାବେ ଅଶ୍ୱିନ ଟପ୍-୧୦ରେ ରହିଛନ୍ତି। ଟେଷ୍ଟ ଅଲ୍ରାଉଣ୍ଡର ତାଲିକାରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର (୪୧୨) ଶୀର୍ଷସ୍ଥାନ ବଜାୟ ରଖିଥିବାବେଳେ ଭାରତର ରବୀନ୍ଦ୍ର ଜାଡେଜା (୩୮୬) ଦ୍ୱିତୀୟ ଏବଂ ଅଶ୍ୱିନ (୩୫୩) ୪ର୍ଥ ସ୍ଥାନରେ ରହିଛନ୍ତି।
ୟୁରୋକପ୍ ଫୁଟ୍ବଲ ଉଦ୍ଘାଟିତ
ରୋମ୍,୧୩।୬(ଏପି): କୋଭିଡ୍-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍ ସ୍ପୋଟର୍ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍ ଫୁଟ୍ବଲ...
କେବେ ଅନ୍ତର୍ଜାତୀୟ କ୍ରିକେଟ୍କୁ କହିବେ ବାଏ ବାଏ; ଅଶ୍ୱିନଙ୍କ କଲେ ଖୁଲାସା
ସାଉଥମ୍ପଟନ,୨୦।୬: ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳୁଛନ୍ତି। ଏହି ସମୟରେ ସେ ନିଜ ସନ୍ୟାସ...
ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳ:ଓଡ଼ିଶାରୁ କେବଳ ଦୀପ୍ ଗ୍ରେସ
ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ...
ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
କ୍ରିକେଟର୍ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ରେ ସେ...
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
ଜୁନିୟର ହକି ବିଶ୍ୱକପ୍: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର
ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ...
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...
ରେସଲର ସୁମିତ ଡୋପ୍ ଟେଷ୍ଟରେ ବିଫଳ
ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ସୁମିତ୍ ମଲିକ ଡୋପ୍...


